ETV Bharat / city

CYCLONE ALERT: ୨୩ ତାରିଖ ସକାଳ ଯାଏଁ ବଡ ବର୍ଷାର ସମ୍ଭାବନା ନାହିଁ ! ୨୨ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଓଡ଼ିଶା ଉପରେ ରହିଛି ବାତ୍ୟାର ଭୟ । ଆସନ୍ତା ୨୨ରେ ଏହି ସମ୍ଭାବ୍ୟ ବାତ୍ୟା ଅବପାତର ରୂପ ନେବାକୁ ଥିବା ବେଳେ ପାଗ ଅନୁକୂଳ ରହିଥିବା କହିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

author img

By

Published : Oct 18, 2022, 4:12 PM IST

Updated : Oct 18, 2022, 4:56 PM IST

୨୨ରେ ଅବପାତର ରୂପ ନେଇପାରେ ବାତ୍ୟା, ଅନୁକୂଳ ରହିଛି ପାଗ

ଭୁବନେଶ୍ବର: ଉତ୍ତର ଆଣ୍ଡାମାନ ସଗାର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି । ଏହା ପ୍ରଭାବରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଛି ବାତ୍ୟା ସମ୍ଭାବନା । ଘୂର୍ଣ୍ଣିବଳୟରୁ ଲଘୁଚାପ ଓ ପରେ ଅବପାତ ହେବାର ସମ୍ଭାବନା ରହିଛି । ୨୩ ତାରିଖରେ ସାଇକ୍ଲୋନିକ ଷ୍ଟର୍ମ (Cyclonic Storm) ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ବାତ୍ୟା ପାଇଁ ପାଗ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସୂଚନା ମିଳିଛି ।

ସମ୍ଭାବ୍ୟ ବାତ୍ୟାକୁ ନେଇ ପାଣିପାଗ ବିଶେଷଜ୍ଞଙ୍କ ସୂଚନା

ତେବେ ୨୩ ତାରିଖ ସକାଳ ଯାଏଁ ବଡ ବର୍ଷାର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ସ୍ପଷ୍ଟ କରିଥିବା ବେଳେ ଆସନ୍ତା ୨୨ରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ମନା ହୋଇଛି । ଟ୍ବିଟ୍ କରି ବିଭାଗ ଲେଖିଛି, ୨୨ ଅକ୍ଟୋବର ରୁ ପଶ୍ଚିମ-କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳର ଗଭୀର ସମୁଦ୍ର ଭାଗରେ ଝଡ଼-ପବନ ଘଣ୍ଟା ପ୍ରତି ବେଗ ୪୫ ରୁ ୫୫ କିମି ସହ ସର୍ବାଧିକ ବା ଝଟକା ପବନ ୬୫ କିମି ଯାଏଁ ରହିବାର ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିବ ତେଣୁ ୨୨ ଅକ୍ଟୋବର, ୨୦୨୨ ରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ମନା ।

ପାଣିପାଗ ବିଭାଗର ସୂଚନା ଅନୁସାରେ ୨୨ ଅକ୍ଟୋବରରୁ ପଶ୍ଚିମ-କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳର ଗଭୀର ସମୁଦ୍ର ଭାଗରେ ଝଡ଼-ପବନ ଘଣ୍ଟା ପ୍ରତି ବେଗ ୪୫ ରୁ ୫୫ କିମି ରହିବ । ଏହାସହ ସର୍ବାଧିକ ବା ଝଟକା ପବନ ୬୫ କିମି ଯାଏଁ ରହିବାର ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିବ । ଏଥିଲାଗି ୨୨ ଅକ୍ଟୋବରରୁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ୨୨ରୁ ୨୫ ତାରିଖ ମଧ୍ୟରେ ବାତ୍ୟାର ତୀବ୍ରତା କେତେ ରହିବ ସେ ନେଇ ସ୍ପଷ୍ଟ ହେବ ।

  • ୨୩ ତାରିଖ ସକାଳ ଯାଏଁ ରାଜ୍ୟରେ ବଡ ବର୍ଷାର ସମ୍ଭାବନା ନାହିଁ !!

    — Meteorological Centre, Bhubaneswar (@mcbbsr) October 18, 2022 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ- Cyclone threat: ଓଡିଶାରେ ବଢିଲା ବାତ୍ୟା ଭୟ

ଏନେଇ ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, "ବାତ୍ୟା ଯେଉଁ ଅଞ୍ଚଳ ଦେଇ ଗତି କରିବ ତାହା ଉପରେ ଏହାର ପ୍ରଭାବ ଅଧିକ ରହିବ । ପୂର୍ବାନୁମାନ ଅନୁସାରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାତ୍ୟା ସୃଷ୍ଟି ହୋଇପାରେ । ଏହା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହୋଇ ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତି କରି ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ । ତେବେ ଏହା ୨୨ ତାରିଖ ପରେ କେଉଁ ରାଜ୍ୟ ଦେଇ ଗତି କରିବ ସେ ସମ୍ପର୍କରେ ପୂର୍ବାନୁମାନ କରାଯାଇନାହିଁ । ଏହା ଲଘୁଚାପରେ ପରିଣତ ହେବା ପରେ କେଉଁଠି ଏହାର ପ୍ରଭାବ ରହିବ ସେ ନେଇ ସ୍ପଷ୍ଟ ସୂଚନା ମିଳିବ । ଲଘୁଚାପ ରୂପ ନେବା ପରେ ବାତ୍ୟାର ରୂପରେଖ ନେଇ ସ୍ପଷ୍ଟ ହେବ ।"

ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ପୂର୍ବାନୁମାନ ଅନୁସାରେ, " ଏହି ସମ୍ଭାବ୍ୟ ବାତ୍ୟା ଯଦି ଆନ୍ଧ୍ର ପ୍ରଦେଶ ଉପକୂଳ ଆଡ଼କୁ ଗତି କରୁଛି ତେବେ ଗଞ୍ଜାମ, ଗଜପତି, ନୂଆପଡ଼ା, ରାୟଗଡ଼ା, ମାଲକାନଗିରି, କୋରାପୁଟ, କଳାହାଣ୍ଡି ଅର୍ଥାତ୍ ଦକ୍ଷିଣ ଓଡ଼ିଶା ପ୍ରଭାବିତ ହେବ । ଆଉ ଯଦି ଏହା ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ମୁହାଁଇବ ତେବେ ଉପକୂଳ ଓଡ଼ିଶା ବିଶେଷ ପ୍ରଭାବିତ ହେବ।"

  • #୨୨ରୁ #ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ମନା!!

    ୨୨ ଅକ୍ଟୋବର ରୁ ପଶ୍ଚିମ-କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳର ଗଭୀର ସମୁଦ୍ର ଭାଗରେ ଝଡ଼-ପବନ ଘଣ୍ଟା ପ୍ରତି ବେଗ ୪୫ ରୁ ୫୫ କିମି ସହ ସର୍ବାଧିକ ବା ଝଟକା ପବନ ୬୫ କିମି ଯାଏଁ ରହିବାର ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିବ
    ତେଣୁ

ଅକ୍ଟୋବରରେ କାହିଁକି ବାତ୍ୟା ହୁଏ ?

ବାତ୍ୟାର ୨ଟି ଋତୁ ରହିଛି । ଗୋଟିଏ ହେଉଛି ଏପ୍ରିଲ, ମେ, ଜୁନ ଓ ଅନ୍ୟଟି ହେଉଛି ଅକ୍ଟୋବର, ନଭେମ୍ବର, ଡିସେମ୍ବର । ଏହି ସମୟରେ ଯେତେବେଳେ ମୌସୁମୀ ଫେରିଥାଏ । ସୂର୍ଯ୍ୟ ଓ ପୃଥିବୀର ଗତି ଅନୁସାରେ ଏହାର ହିଟିଂ ଜୋନ ବର୍ତ୍ତମାନ ଦକ୍ଷିଣ ଆଡ଼କୁ ଯାଉଛି । ଏଥିଲାଗି ଯେଉଁ ସମୁଦ୍ର ଏପ୍ରିଲରୁ ଜୁନ ମଧ୍ୟରେ ଗରମ ଥିଲା, ତାହା ମଝିରେ ଥଣ୍ଡା ହୋଇଯାଇଥିଲା । ହେଲେ ବର୍ତ୍ତମାନ ଏହା ପୁଣି ଗରମ ହୋଇଯାଏ । ଅକ୍ଟୋବର ନଭେମ୍ବର ମାସରେ ବାୟୁମଣ୍ଡଳ ଅଧିକ ଅନୁକୂଳ ରହିଥାଏ । ଏହାସହିତ ସମୁଦ୍ର ମଧ୍ୟରେ ଏହା ଅନୁକୂଳ ହେବା ପରେ ବାତ୍ୟା ହୋଇଥାଏ । ବଙ୍ଗୋପସାଗରରେ ବାତ୍ୟା ପାଇଁ ପାଗ ଅନୁକୂଳ ରହିଥିବାରୁ ଓଡ଼ିଶାରେ ଏହି ସମୟରେ ବାତ୍ୟା ହୁଏ ବୋଲି ଭାରତୀୟ ପାଣିପାଗ ବିଭାଗର ଆଇଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଅପରାହ୍ନରେ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ: -

ସେପଟେ ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନ ୪ଟାରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଦାୟିତ୍ବରେ ଥିବା ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ପୂର୍ବ ପ୍ରସ୍ତୁତି ଅନୁଯାୟୀ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ହେବ । ସରକାର ବାତ୍ୟାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସତର୍କ ବାତ୍ୟା ଜାରି କରାଯାଇଛି । ଏହି ବୈଠକରେ ୭ ଜିଲ୍ଲାର ଜିଲ୍ଲାପାଳ ସାମିଲ ହେବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 18, 2022, 4:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.