ଭୁବନେଶ୍ବର/କଟକ: ଲୋକସଭା ବାଚସ୍ପତିଙ୍କ ନାମରେ ଫେକ ହ୍ବାଟ୍ସଆପ୍ ଆକାଉଣ୍ଟ ଚଳାଇବା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି ମାରାଥନ ଜେରା କରୁଛି କ୍ରାଇମବ୍ରାଞ୍ଚ । ଜିଓ ବିତରକ ଅମିତାଭ ସାହୁ ଓ ଜିଓ ବିକ୍ରେତା ଦୋଳଗୋବିନ୍ଦ ପରିଡାକୁ ଜେରା କରୁଛି କ୍ରାଇମବ୍ରାଞ୍ଚ । ଏମାନଙ୍କ ସହ ପୂର୍ବରୁ ଗିରଫ ଦୁଷ୍ମନ୍ତର ଦୁଇଟି ବ୍ୟାଙ୍କ ଆକାଉଣ୍ଟ ସିଜ କରି ସେଥିରେ ଥିବା ସମୁଦାୟ ୯ ଲକ୍ଷ ୫୫ ହଜାର ଟଙ୍କା ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ୍ ।
ଦୁଷ୍କନ୍ତର 7ଟି ଆକାଉଣ୍ଟ ଏବଂ ତିନୋଟି ପେ'ଟିଏମ ଆକାଉଣ୍ଟ ସିଜ କରିଛି କ୍ରାଇମବ୍ରାଞ୍ଚ । ଯେଉଁଥିରେ 9 ଲକ୍ଷ 55 ହଜାର ଥିଲା । ଢେଙ୍କାନାଳରୁ ଆଣି ଜିଓ ରିଟେଲର ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା ଚାଲିଛି । ଦୁଷ୍ମନ୍ତର ଶିକ୍ଷାଗତ ଯୋଗ୍ୟତା Bsc, PGDCA ଏବଂ ଡିଜିଟାଲ ମାର୍କେଟିଂ ମଧ୍ୟ କରିଛି । ଏହା ସହ ଏୟାରସେଲ ଓ ବିଏସଏନଏଲ ଟେଲିକମରେ ରିଟେଲର ଓ ମାର୍କେଟିଂ ଏଜେଣ୍ଟ ଭାବରେ ଚାକିରୀ ମଧ୍ୟ କରୁଥିଲା । ସିମ ଗୁଡିକୁ କିଣିବା ପାଇଁ 20 ରୁ 25 ଟଙ୍କା ରହୁଥିବାବେଳେ ଦୁଷ୍ମନ୍ତ ଏହି ଫ୍ରଡ଼ ସିମଗୁଡିକକୁ 120 ରୁ 140 ଟଙ୍କାରେ କିଣୁଥିଲା ଦୁଷ୍ମନ୍ତ । ଦୁଇ ବର୍ଷ ହେବ ଟଙ୍କା ଆକାଉଣ୍ଟକୁ ଆସୁଥିଲା । ତେଣୁ ଦୁଇ ବର୍ଷ ହେଲା ଏହି କାମରେ ଲିପ୍ତ ଥିଲା ଦୁଷ୍ମନ୍ତ । ଅନ୍ୟପଟେ ଜିଓ ରିଟେଲର ଅମିତାଭ ସାହୁ ଓ ଜିଓ ସେଲର ଦୋଳଗୋବିନ୍ଦ ପରିଡାଙ୍କୁ ପଚରାଉଚୁରା କରୁଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ ଏବଂ କଟକରୁ ନାରାୟଣ ସାହୁ, ଇଟିଭି ଭାରତ