ETV Bharat / city

ଖୁବଶୀଘ୍ର ଲୋକାର୍ପଣ ହେବ କଟକ ୱାଟର ସ୍ପୋର୍ଟସ ପାର୍କ - କଟକ ୱାଟର ସ୍ପୋର୍ଟସ ପାର୍କ

ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଲାଗି ମାଷ୍ଟର ପ୍ଲାନ କରୁଛନ୍ତି ରାଜ୍ୟ ସରକାର । ଫଳରେ ଖୁବଶୀଘ୍ର ଲୋକାର୍ପଣ ହେବାକୁ ଯାଉଛି କଟକ ୱାଟର ସ୍ପୋର୍ଟସ ପାର୍କ । ପର୍ଯ୍ୟଟନ ଶିଳ୍ପକୁ ଅଧିକ ସମୃଦ୍ଧ ଓ କ୍ରିୟାଶୀଳ କରିବା ଲାଗି ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ଖୁବଶୀଘ୍ର ଲୋକାର୍ପଣ ହେବ କଟକ ୱାଟର ସ୍ପୋର୍ଟସ ପାର୍କ

author img

By

Published : Mar 17, 2021, 4:33 PM IST

ଭୁବନେଶ୍ବର: ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଲାଗି ମାଷ୍ଟର ପ୍ଲାନ କରୁଛନ୍ତି ରାଜ୍ୟ ସରକାର । ପର୍ଯ୍ୟଟନ ଶିଳ୍ପକୁ ଅଧିକ ସମୃଦ୍ଧ ଓ କ୍ରିୟାଶୀଳ କରିବା ଲାଗି ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପର୍ଯ୍ୟଟକଙ୍କୁ ମହାନଦୀରେ ଆଡ଼ଭେଞ୍ଚର ୱାଟର ସ୍ପୋଟର୍ସ (ଦୁଃସାହାସିକ ଜଳକ୍ରୀଡ଼ା) ସହ ମନୋରଞ୍ଜନର ସୁବିଧା ଯୋଗାଇବା ଲାଗି ନିଷ୍ପତ୍ତି ନେଇଛି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ।

ଖୁବଶୀଘ୍ର ଲୋକାର୍ପଣ ହେବ କଟକ ୱାଟର ସ୍ପୋର୍ଟସ ପାର୍କ
ଖୁବଶୀଘ୍ର ଲୋକାର୍ପଣ ହେବ କଟକ ୱାଟର ସ୍ପୋର୍ଟସ ପାର୍କ

ଓଟିଡିସି ଦ୍ୱାରା କଟକର ମାତା ମଠ ଠାରେ ସିଲିଭର ସିଟି ବୋଟିଂ କ୍ଲବ କମ୍ପେ୍ଲକ୍ସରେ ୱାଟର ସ୍ପୋଟର୍ସ ପାର୍କ ସ୍ଥାପନ କରାଯିବାକୁ ନିଷ୍ପତ୍ତି ହୋଇଛି । ନିର୍ମାଣ ସାରି ଏହା ଖୁବଶୀଘ୍ର ପର୍ଯ୍ୟଟକଙ୍କ ନିମନ୍ତେ ଲୋକାର୍ପିତ ହେବ । ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ପର୍ଯ୍ୟଟନ ବିଭାଗର ବରିଷ୍ଠ ପଦାଧିକାରୀ ଓ ଇଞ୍ଜିନିୟର ଏହାର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । କଟକ ଗସ୍ତରେ ଯାଇ ମାତାମଠ ଠାରେ ଥିବା ଏହି ୱାଟର ସ୍ପୋଟର୍ସର ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି ।

ଓଟିଡିସି ଅଧ୍ୟକ୍ଷା ସମସ୍ତ କାର୍ଯ୍ୟ ବୁଲି ଦେଖିବା ପରେ ତାଙ୍କ ସହ ଯାଇଥିବା ଓଟିଡିସିର ବରିଷ୍ଠ ପଦାଧିକାରୀ ଓ ଇଞ୍ଜିନିୟରମାନଙ୍କୁ ବାକି ଥିବା କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପର୍ଯ୍ୟଟକଙ୍କ ନିରାପତ୍ତାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏ ବାବଦରେ ସମସ୍ତ ଆନୁସଙ୍ଗିକ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ଶ୍ରୀମୟୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ସ୍ଥାନରେ ବିଭିନ୍ନ ପ୍ରକାରର ୱାଟରସ୍ପୋଟର୍ସ ବ୍ୟତୀତ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଓଟିଡିସି ପକ୍ଷରୁ ଏକ ରେଷ୍ଟୁରାଣ୍ଟ ମଧ୍ୟ କାର୍ଯ୍ୟ କରିବ ।

ପର୍ଯ୍ୟଟକମାନେ ମହାନଦୀର ମନୋରମ ଦୃଶ୍ୟକୁ ଉପଭୋଗ କରିପାରିବା ନିମନ୍ତେ ଏକ ଭ୍ୟୁ ପଏଣ୍ଟ ଓ ସ୍ମୃତିକୁ ସାଇତି ରଖିବା ନିମନ୍ତେ ଏକ ସେଲଫି ଜୋନ୍ ମଧ୍ୟ ନିର୍ମାଣ କରାଯାଉଛି । କଟକବାସୀ ମଧ୍ୟ ଏଠାରେ ପ୍ରାକୃତିକ ପରିବେଶକୁ ଉପଭୋଗ କରିପାରିବେ । ରାଜ୍ୟ ତଥା ଦେଶବିଦେଶର ପର୍ଯ୍ୟଟକମାନଙ୍କୁ ଏଠାରେ ଅତ୍ୟାଧୁନିକ ୱାଟର ସ୍ପୋଟର୍ସ ଓ ମନୋରଞ୍ଜନର ସୁବିଧା ଯୋଗାଇଦେବା ପାଇଁ ଓଟିଡିସି ଖୁବଶୀଘ୍ର ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମି ବିକାଶ କାର୍ଯ୍ୟ କରାଇବ ବୋଲି ଶ୍ରୀମୟୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.