ETV Bharat / city

ମହାମାରୀ କୌଣସି ଲୁଚାଇବା ବିଷୟ ନୁହେଁ: କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର

author img

By

Published : May 19, 2021, 4:40 PM IST

Updated : May 19, 2021, 4:50 PM IST

ରାଜ୍ୟରେ ଦୈନିକ 10 ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ଅଧିକ ପଢନ୍ତୁ...

covid19 death number politics
ମହାମାରୀରେ କୌଣସି ଲୁଚାଇବାର ବିଷୟ ନୁହେଁ: କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର

ଭୁବନେଶ୍ବର: ରାଜ୍ୟ ସରକାର କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ଲୁଚାଇବା ନେଇ ବିରୋଧୀ କଂଗ୍ରେସ ଅଭିଯୋଗ ଆଣିଛି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ।

ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ 10 ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ରାଜ୍ୟରେ କୋରୋନା ପରିଚାଳନାରେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହାକୁ ନେଇ ଗୃହରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ଆଜି କୋଭିଡ ମହାମାରୀ କୌଣସି ଲୁଚାଇବାର ବିଷୟ ନୁହେଁ । ନକ୍ସଲ ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଆଦିବାସୀ ଶିଶୁ ମଧ୍ୟ କୋରୋନା ବିଷୟରେ ଜାଣି ସାରିଲେଣି । ସଂକ୍ରମିତ ହେଲେ କଣ ପଦକ୍ଷେପ ନିଆଯିବ ସେ କଥା ବି ସମସ୍ତେ ଜାଣି ଗଲେଣି ।

ମହାମାରୀ କୌଣସି ଲୁଚାଇବା ବିଷୟ ନୁହେଁ: କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର

ଆଜିର ଟ୍ରାନ୍ସପେରେନ୍ସି ଓ ବିଭିନ୍ନ ପ୍ରକାର ଇଲେଟ୍ରୋନିକ୍ସ ଗ୍ୟାଜେଟ ଯୁଗରେ କୌଣସି ତଥ୍ୟ କେହି ଲୁଚାଇ ପାରିବେ ନାହିଁ । ଯାହା ବି ଅଭିଯୋଗ ଅଛି, ଏହି ସମୟ ଅଭିଯୋଗ କିମ୍ବା ଆରୋପ ପ୍ରତ୍ୟାରୋପର ସମୟ ନୁହେଁ । ସମସ୍ତେ ମିଳିମିଶି ଲଢେଇ କରିବାର ସମୟ ବୋଲି କ୍ୟାପଟେନ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : May 19, 2021, 4:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.