ଭୁବନେଶ୍ବର: ସରୁନି କାଳିଆ ଅଙ୍କ । ପୁଣି 27 ଯାଏଁ ବଢ଼ିଲା କାଳିଆ ଯାଞ୍ଚ ଅବଧି । ବର୍ତ୍ତମାନ ସୁଦ୍ଧା 13 ଲକ୍ଷ ଆବେଦନକାରୀଙ୍କ ଯାଞ୍ଚ ସରିଛି । ଅନେକ ଅଯୋଗ୍ୟ ହିତାଧିକାରୀ ବାଦ ପଡ଼ିବାକୁ ଆବେଦନ କରିଛନ୍ତି ।
ତେବେ 27ରେ ପଞ୍ଚାୟତସ୍ତରୀୟ ହେବ ସମୀକ୍ଷା । 29ରେ ବ୍ଲକ ଓ 31ରେ ଜିଲ୍ଲାସ୍ତରରେ ସମୀକ୍ଷା କରାଯିବ । କାଳିଆ ଯୋଜନା ଏନେଇ ସମୀକ୍ଷା କରିବା ପରେ ସୂଚନା ଦେଇଛନ୍ତି ଅରୁଣ ସାହୁ । ପୂର୍ବରୁ ଏହି ଯାଞ୍ଚ ପ୍ରକ୍ରିୟା ଅବଧି ଅଗଷ୍ଟ 14 ଅର୍ଥାତ ଆସନ୍ତାକାଲି ରହିଥିବାବେଳେ ଏବେ ଏହାକୁ ଘୁଞ୍ଚାଇ ଦିଆଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ