ଭୁବନେଶ୍ବର: ବଢିଲା ଭୋଡାଫୋନ, ବିଏସଏନଏଲ, ଜିଓ ପାଇଁ ଅଡୁଆ । ଢେଙ୍କାନାଳରୁ ପ୍ରି ଆକ୍ଟିଭେଟେଡ ସିମ୍ ଜବତ ଘଟଣାରେ କ୍ରାଇମବ୍ରାଞ୍ଚର ଖୋଳତାଡ । ଏହି ତିନି ସିମ୍କାର୍ଡ ସେବା ଯୋଗାଣକାରୀ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କଲା କ୍ରାଇମବ୍ରାଞ୍ଚ । ଲୋକସଭା ବାଚସ୍ପତିଙ୍କ ନାମରେ ଫେକ୍ ହ୍ବାଟ୍ସଆପ୍ ଆକାଉଣ୍ଟ ଓପନ କରି ଟଙ୍କା ମାଗିବା ଅଭିଯୋଗରେ ଏପରି କାର୍ଯ୍ୟାନୁଷ୍ଠାନ ନେଇଛି କ୍ରାଇମବ୍ରାଞ୍ଚ ।
ଖୁବଶୀଘ୍ର ଜେରା ହେବେ ଭୋଡାଫୋନର କମର୍ସିଆଲ ମ୍ୟାନେଜର, ବିଏସଏନଏଲ ଢେଙ୍କାନାଳ ଜେନେରାଲ ମ୍ୟାନେଜର ଏବଂ ଜିଓର ରିଟେଲ ଏରିଆ ମ୍ୟାନେଜର । କିଭଳି ଓ କେଉଁ ପରିସ୍ଥିତିରେ ଏସବୁ ପ୍ରି ଆକ୍ଟିଭେଟେଡ ସିମ ଆକ୍ଟିଭ ହୋଇଥିଲା ଏବଂ କିପରି ଭାବେ ଟ୍ରାଇ (Telecom Regulatory Authority of India)ର ପ୍ରୋଟୋକଲ ପାଳନ ହେଉଥିଲା, ଏନେଇ ଅଧିକ ସୂଚନା ପାଇଁ ଗିରଫ ତିନି ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ୍ । ସିଟି ମାଜିଷ୍ଟ୍ରେଟଙ୍କ ଅନୁମତିରେ ରିମାଣ୍ଡରେ ନେଇ ଅଧିକ ପଚରାଉଚରା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ।
ଏହା ମଧ୍ୟ ପଢନ୍ତୁ:- ରାଜ୍ୟରେ ବଡ଼ଧରଣର ଟେଲିକମ ଜାଲିଆତି, ଟେଲିକମ କମ୍ପାନୀକୁ ଚିଠି ଲେଖିଲା ପୋଲିସ
ତିନି ଗିରଫ ଅଭିଯୁ୍କ୍ତ ଦୁଷ୍ମନ୍ତ, ଯେକି ଓଟିପି ସେଲର ବାୟର ଗ୍ରୁପ କରି ସିମ ବିକୁଥିଲା । ସେହିପରି ବିଏସଏନଏଲ ଡିଲର ସାଇପ୍ରକାଶ ଏବଂ ଦୋକାନି ଅବିନାଶକୁ ମଧ୍ୟ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ୍ । ପ୍ରି ଆକ୍ଟିଭେଟେଡ ସିମ ବିକ୍ରି କରୁଥିବା ଡିଲର ପଏଣ୍ଟରେ ଚଢାଉ କରିବାକୁ ସମସ୍ତ ଜିଲ୍ଲାର ଏସପି ଓ ଡିସିପିମାନଙ୍କୁ ମଧ୍ୟ ନିର୍ଦ୍ଦେଶ ରହିଛି । ସେହିପରି କ୍ରାଇମବ୍ରାଞ୍ଚ ପାଇଥିବା ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଯେକି ପ୍ରି ଆକ୍ଟିଭେଟେଡ ସିମ ରିମୋଟଲି ବିକ୍ରି କରୁଥିଲେ (ଅର୍ଥାତ ସିମ ତାଙ୍କ ପାଖରେ ରଖୁଥିଲେ ସିମ ନମ୍ବରରେ ସାଇବର ଠକଙ୍କୁ ହ୍ବାଟ୍ସଆପ ଖୋଲିବାକୁ ଓଟିପି ଯୋଗାଉଥିଲେ) ଏନେଇ ସେହି ସିମ ବିକିବା ପାଇ ତାଙ୍କୁ ୪୦୦ ଟଙ୍କା ନେଉଥିଲେ । ଏହିଭଳି ଭାବେ ୧୯ ହଜାର ୬୧୪ଟି ସିମ ପାଇ ଏହିପରି ଟଙ୍କା ନେଉଥିବା ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ ।
ଏହା ମଧ୍ୟ ପଢନ୍ତୁ:- ସିମ ଜାଲିଆତିରେ ଆସିଲା ସାଙ୍ଗାତିକ ତଥ୍ୟ, ବାଚସ୍ପତିଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲିଥିଲା ଠକ
କ୍ରାଇମବ୍ରାଞ୍ଚ ଖୋଳତାଡ ସମୟରେ ଦୁଷ୍ମନ୍ତ ଓ ତା' ସମ୍ପର୍କୀୟଙ୍କ ନାଁରେ ଥିବା ୭ଟି ଆକାଉଣ୍ଟ ଠାବ କରାଯାଇଛି । ଏଥିସହ ୩ଟି ପେ' ଟିଏମ ଆକାଉଣ୍ଟ ଠାବ ହୋଇଛି । ୨ଟି ଆକାଉଣ୍ଟରୁ ସମ୍ପୂର୍ଣ୍ଣ ତଥ୍ୟ ମିଳିଛି, ଯେଉଁଥିରେ ପର୍ଯ୍ୟାୟକ୍ରମେ ୩୦ ଲକ୍ଷର କାରବାର ହୋଇଛି । ଏପ୍ରିଲ ୧୮, ୨୦୨୦ ରୁ ଏହିଭଳି ଟଙ୍କା କାରବାର ହୋଇଛି । ତେବେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନାମରେ ଏକ ଫେକ ହ୍ବାଟସପ ନମ୍ବର ଆସିଥିଲା, ଯେଉଁ ନମ୍ବର ଜରିଆରେ କିଛି ଏମପିଙ୍କୁ ଟଙ୍କା ମାଗିଥିଲେ ସାଇବର ଲୁଟେରା । ସେହି ଘଟଣାର ତଦନ୍ତ କରୁ କରୁ ଢେଙ୍କାନାଳରୁ ୧୯୬୧୪ଟି ପ୍ରି ଆକ୍ଟିଭେଟେଡ ଜବତ କରାଯାଇଥିଲା । ଯେଉଁଥିରେ BSNL ର 6814 ଟି, Vodafone ର 9685 ଟି ଏବଂ JIO ର 3017ଲେଖାଏଁ ସିମ ରହିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ