ETV Bharat / city

ପୂର୍ବତଟ ରେଳପଥ ଦେଇ ତିନି ଯୋଡା ବିଶେଷ ଟ୍ରେନ୍

author img

By

Published : Jun 7, 2021, 7:48 PM IST

କୋରୋନା ମହାମାରୀ ମଧ୍ୟରେ ପୂର୍ବତଟ ରେଳପଥ ମଧ୍ୟ ଦେଇ ତିନି ଯୋଡ଼ା ବିଶେଷ ଟ୍ରେନ ଚଳାଚଳ କରିବ । ଏନେଇ ଘୋଷଣା କରିଛି ପୂର୍ବତଟ ରେଳବାଇ । ଅଧିକ ପଢନ୍ତୁ...

special train
ପୂର୍ବତଟ ରେଳପଥ ମଧ୍ୟଦେଇ ତିନି ଯୋଡା ବିଶେଷ ଟ୍ରେନ୍

ଭୁବନେଶ୍ବର: ପୂର୍ବତଟ ରେଳପଥ ମଧ୍ୟ ଦେଇ ତିନି ଯୋଡ଼ା ବିଶେଷ ଟ୍ରେନ । ପୂର୍ବତଟ ରେଳ ପରିସୀମା ମଧ୍ୟଦେଇ ଦୁଇ ଯୋଡା ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳବାଇ ନିଷ୍ପତି ନେଇଥିବା ବେଳେ ଗୋଟିଏ ସ୍ବତନ୍ତ୍ର ଟ୍ରେନର ଚଳାଚଳ ବୃଦ୍ଧି କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଅଛି।

ଶାଲିମାର-ସିକନ୍ଦରାବାଦ୍-ଶାଲିମାର ବିଶେଷ ଟ୍ରେନ 02449/02450

ଶାଲିମାର-ସିକନ୍ଦରାବାଦ୍-ଶାଲିମାର ସ୍ପେଶାଲ ଶାଲିମାରରୁ 9 ଜୁନରୁ 30 ଜୁନ୍ ମଧ୍ୟରେ ବୁଧବାର ଦିନ ଅପରାହ୍ନ ୧୨ଘ.୨୦ମି.ରେ ଛାଡିବ । ଏହି ଟ୍ରେନ ସିକନ୍ଦରାବାଦରୁ 11 ଜୁନ ରୁ 2 ଜୁଲାଇ 2021 ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ସକାଳ ୪ ଘଟିକାରେ ଛାଡିବ । ଏହି ଟ୍ରେନରେ ଉଭୟ ଦିଗରୁ ଶାଲିମାର ଏବଂ ସିକନ୍ଦରାବାଦ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର,ଖୋର୍ଦ୍ଧା ରୋଡ, ବ୍ରହ୍ମପୁର, ସୋମପେଟା, ପାଲାସା, ବିଜୟନଗରାମ, ବିଶାଖାପାଟନମ୍ ଠାରେ ରହଣି କରିବ ।

ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ 02469/02470

ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ା ଠାରୁ ୧୦ ରୁ ୨୪ ଜୁନ ମଧ୍ୟରେ ପ୍ରତି ଗୁରୁବାର ଅପରାହ୍ନ ୧୨ଘ.୪୦ମି.ରେ ଛାଡିବ | ଫେରିବା ପଥରେ ଏହି ଟ୍ରେନ ଯଶୋବନ୍ତପୁର ଠାରୁ ୧୩ ରୁ ୨୭ ଜୁନ ମଧ୍ୟରେ ପ୍ରତି ରବିବାର ସକାଳ ୫ଘ. ୧୫ମି.ରେ ଛାଡିବ । ଏହି ଟ୍ରେନ ଉଭୟ ଦିଗରୁ ହାଓଡ଼ା ଏବଂ ଯଶୋବନ୍ତପୁର ମଧ୍ୟରେ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ବର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର, ପାଲାସା, ଶ୍ରୀକାକୁଲମ ରୋଡ଼, ବିଜୟନଗରାମ, ବିଶାଖାପାଟନମ୍ ଠାରେ ରହଣି କରିବ ।

ସେହିପରି ହାଟିଆ-ଯଶୋବନ୍ତପୁର-ହାଟିଆ ବିଶେଷ ଟ୍ରେନ ଚଳାଚଳ ଦିବସ ବୃଦ୍ଧି କରାଯାଇଛି । ହାଟିଆ-ଯଶୋବନ୍ତପୁର-ହାଟିଆ ବିଶେଷ ଟ୍ରେନ ଚଳାଚଳ ଦିବସ ଅବଧିକୁ ସାପ୍ତାହିକରୁ ଦ୍ବି-ସାପ୍ତାହିକ ବୃଦ୍ଧି କରିବାକୁ ନିଷ୍ପତି ନିଆଯାଇଅଛି ।

ହାଟିଆ-ଯଶୋବନ୍ତପୁର-ହାଟିଆ ବିଶେଷ ଟ୍ରେନ 02835/02836

ହାଟିଆ-ଯଶୋବନ୍ତପୁର-ହାଟିଆ ବିଶେଷ ଟ୍ରେନ ହାତୀଆ ଠାରୁ ପ୍ରତ୍ୟେକ ମଙ୍ଗଳବାର ଏବଂ ରବିବାର ଦିନ 6 ଜୁନ ରୁ 27 ଜୁନ୍ ମଧ୍ୟରେ ଛାଡିବ। ପ୍ରତ୍ୟାବର୍ତ୍ତନ ଦିଗରେ, ଏହି ଟ୍ରେନ ଯଶୋବନ୍ତପୁର ଠାରୁ ପ୍ରତ୍ୟକ ଗୁରୁବାର ଏବଂ ମଙ୍ଗଳବାର ଦିନ ମାନଙ୍କରେ 8 ଜୁନ୍ ରୁ 29 ଜୁନ୍ ମଧ୍ୟରେ ଚଳାଚଳ କରିବ । ଏହି ଟ୍ରେନ୍ ପାଇଁ ସ୍ଥିରୀକୃତ ସମୟ ଏବଂ ରହଣି ସ୍ଥାନ ଅପରିବର୍ତ୍ତିତ ରହିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.