ETV Bharat / city

ସାଇବର ଠକଙ୍କ ଟାର୍ଗେଟରେ ରାଜଧାନୀ, ୭ ମାସରେ ଲୁଟିଲେଣି ୮ କୋଟି - ସାଇବର ଠକଙ୍କ ଟାର୍ଗେଟରେ ରାଜଧାନୀ

ଚିନ୍ତା ବଢାଇଛି ସାଇବର ଠକେଇ । ନୂଆ ନୂଆ ତାରିକାରେ ରାଜଧାନୀରୁ ୭ ମାସ ମଧ୍ୟରେ ଲୁଟି ନେଲେଣି ପ୍ରାୟ ୮ କୋଟି । ଅଧିକ ପଢନ୍ତୁ

ସାଇବର ଠକଙ୍କ ଟାର୍ଗେଟରେ ରାଜଧାନୀ, ୭ ମାସରେ ଲୁଟିଲେଣି ୮ କୋଟି

author img

By

Published : Aug 3, 2022, 8:30 PM IST

ଭୁବନେଶ୍ବର: ସାଇବର ଠକଙ୍କ ଟାର୍ଗେଟରେ ରାଜଧାନୀ । ଟଙ୍କା ଠକେଇ ପାଇଁ ମାୟାଜାଲ ବିଛାଉଛନ୍ତି ଠକ । ଭିନ୍ନ ଭିନ୍ନ ତରିକାରେ କ୍ଷଣିକରେ ଲକ୍ଷ ଲକ୍ଷ ଟଙ୍କା ଉଡାଇ ନେଉଛନ୍ତି । ଏପରି ଭାବେ ଦୀର୍ଘ ୭ ମାସରେ ସାଇବର ଠକମାନେ ରାଜଧାନୀ ଭୁବନେଶ୍ବରରୁ ୭ କୋଟି ୭୯ ଲକ୍ଷ ୩୮ ହଜାର ଟଙ୍କା ଲୁଟିଲେଣି । ହେଲେ ଏଯାବତ୍ ୭୦ ଲକ୍ଷ ଟଙ୍କା ପୋଲିସ ଫେରାଇ ଥିବାବେଳେ ୬୦ ଲକ୍ଷ ଟଙ୍କା ବ୍ଲକ କରିଛି କମିଶନରେଟ ପୋଲିସ । ଏବେ ସୁଦ୍ଧା ଅର୍ଥାତ୍ ୭ ମାସରେ ଭୁବନେଶ୍ବରରେ ମୋଟ ସାଇବର ଠକେଇ ସମ୍ପର୍କିତ ୨,୪୬୭ ଟି ରିପୋର୍ଟ ହୋଇଛି ଏବଂ ୩୦ଟି କେସ୍ ହୋଇଛି । ବିଭିନ୍ନ ସାଇବର ଠକାମି ମାମଲାରେ କମିଶନରେଟ ପୋଲିସ ୩୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସାଇବର ଠକଙ୍କ ଟାର୍ଗେଟରେ ରାଜଧାନୀ, ୭ ମାସରେ ଲୁଟିଲେଣି ୮ କୋଟି

କେବଳ ଜୁଲାଇ ମାସର ଡାଟା ଦେଖିଲେ, ରାଜଧାନୀରୁ 1 କୋଟି 38 ଲକ୍ଷ ଟଙ୍କା ଠକେଇ ହୋଇଛି । ସେହିପରି ମାତ୍ର 11 ଲକ୍ଷ 39 ହଜାର ଟଙ୍କା ଫେରସ୍ତ(Refund) ହୋଇଥିବା ବେଳେ 18 ଲକ୍ଷ 98 ହଜାର ଟଙ୍କା ବ୍ଲକ୍ ହୋଇଛି । ଗତ ମାସରେ ସମୁଦାୟ 368ଟି ଠକେଇ କଲ ଆସିଥିବା ବେଳେ ତା' ମଧ୍ୟରୁ UPI ଫ୍ରଡ୍ ଅଭିଯୋଗ 148ଟି ରହିଛି । ଏହାପଛକୁ କ୍ରେଡିଟ୍ ଓ ଡେବିଟ୍ କାର୍ଡ କଲ୍ ୭୧ଟି ଆସିଛି । ଜୁଲାଇ ମାସରେ ଏ ସମ୍ପର୍କିତ ୭ଟି ମାମଲା ରୁଜୁ ହୋଇଛି ।

ଗତ ଜୁନ ମାସରେ ଭୁବନେଶ୍ବରରେ 1 କୋଟି 6 ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି ସାଇବର ଠକ । ଏହାମଧ୍ୟରୁ 5 ଲକ୍ଷ 36 ହଜାର ଟଙ୍କା ଫେରସ୍ତ ଆସିପାରିଛି । ଦିନକୁ ଦିନ ଠକଙ୍କ ଚାଲ୍ ବଦଳୁଛି । ନିଜକୁ ଆର୍ମି ଓ ସିବିଆଇ ସହ ସିଆଇଏସଏଫ ଅଫିସର କହି ଏବେ କୋରିୟର ଆଳରେ ଲୋକଙ୍କୁ ଧମକାଇ ଠକୁଛନ୍ତି । ଏବେ ସୋସିଆଲ ମିଡିଆରେ ଲୋକଙ୍କୁ ବିଶେଷ ଟାର୍ଗେଟ କରାଯାଉଛି । ନ୍ୟୁଡ କଲରେ ଲୋକଙ୍କୁ ବ୍ଲାକମେଲ୍ କରି ଲକ୍ଷାଧିକ ଟଙ୍କା ଲୁଟି ନେଉଛନ୍ତି । ସୁନ୍ଦର ତରୁଣୀଙ୍କ ନ୍ୟୁଡ ଭିଡିଓ ଦେଖାଇବା ପରେ ସେହି ସ୍କ୍ରିନସଟ୍ ନେଇ ବ୍ଲାକମେଲ କରୁଛନ୍ତି ଏବଂ ଟଙ୍କା ନ ଦେଲେ ଭାଇରାଲ କରିବାର ଧମକ ଦେଉଛନ୍ତି ।

ସେହିପରି ରାତିଅଧରେ ଇଲେକ୍ଟ୍ରିକ କନେକ୍ସନ କଟିଯିବ ବାହାନା ଦେଖାଇ କିଛି ନମ୍ବରକୁ ତୁରନ୍ତ ଯୋଗାଯୋଗ କରିବାକୁ କହି ଠକାମି କରୁଛନ୍ତି ସାଇବର ଠକ । ଲିଙ୍କ ପଠାଇ ଏନି ଡେସ୍କ, ମେ ଆଇ ହେଲ୍ପ, ସ୍ର୍କିନ ସେୟାର ଆପ ଇନଷ୍ଟଲ କରି ଟଙ୍କା ଠକୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.