ETV Bharat / city

ଜଲ୍‌ଦି ମ୍ୟୁଟେସନ ହେଉଛି ଓମିକ୍ରନ, ଜଲ୍‌ଦି ଶେଷ ହେବା ଆକଳନ

author img

By

Published : Jan 17, 2022, 7:59 PM IST

ଡେଲ୍‌ଟାଠାରୁ ଓମିକ୍ରନ ଭାରିଏଣ୍ଟର ମ୍ୟୁଟେସନ କ୍ଷମତା ୭୦ ଗୁଣ ଅଧିକ ରହିଛି । ଅଧିକ ମ୍ୟୁଟେସନ ଯୋଗୁଁ ଭୂତାଣୁ ଏତେଟା କ୍ଷତି ପହଞ୍ଚାଇ ପାରୁନାହିଁ । ଅଧିକ ପଢ଼ନ୍ତୁ

covid omicron variant infection may down soon as it has more mutation power
ଜଲ୍‌ଦି ମ୍ୟୁଟେସନ ହେଉଛି ଓମିକ୍ରନ, ଜଲ୍‌ଦି ଶେଷ ହେବା ଆକଳନ

ଭୁବନେଶ୍ବର: ରାଜ୍ୟରେ କୋଭିଡର ଡେଲ୍‌ଟା ଭାରିଏଣ୍ଟ ସଂକ୍ରମଣ ଏଯାଏଁ ସମାପ୍ତ ହୋଇନାହିଁ । ଡେଲ୍‌ଟାଠାରୁ ଓମିକ୍ରନ ଭାରିଏଣ୍ଟର ମ୍ୟୁଟେସନ କ୍ଷମତା ୭୦ ଗୁଣ ଅଧିକ ରହିଛି । ଅଧିକ ମ୍ୟୁଟେସନ ଯୋଗୁଁ ଭୂତାଣୁ ଏତେଟା କ୍ଷତି ପହଞ୍ଚାଇ ପାରୁନାହିଁ । ଓମିକ୍ରନ ଭାରିଏଣ୍ଟକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର କ୍ଷୀରୋଦ ରାଉତ ।

ବର୍ତ୍ତମାନ ରାଜ୍ୟରେ ଓମିକ୍ରନ ସଂକ୍ରମଣ ଆରମ୍ଭ ହୋଇଛି । ଏହାକୁ ନେଇ ଲୋକେ ଆତଙ୍କିତ ହୋଇ ରହିଛନ୍ତି । ସେପଟେ ରାଜ୍ୟ ସରକାର ମଧ୍ୟ କୌଣସି ବିପଦକୁ ଆମନ୍ତ୍ରଣ ଦେବାକୁ ଚାହୁଁ ନାହାନ୍ତି । ଏଥିପାଇଁ ରାଜ୍ୟରେ ଲାଗୁ ହୋଇଛି କୋଭିଡ କଟକଣା । ତେବେ ଓମିକ୍ରନ ବାବଦରେ ଅଧିକ ସୂଚନା ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଏକ ପ୍ରେସ୍‌ମିଟ୍‌ କରିଥିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର କ୍ଷୀରୋଦ ରାଉତ । ଏହି ପ୍ରେସମିଟ୍‌ ମାଧ୍ୟମରେ ଜଣେ ସାଧାରଣ ବ୍ୟକ୍ତିଙ୍କ ମନରେ ଓମିକ୍ରନକୁ ନେଇ ଆସୁଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ଓମିକ୍ରନ୍‌ ଭାରିଏଣ୍ଟ ଅଧିକ ମ୍ୟୁଟାଣ୍ଟ ପରେ ହାଲିଆ ହୋଇଯିବାରୁ ଅଧିକ ଗୁରୁତର କରୁନାହିଁ । ଡେଲ୍ଟା ଭାଇରସ ମ୍ୟୁଟାଣ୍ଟ କରି ଫୁସଫୁସକୁ ଯେତିକି ପରିମାଣରେ କ୍ଷତି କରୁଥିଲା ଓମିକ୍ରନ ତାହାର ୧୦ ଗୁଣ କମ୍‌ କ୍ଷତି କରୁଛି । ଡେଲ୍‌ଟା ଅପେକ୍ଷା ଓମିକ୍ରନ ଏତେ ଗୁରୁତର କରୁନାହିଁ । ଭାରତରେ କେବଳ ରାଜସ୍ଥାନ ଓ ଓଡ଼ିଶାରେ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେମାନଙ୍କର ଦେହରେ ଓମିକ୍ରନର ମାତ୍ରା ଅଧିକ ରହିଥିଲା । ଏଥିପାଇଁ ଯେଉଁ ମାନଙ୍କ ଦେହରେ ବହୁବିଧ ଅଣସଂକ୍ରମିତ ରୋଗ ରହିଛି, ସେମାନେ ସାବଧାନ ରହିବା ଆବଶ୍ୟକ ।

ଟୀକାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଯେଉଁ ସବୁ ନିର୍ଦ୍ଦେଶାବଳୀ ଦେଇଛି ସେହିଭଳି ଭାବରେ ଅନୁପାଳନ କରିବା ଆବଶ୍ୟକ । ପ୍ରଥମ କୋଭିଡ ଡୋଜ୍‌ ଅପେକ୍ଷା ଦ୍ୱିତୀୟ ଡୋଜ୍‌ ଅଧିକ ସୁରକ୍ଷା ଦେଉଛି । ଯେଉଁମାନେ ଟୀକା ନେଇନାହାନ୍ତି ସେମାନେ ବେଶୀ ଗୁରୁତର ହେଉଥିବା ଦେଖାଯାଉଛି । ତେଣେ ଟୀକା ନେଇନଥିବା ବ୍ୟକ୍ତିମାନେ ଯଥା ଶୀଘ୍ର ଟୀକା ନେଇ ନିଜକୁ ସୁରକ୍ଷିତ ରଖିବା ସହ ପରିବାର ଲୋକଙ୍କୁ ସୁରକ୍ଷିତ ରଖନ୍ତୁ ।

ସାଧାରଣତଃ ଶୀତ ଋତୁରେ ଥଣ୍ଡା କାଶ ଫ୍ଲୁ ଅଧିକ ହୋଇଥାଏ । ଏହି ସମୟରେ ଅଧିକ ସାବଧାନ ରହିବା ଆବଶ୍ୟକ । ଗୋଟିଏ ଭାଇରସ ଯେତେବେଳେ ମ୍ୟୁଟାଣ୍ଟ୍‌ ହୁଏ ସେତେବେଳେ କୌଣସି ଋତୁ ଦେଖେନାହିଁ । କୌଣସି ସମୟରେ ବି ଭୂତାଣୁ ସଂକ୍ରମିତ କରିପାରେ । ଯେଉଁଭଳି ଭାବରେ କୋରୋନା କଟକଣା ଲାଗିଛି ଏହାକୁ ଗୁରୁତର ଭାବରେ ନେଇ ମାନିବା ଆବଶ୍ୟକ। ନହେଲେ ଭାଇରସ ବ୍ୟାପିବାର ସମ୍ଭାବନା ଅଧିକ ରହିଛି ।

ସାଧାରଣ ଭାବରେ ପ୍ରଥମ ଲହର 4ରୁ 5 ମାସ ପର୍ଯ୍ୟନ୍ତ ରହିଥିବାବେଳେ ଦ୍ୱିତୀୟ ଲହର 7ରୁ 8 ମାସ ହେଲା ରହିଛି । ଏହି ଓମିକ୍ରନ ଜଲ୍‌ଦି ବ୍ୟାପୁଛି ତେବେ ଜଲଦି ଖସିବ । ମାର୍ଚ୍ଚ ଶେଷ ବେଳକୁ ଓମିକ୍ରନର ଶେଷ ହେବ ବୋଲି ଆଶା କରାଯାଉଛି । ଯୁବଗୋଷ୍ଠୀ ଅଧିକ ସାବଧାନ ରହିବା ଆବଶ୍ୟକ । ସାମାଜିକ ଦୂରତା ସହ ହାତ ଧୋଇବା ମାକ୍ସ ପିନ୍ଧିବା ଭଳି ସଚେତନତା ଅବଲମ୍ବନ କରିବା ଆବଶ୍ୟକ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.