ଭୁବନେଶ୍ବର: କୋଭିଡ ହସପିଟାଲରୁ ଖସି ପଳାଉ ଥିବାବେଳେ ଧରାପଡିଲେ କୋରୋନା ରୋଗୀ । କଳିଙ୍ଗ ଷ୍ଟୁଡିଓ ଛକରେ ସ୍ବତନ୍ତ୍ର ପିପିଇ କିଟ ପିନ୍ଧିଥିବା ହସପିଟାଲ କର୍ମଚାରୀ ପହଞ୍ଚି ତାଙ୍କୁ ହସପିଟାଲକୁ ନେଇଥିଲେ ।
ସମ ହସପିଟାଲରେ ଥିବା କୋରୋନା ରୋଗୀ କଳିଙ୍ଗ ଷ୍ଟୁଡିଓ ଛକରେ ଖସିବାକୁ ଉଦ୍ୟମ ବେଳେ ତାଙ୍କର ହାତ ଓ ଗୋଡ ବାନ୍ଧି ଥିଲେ । ସେହିଠାରୁ ସ୍ବତନ୍ତ୍ର ପିପିଇ କିଟ ପିନ୍ଧିଥିବା ହସପିଟାଲ କର୍ମଚାରୀ ପହଞ୍ଚି ତାଙ୍କୁ ହସପିଟାଲକୁ ନେଇଥିଲେ । ତେବେ ରୋଗୀ ଜଣକ ଖସିପଳାଉଥିବା ଜାଣି ସ୍ଥାନୀୟ ଅଞ୍ଚଳରେ ଖେଳିଥିଲା ଭୟର ଆତଙ୍କ । ଖଣ୍ଡଗିରି ପୋଲିସ ଓ କୋଭିଡ ହସପିଟାଲ କର୍ମଚାରୀ ଆସି ତାଙ୍କୁ ଠିକ ସମୟରେ ହସପିଟାଲ ନେଇଥିଲେ । ତାଙ୍କ ସଂଶ୍ପର୍ଶରେ ଆସିଥିବା ଦୁଇଜଣ ବ୍ୟକ୍ତିଙ୍କୁ ମଧ୍ୟ ହସ୍ପିଟାଲ ନେଇଥିଲେ ।
ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ