ଭୁବନେଶ୍ବର: ମାତ୍ର ଦିନକର ତଳର କଥା । ସାମୁଦ୍ରିକ ବାତ୍ୟା ଜୱାଦକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ ରାଜ୍ୟବାସୀ ଓ ଚାଷୀ । ବାତ୍ୟା ଆସିଲେ ଜମିରେ ଅମଳ ହେବାକୁ ଠିଆ ହୋଇଥିବା ପାଚିଲା ଧାନ ବିଷୟରେ ଭାବି ଭାବି ଚାଷୀର ନିଦ ହଜି ଯାଇଥିଲା । ହେଲେ ସେହି ଭଗବାନ ସାହା ହେଲେ ବୋଧେ ବାତ୍ୟା ଦୁର୍ବଳ ହୋଇ ଫେରିଗଲା ହେଲେ ଚାଷୀ ଆଖିରେ ଦେଇଗଲା ଅସରାଏ ଲୁହ । ଉଜାଡିଦେଲା ବର୍ଷକର ଦାନାପାଣି । ବୁଡେଇଦେଲା ସୁନାର ଫସଲ । ଆଉ ଏହାକୁ ନିଜ ରଙ୍ଗ ତୁଳୀରେ ବଖାଣିଛନ୍ତି ଯୁବଚିତ୍ରଶିଳ୍ପୀ ସୂର୍ଯ୍ୟକାନ୍ତ ।
ଏହା ବି ପଢ଼ନ୍ତୁ Cyclone Jawad: ବର୍ଷା ପରେ ବଢିଲା ଚାଷୀଙ୍କ ଦୁର୍ଦ୍ଦଶା
ବାତ୍ୟା ସିନା ହେଲାନି ହେଲେ ଏହାର ପ୍ରଭାବରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା । ଫଳରେ ଅମଳ ହେବାକୁ ଧାନ ଜମିରେ ଅଣ୍ଟାଏ ଲେଖାଏଁ ପାଣି ଭର୍ତ୍ତି ହୋଇଛି । ଓଦା ବିଲରେ ଶୋଇଥିବା ସେହି ଧାନ କେଣ୍ଡାକୁ ଦେଖି ଚାଷୀକୁ କାହୁଁ ଆଉ ନିଦ ଆସିବ । ବର୍ଷକର ପରିଶ୍ରମ, ଖରା, ବର୍ଷା, ଶୀତ, କାକରକୁ ଏକ କରିଥିବା ଚାଷୀର କଷ୍ଟକୁ ଦୁଇଗୁଣ କରିଦେଲା ଜୱାଦ ।
-
ମହାପ୍ରଭୁ ବାତ୍ୟା କୁ ରୋକି ଦେଲେ ବାତ୍ୟା ରେ ହେଇଥିବା ବର୍ଷା ର ପାଣି ରେ ଜମି ବୁଡି ଚାଷୀ ଭାଇଙ୍କ ଫସଲ ନଷ୍ଟ ହେଇଗଲା । ପ୍ରଭୁ ଏ କଷ୍ଟ ରୁ ଚାଷୀ ଭାଇ ଙ୍କୁ ଉଦ୍ଧାର କର
— suriya artist (@ArtistSuriya) December 6, 2021 " class="align-text-top noRightClick twitterSection" data="
ମୋ ଆର୍ଟ pic.twitter.com/bBKefOAMfF
">ମହାପ୍ରଭୁ ବାତ୍ୟା କୁ ରୋକି ଦେଲେ ବାତ୍ୟା ରେ ହେଇଥିବା ବର୍ଷା ର ପାଣି ରେ ଜମି ବୁଡି ଚାଷୀ ଭାଇଙ୍କ ଫସଲ ନଷ୍ଟ ହେଇଗଲା । ପ୍ରଭୁ ଏ କଷ୍ଟ ରୁ ଚାଷୀ ଭାଇ ଙ୍କୁ ଉଦ୍ଧାର କର
— suriya artist (@ArtistSuriya) December 6, 2021
ମୋ ଆର୍ଟ pic.twitter.com/bBKefOAMfFମହାପ୍ରଭୁ ବାତ୍ୟା କୁ ରୋକି ଦେଲେ ବାତ୍ୟା ରେ ହେଇଥିବା ବର୍ଷା ର ପାଣି ରେ ଜମି ବୁଡି ଚାଷୀ ଭାଇଙ୍କ ଫସଲ ନଷ୍ଟ ହେଇଗଲା । ପ୍ରଭୁ ଏ କଷ୍ଟ ରୁ ଚାଷୀ ଭାଇ ଙ୍କୁ ଉଦ୍ଧାର କର
— suriya artist (@ArtistSuriya) December 6, 2021
ମୋ ଆର୍ଟ pic.twitter.com/bBKefOAMfF
ଏହା ବି ପଢ଼ନ୍ତୁ Crop Assistance: ଖୁବଶୀଘ୍ର ଚାଷୀଙ୍କୁ ମିଳିବ କ୍ଷତିପୂରଣ
ଏବେ ସେହି ଓଦା ଜମିରେ ଧାନ କେଣ୍ଡାକୁ ଧରି ଆଖିରୁ ଲୁହ ଝରାଉଛି ଚାଷୀ । ଏହାକୁ ନିଜ ରଙ୍ଗତୂଳୀରେ ଦର୍ଶାଇଛନ୍ତି ଯୁବଚିତ୍ରଶିଳ୍ପୀ । ବାତ୍ୟା ଆଗମନ ସମ୍ଭ୍ରାନ୍ତ ଶ୍ରେଣୀୟଙ୍କ ପାଇଁ ମଜା ହୋଇଥିବା ବେଳେ ଚାଷୀ ପାଇଁ ସବୁବେଳେ ସଜା ପାଲଟି ଯାଏ । କିଏ ବା ତା କଥା ଆଉ ବୁଝିବ । କେତେ ଋଣ କେତେ କରଜ କରି ଧାନ ବିଲରେ ଖଟୁଥିବା ଚାଷୀ କଥା ସଭିଏଁ ଭୁଲି ଯାଆନ୍ତି । ଶେଷରେ ସେ ମଧ୍ୟ ସେହି ଜଗତର ନାଥ ଜଗନ୍ନାଥ ସାହା ଆଶାରେ ପୁଣି ଚାଲି ଆସେ ବିଲ ବୁଲିବାକୁ । ଜୱାଦ ଦେଇଯାଇଥିବା ଦୁଃଖ କଥା ଏବେ ସେହି ଜଗନ୍ନାଥ ହିଁ ବୁଝିବେ ବୋଲି ଗୁମୁରି କାନ୍ଦୁଛି ଚଷା ଭାଇ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ