ଭୁବନେଶ୍ବର: ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା ୟସ୍ । ଅତି ଭୟଙ୍କର ଗର୍ଜନରେ ଥରୁଛି ସମୁଦ୍ର ଉପକୂଳ। ଆଜି(ବୁଧବାର) ଦିନ ୧୦ଟାରୁ ୧୧ଟା ମଧ୍ୟରେ ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ବରରେ ଲ୍ୟାଣ୍ଡଫଲ କରିବ ବାତ୍ୟା ୟସ୍ ।
ବାତ୍ୟା ୟସ୍ ବର୍ତ୍ତମାନ ଧାମରାରୁ ୪୦ କିମି ଦୂରରେ ରହିଛି ସାମୁଦ୍ରିକ ଝଡ଼ ୟସ୍ । ଘଣ୍ଟା ପ୍ରତି ୧୨ରୁ ୧୫ କିମି ବେଗରେ ଗତି କରୁଛି ୟସ୍ । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୩୦ରୁ ୧୪୦ ଏବଂ ଝଟକା ପବନ ୧୫୫ ପର୍ଯ୍ୟନ୍ତ ବହିବାର ସମ୍ଭାବନା ରହିଛି। ଧାମରାର ମୋହନପୁରରେ ସର୍ବାଧିକ ୩.୮ ମିଟର ପାଖାପାଖି ଜୁଆର ଉଠିବ।
ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଓ ମୟୂରଭଞ୍ଜରେ ଏହାର ପ୍ରଭାବ ଅନୁଭୂତ ହେବ। ବାତ୍ୟାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭୁବନେଶ୍ବର, କଟକରେ ବର୍ଷା ଲାଗି ରହିଛି। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପବନ ବର୍ଷା ଜାରି ରହିଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ