ETV Bharat / city

ଭୁବନେଶ୍ବର ଷ୍ଟେସନରେ ଯାତ୍ରୀଙ୍କ ପାଇଁ କୋଭିଡ କଟକଣା କଡାକଡି - କୋଭିଡ କଟକଣା

ଭୁବନେଶ୍ବର ଷ୍ଟେସନରେ ଆସୁଥିବା ଯାତ୍ରୀଙ୍କ ପାଇଁ କୋଭିଡ କଟକଣା କଡାକଡି କରାଯାଉଛି । ଅଧିକ ପଢନ୍ତୁ...

ଭୁବନେଶ୍ବର ଷ୍ଟେସନରେ ଯାତ୍ରୀଙ୍କ ପାଇଁ କୋଭିଡ କଟକଣା କଡାକଡି

author img

By

Published : Jun 20, 2021, 5:45 PM IST

ଭୁବନେଶ୍ବର: ଦେଶର ବିଭିନ୍ନ ସ୍ଥାନରେ ଲକଡାଉନ କଟକଣା କୋହଳ ହେବା ପରେ ପ୍ରବାସୀ ଶ୍ରମିକମାନେ ପୁଣି ଥରେ ସହର ମୁହାଁ ହୋଇଛନ୍ତି। ସେମାନଙ୍କୁ ଜୀବିକା ସ୍ଥଳ ପର୍ଯ୍ୟନ୍ତ ପହଞ୍ଚାଇବାରେ ଭାରତୀୟ ରେଳ ପ୍ରମୁଖ ଭୂମିକା ନିର୍ବାହ କରୁଛି। ଏହାକୁ ଦୃଷ୍ଟିରେ ରଖି ରାଜଧାନୀ ରେଲୱେ ଷ୍ଟେସନରେ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରିବା ସହିତ ଅନ୍ୟ କଟକଣାକୁ କଡାକଡି ଲାଗୁ କରାଯାଇଛି ।

ଭୁବନେଶ୍ବର ଷ୍ଟେସନରେ ଯାତ୍ରୀଙ୍କ ପାଇଁ କୋଭିଡ କଟକଣା କଡାକଡି

ବିଭିନ୍ନ ରାଜ୍ୟର ପ୍ରବାସୀ ଶ୍ରମିକମାନଙ୍କୁ ସହରରେ ପହଞ୍ଚାଇବା ଲାଗି ମେଲ୍, ଏକ୍ସପ୍ରେସ୍ ସ୍ବତନ୍ତ୍ର, ଛୁଟିଦିନ ସ୍ବତନ୍ତ୍ର, ଗ୍ରୀଷ୍ମକାଳୀନ ସ୍ବତନ୍ତ୍ର ଟ୍ରେନ୍ ଆଦି ଚଳାଚଳ କରାଯାଉଛି। କୋଭିଡ କଟକଣାକୁ ନଜରରେ ରଖି କେବଳ ସଂରକ୍ଷିତ ଟିକଟଧାରୀଙ୍କୁ ଏହି ଟ୍ରେନଗୁଡ଼ିକରେ ଯାତ୍ରା କରିବାର ସୁବିଧା ଦିଆଯାଉଛି।

ଏନେଇ ଭୁବନେଶ୍ବର ରେଲୱେ ଷ୍ଟେସନରେ ସିଙ୍ଗଲ ଏଣ୍ଟ୍ରି ଓ ସିଙ୍ଗଲ ଏକଜିଟ୍ ବ୍ୟବସ୍ଥା ରହିଛି । ମାସ୍କ କଡାକଡି ଏବଂ ସୋସିଆଲ ଡିଷ୍ଟାନ୍ସ ସହ ରିପୋର୍ଟ ନେଗଟିଭ ରହିଛି କି ନାହିଁ ମଧ୍ୟ ଯାଞ୍ଚ କରାଯାଉଛି । ଭୁବନେଶ୍ବରରୁ ଅନେକ ଟ୍ରେନ ଅଲଗା ରାଜ୍ୟକୁ ଯାଉଛି । ଏଥିଲାଗି BMC ସହ ମିଳିତ ଭାବରେ ବ୍ୟବସ୍ଥା କରାଯାଇଥିବା ଷ୍ଟେସନ ମାଷ୍ଟର ଚିତ୍ତରଞ୍ଜନ ନାୟକ ସୂଚନା ଦେଇଛନ୍ତି ।

ଦେଶର ବିଭିନ୍ନ ସ୍ଥାନରେ ଲକଡାଉନ କଟକଣା କୋହଳ ହେବା ପରେ ପ୍ରବାସୀ ଶ୍ରମିକମାନେ ପୁଣି ଥରେ ଘରମୁହାଁ ହୋଇଛନ୍ତି । ସେମାନଙ୍କୁ ଜୀବିକା ସ୍ଥଳ ପର୍ଯ୍ୟନ୍ତ ପହଞ୍ଚାଇବାରେ ଭାରତୀୟ ରେଳ ପ୍ରମୁଖ ଭୂମିକା ନିର୍ବାହ କରୁଛି । ବିଗତ 7 ଦିନରେ ଦୂରଗାମୀ ଏକ୍ସପ୍ରେସ ଟ୍ରେନରେ ୩୨.୫୬ ଲକ୍ଷ ଯାତ୍ରୀ ଯାତ୍ରା କରିଛନ୍ତି।

ସେହିପରି ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶାର ୨୯.୧୫ ଲକ୍ଷ ଯାତ୍ରୀ ଦିଲ୍ଲୀ, ମୁମ୍ବାଇ, ପୁଣେ, ସୁରଟ, ଅହମ୍ମଦାବାଦ ଓ ଚେନ୍ନାଇକୁ ଯାତ୍ରା କରିବା ଲାଗି ଟିକଟ ବୁକିଙ୍ଗ କରିଛନ୍ତି। ସେହି ଅନୁସାରେ ଶ୍ରମିକମାନଙ୍କ ଯାତ୍ରା ଲାଗି ଟ୍ରେନ ଚଳାଚଳର ବ୍ୟବସ୍ଥା କରୁଛନ୍ତି। ଭୁବନେଶ୍ବର ପୁଣେ ଭଳି ବହୁ ଗ୍ରୀଷ୍ମ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.