ETV Bharat / city

କୋରୋନାରେ ଆଖି ବୁଜିଲେ ସିଆରପିଏଫ ଡିଆଇଜି ସୁନୀଲ ପାର୍ଥ - CRPF

କୋରୋନାରେ ଆଖି ବୁଜିଛନ୍ତି ସିଆରପିଏଫ ଡିଆଇଜି ସୁନୀଲ ପାର୍ଥ । ଏପ୍ରିଲ 26 ତାରିଖରୁ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଅଧିକ ପଢନ୍ତୁ...

ସିଆରପିଏଫ ଡିଆଇଜି ସୁନୀଲ ପାର୍ଥ
ସିଆରପିଏଫ ଡିଆଇଜି ସୁନୀଲ ପାର୍ଥ
author img

By

Published : May 6, 2021, 1:08 PM IST

ଭୁବନେଶ୍ବର: କୋରୋନାରେ ଆଖି ବୁଜିଲେ ସିଆରପିଏଫ ଡିଆଇଜି ସୁନୀଲ ପାର୍ଥ । କିଛି ଦିନ ତଳେ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆଜି (ଗୁରୁବାର) ତାଙ୍କର ମୃତ୍ୟୁ ହୋଇଛି ।

ଏପ୍ରିଲ 26 ତାରିଖରୁ କୋରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଆଦିତ୍ୟ କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଡିଆଇଜି ସୁନୀଲ ପାର୍ଥ । ସୁନୀଲ ପାର୍ଥ ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ତାଙ୍କର କାର୍ଯ୍ୟ ସୂଚାରୁ ରୂପେ ତୁଲାଇଛନ୍ତି ।

ମହାମାରୀର ପ୍ରଥମ ଲହରରେ ତାଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ସେ ବେଶ ଚର୍ଚ୍ଚାରେ ରହିଥିଲେ । ସାଧାରଣ ଜୀବନ ବିତାଉଥିବା ଜଣେ ଉତ୍ତମ ସିଆରପିଏଫ ଅଫିସର ଭାବରେ ସେ ଅନେକଙ୍କର ପ୍ରେରଣା ଥିଲେ । ତାଙ୍କର ଅକାଳ ବିୟୋଗରେ ସିଆରପିଏଫ ବାଟାଲିୟନରେ ଶୋକର ଛାୟା ଖେଳିଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.