କଟକ: କଟକ ବାରବାଟୀ ବିଧାୟକଙ୍କୁ ଦୁର୍ଗାପୂଜା ପ୍ରସ୍ତୁତି ବୈଠକକୁ ନଡାକି ହରଡଘଣାରେ କମିଶନରେଟ ପୋଲିସ । ନିମନ୍ତ୍ରଣ ଘଟଣାକୁ ନେଇ ଦିନକୁ ଦିନ ଅସନ୍ତୋଷ ବଢିବାରେ ଲାଗିଛି । ଘଟଣାକୁ ବିରୋଧ କରି ଆଜି ଏକତ୍ରିତ ହୋଇଛନ୍ତି କଟକ ପୂଜା କମିଟିର କର୍ମକର୍ତ୍ତା ମଣ୍ଡଳୀ । ଘଟଣାକୁ କମିଟି କଡାନିନ୍ଦା କରିବା ସହ କଟକ ଡିସିପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି କଟକ ପୂଜା କମିଟିର କର୍ମକର୍ତ୍ତା ।
ଏନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଅଭିଯୋଗ ପତ୍ର ଲେଖିବେ ସହରର ପୂଜା କମିଟି ସଦସ୍ୟ । ଖାଲି ସେତିକି ନୁହେଁ ଘରେ ଘରେ ବୁଲି କଟକ ଡିସିପିଙ୍କ ବିରୋଧରେ ଦସ୍ତଖତ ସଂଗ୍ରହ କରାଯିବ । ଏହି ଦସ୍ତଖତ ଆଧାରରେ କଟକ ଡିସିପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବକ୍ସିବଜାର ପୂଜା କମିଟି ସଭାପତି ସୂଚନା ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ