ETV Bharat / city

ବିଳମ୍ବରେ ସ୍ଥଳଭାଗ ଛୁଇଁବ ବାତ୍ୟା ୟସ, କମିବ ପବନ

ପୂର୍ବରୁ ବୁଧବାର ସକାଳ ସୁଦ୍ଧା ବାତ୍ୟା ୟସ୍‌ ସ୍ଥଳଭାଗ ଛୁଇଁବା ନେଇ ଆଶଙ୍କା କରାଯାଉଥିବା ବେଳେ କିନ୍ତୁ ଏହା ପୂର୍ବାହ୍ନ ସୁଦ୍ଧା ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଅଧିକ ପଢନ୍ତୁ...

ବିଳମ୍ବରେ ସ୍ଥଳଭାଗ ଛୁଇଁବ ବାତ୍ୟା ୟସ୍‌, କମିବ ପବନ

author img

By

Published : May 26, 2021, 7:32 AM IST

ଭୁବନେଶ୍ବର: ଅତି ଭୟଙ୍କର ରୂପରେ ଓଡିଶା ମୁହାଁ ହେବାରେ ଲାଗିଛି ୟସ୍‌ । ଆଉ କିଛି ଘଣ୍ଟା ମଧ୍ୟରେ ରାଜ୍ୟରେ ରଚିବାକୁ ଯାଉଛି ତାଣ୍ଡବ । ଅତି ଭୟଙ୍କର ରୂପ ଧାରଣ କରିବ ବୋଲି ଆକଳନ କରିଛନ୍ତି ପାଣିପାଗ ବେଶଷଜ୍ଞ । ବୁଧବାର ସକାଳ 7ଟା ସୁଦ୍ଧା ଏହା ଧାମରାରୁ 40 କିଲୋମିଟର ଦୂରରେ ରହିଥିବା ବେଳେ ସକାଳ 10ଟାରୁ 11ଟା ମଧ୍ୟରେ ଧାମରାରୁ ବାଲେଶ୍ବର ମଧ୍ୟରେ ଛୁଇଁବ ସ୍ଥଳଭାଗ ।

ଭୀଷଣ ରୂପ ଧରି ଆଗଉଥିବା ବାତ୍ୟା ୟସ୍‌ ବର୍ତ୍ତମାନ ବାଲେଶ୍ବର ଓ ପଶ୍ଚିମବଙ୍ଗର ଦୀଘାଠାରୁ 90କିଲୋମିଟର ଦୂରରେ ରହିଛି । ତେବେ ଏବେ ବାତ୍ୟାର ଗତିକୁ ଲକ୍ଷ୍ୟ କରି ଲ୍ୟାଣ୍ଡଫଲରେ ବିଳମ୍ବ ହେବା ସହିତ ପବନର ବେଗ କମିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଲ୍ୟାଣ୍ଡଫଲ ସମୟରେ ପବନର ବେଗ 130ରୁ 155 କିଲୋମିଟର ରହିବ । ତେବେ ବାତ୍ୟାର ଆଖି 35 କିଲୋମିଟର ପର୍ଯ୍ୟନ୍ତ ବ୍ୟାପିକି ରହିଛି ବୋଲି ସୂଚନା ମିଳିଛି । ବାତ୍ୟା ସହିତ ପୂର୍ଣ୍ଣିମା ଯୋଗୁଁ ଜଗତସିଂହପୁର ଓ କେନ୍ଦ୍ରାପଡାରେ ସମୁଦ୍ରରେ 7 ଫୁଟ ଉଚ୍ଚର ଜୁଆର ଉଠିବାର ସମ୍ଭାବନା ରହିଥିବା ବେଳେ ଭଦ୍ରକ ଓ ବାଲେଶ୍ବରରେ 7ରୁ 13 ଫୁଟ ଉଚ୍ଚର ଜୁଆର ଆସିବ ।

ଗତ 6 ଘଣ୍ଟା ଧରି ବାତ୍ୟା 15 କିଲୋମିଟର ବେଗରେ ଗତି କରୁଛି । ସମୁଦ୍ର ମଧ୍ୟରେ ପବନର ବେଗ 130ରୁ 155 କିଲୋମିଟର ରହିଥିବା ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ବାତ୍ୟା ପ୍ରଭାବରୁ ମଙ୍ଗଳବାରଠାରୁ ବର୍ଷା ପବନ ଆରମ୍ଭ ହୋଇଯାଇଥିବା ବେଳେ ବର୍ତ୍ତମାନ ସମୁଦ୍ର କୂଳରେ ପ୍ରାୟ 60 ବେଗରେ ପବନ ବହୁଛି । ଧାମରାରେ ପ୍ରବଳ ବର୍ଷା ଓ ପବନ ଏବେ ଜାରି ରହିଛି । ବାତ୍ୟା ନିକଟତର ହେବା ସହିତ ପବନର ବେଗରେ ମଧ୍ୟ ବୃଦ୍ଧି ପାଉଛି । ତଳିଆ ଅଞ୍ଚଳ ଲୋକଙ୍କ ଘରେ ସମୁଦ୍ର ପାଣି ପଶିଥିବା ମଧ୍ୟ ସୂଚନା ମିଳିଛି । ସେପଟେ ସରକାରଙ୍କ ତରଫରୁ ସମସ୍ତ ସ୍ଥାନାନ୍ତରଣ କାର୍ଯ୍ୟ ଶେଷ ହୋଇସାରିଥିବା ବେଳେ ଜିରୋ କାଜୁଆଲିଟିକୁ ସରକାର ଗୁରୁତ୍ବ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.