ETV Bharat / city

ବନ୍ଦ କୋଠରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ତାଲା ପକାଇଦେଇଥିବା ସନ୍ଦେହ

author img

By

Published : Sep 7, 2021, 7:55 PM IST

ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳରେ ବନ୍ଦ କୋଠରୀରୁ ମହିଳାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

ବନ୍ଦ କୋଠରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ତାଲା ପକାଇଦେଇଥିବା ସନ୍ଦେହ
ବନ୍ଦ କୋଠରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ତାଲା ପକାଇଦେଇଥିବା ସନ୍ଦେହ

ଭୁବନେଶ୍ବର: ବାହାରେ ତାଲା ଭିତରେ ଗଳିତ ମୃତଦେହ । ଗଳିତ ଅବସ୍ଥାରେ ବନ୍ଦ କୋଠରୀରୁ ମୃତଦେହକୁ ଜବତ କରିଛି କମିଶନରେଟ ପୋଲିସ । ଭରତପୁର ଥାନା ବରମୁଣ୍ଡା ରୁଚିକା ମାର୍କେଟ ମହାଵୀର ବସ୍ତିରେ ଥିବା ଏକ ଘରୁ ମୃତଦେହ ଜବତ କରାଯାଇଛି ।

ତେବେ ମୃତକ ଜଣଙ୍କର ପରିଚୟ ମିଳିପାରିନାହିଁ । ସେପଟେ ଗତ 15 ଦିନ ତଳେ ୨ ଜଣ ଯୁବକ ଯୁବତୀ ମିଶି ଆସି ବସ୍ତିରେ ଭଡାରେ ରହିଥିଲେ। ହେଲେ ୫ ଦିନ ପୂର୍ବେ ପୁଅ ଝିଅକୁ ଦେଖିବାକୁ ମିଳିନଥିବା ବେଳେ ଦୁର୍ଗନ୍ଧ ହେବାରୁ ପୋଲିସକୁ ଖବର ଦେଇଥିଲେ ପଡୋଶୀ । ପୋଲିସ ତାଲା ଭାଙ୍ଗିବା ପରେ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା ।

ତେବେ ପ୍ରାଥମିକ ପର୍ଯାୟରୁ ମହିଳାଙ୍କୁ ହତ୍ୟା କରାଯାଇଛି ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି । ସେପଟେ ଦୁର୍ବୃତ୍ତ ହତ୍ୟା କରି ଚାଲି ଯାଇଥିବା ମଧ୍ୟ ସନ୍ଦେହ କରାଯାଉଛି । ଉଭୟ ଯୁବକ ଯୁବତୀ ଭଡ଼ାରେ ରହିବା ସମୟରେ ଘର ମାଲିକାଣୀଙ୍କୁ ପରିଚୟ ପତ୍ର ଦେଇନଥିବା ବେଳେ ଆଧାର କାର୍ଡ ଦେବା ପାଇଁ କହିଥିଲେ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.