ଭୁବନେଶ୍ବର: ସାଇବରଙ୍କ ଜାଲରେ ଫସିଲେ ପୋଲିସ ବାବୁଙ୍କ ପତ୍ନୀ ।କ୍ରେଡିଟ କାର୍ଡ ଆକ୍ଟିଭ ଆଳରେ ଠକିନେଲେ ମୋଟା ଅଙ୍କର ଟଙ୍କା । ପିନ ହାତେଇ କ୍ରେଡିଟ କାର୍ଡରୁ ନେଇଗଲେ ୪୯ ହଜାର। ଏମିତି ସାଇବର ଠକେଇର ଶିକାର ହୋଇଛନ୍ତି ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋର ASI ବିଜୟ ବାହାଲିଙ୍କ ପତ୍ନୀ । ଏନେଇ ବିଜୟ ବାହାଲି ଡିସିପି ଅଫିସ ସାଇବର ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି ।
ସୂଚନା ମୁତାବକ, କିଛି ଦିନପୁର୍ବେ ତାଙ୍କ ପତ୍ନୀଙ୍କୁ କ୍ରେଡିଟ କାର୍ଡ କରିବା ପାଇଁଏକ କଲ ଆସିଥିଲା । ଏହାପରେ ହେଲଥ ଇନସ୍ୟୁରାନ୍ସର ଅଫର ଦେଇ କ୍ରେଡିଟ କାର୍ଡ କରାଇଥିଲେ । ହେଲେ କିଛି ଦିନପୂର୍ବେ କାର୍ଡ ଇନଭାଲିଡ ଅଛି କହି ଆକ୍ଟିଭ କରିବା ପାଇଁ ସମସ୍ତ ତଥ୍ୟ ମାଗିବାରୁ ପୋଲିସ ବାବୁଙ୍କ ପତ୍ନୀ ସମସ୍ତ ତଥ୍ୟ ତାଙ୍କୁ ଫୋନରେ ଦେଇଥିଲେ । ପରେ ହଠାତ ୪୯ହଜାର ଟଙ୍କା କ୍ରେଡିଟ କାର୍ଡରୁ ଗାଏବ ହୋଇଯାଇଥିଲା ।
ଏନେଇ ସେ ଭଦ୍ରକରେ ଅଭିଯୋଗ କରିଥିଲେ । ପରେ ବ୍ୟାଙ୍କକୁ ଯାଇ ତାଙ୍କର ତଥ୍ୟ କିପରି ଲିକ ହେଲା ବୋଲି ପ୍ରଶ୍ନ କରିଥିଲେ । ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ଜଣେ ଲେଡି ବ୍ୟାଙ୍କ କର୍ମଚାରୀଙ୍କୁ ନିଲମ୍ବିତ କରିଥିବା କହିଛନ୍ତି ASI ବିଜୟ ବାହାଲି । ତେବେ ତଦନ୍ତ ଜାରି ରହିଥିବା ବେଳେ ବିଲ୍ ୪୯ ହଜାର ୬୦ହଜାର ହୋଇଥିବା ନେଇ ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ