ETV Bharat / city

ଶିଶୁ ଓ ବରିଷ୍ଠଙ୍କ କୋରୋନା ସଂକ୍ରମଣ ସ୍ଥିତି ପ୍ରାୟ ସମାନ: RMRC

author img

By

Published : Nov 9, 2021, 4:32 PM IST

କୋରୋନା ସଂକ୍ରମଣକୁ ନେଇ ଆଞ୍ଚଳିକ ମେଡିକାଲ ଗବେଷଣା କେନ୍ଦ୍ର(RMRC) ପକ୍ଷରୁ ସର୍ଭେ ହୋଇଥିଲା । ଏଥିରେ ଶିଶୁ ଓ ବରିଷ୍ଠଙ୍କ ସଂକ୍ରମଣ ସ୍ଥିତି ପ୍ରାୟତଃ ସମାନ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ...

ଶିଶୁ ଓ ବରିଷ୍ଠ ଲୋକଙ୍କ କୋରୋନା ସଂକ୍ରମଣ ସ୍ଥିତି ପ୍ରାୟ ସମାନ: RMRC

ଭୁବନେଶ୍ବର: କୋରୋନା ସଂକ୍ରମଣକୁ ନେଇ ସର୍ଭେ କରିଛି RMRC । ଶିଶୁ ଓ ବରିଷ୍ଠଙ୍କ ସଂକ୍ରମଣ ସ୍ଥିତି ପ୍ରାୟ ସମାନ ରହିଛି । ଏମିତି କିଛି ନାହିଁ ଯେ ଅନ୍ୟ ବର୍ଗ ଅପେକ୍ଷା କେବଳ ଶିଶୁ ବର୍ଗ ଅଧିକ ମାତ୍ରାରେ ସଂକ୍ରମିତ ହେଉଛନ୍ତି । ଯେତେବେଳେ ଅନ୍ୟ ବର୍ଗର ଲୋକମାନେ ଅଧିକ ମାତ୍ରାରେ ସଂକ୍ରମିତ ହେଉଛନ୍ତି, ଠିକ୍ ସେହି ସମୟରେ ଶିଶୁ ବର୍ଗଙ୍କ ସଂକ୍ରମଣ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗୁଥିବା ସର୍ଭେରୁ ଜଣାପଡ଼ିଛି ।

RMRC ଭୁବନେଶ୍ବର ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ମିଳିତ ଉଦ୍ୟମରେ ଏକ ସର୍ଭେ କରାଯାଇଥିଲା । ବୟସ୍କଙ୍କୁ ଟିକା କିଛି ଅଂଶରେ ଶିଶୁଙ୍କୁ ଦେଇଛି ସୁରକ୍ଷା । RMRC ଭୁବନେଶ୍ବର ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ମିଳିତ ଉଦ୍ୟମରେ 2020 ମାର୍ଚ୍ଚ 7ରୁ 2021 ଅଗଷ୍ଟ 17 ତାରିଖ ମଧ୍ୟରେ ବିଭିନ୍ନ ବର୍ଗର ଲୋକଙ୍କ ଠାରୁ ସ୍ବାବ ସଂଗ୍ରହ କରାଯାଇଥିଲା । ସେଥିରୁ 75 ହଜାର 190 ଜଣ (13 %) ସଂକ୍ରମିତ ରହିଥିଲେ । ସେଥିରୁ 5 ହଜାର 988 ଜଣ 18 ବର୍ଷରୁ କମ ବୟସର ପିଲା ରହିଥିଲେ । ଏହାସହ 69 ହଜାର 202 ଜଣ ବିଭିନ୍ନ ବର୍ଗର ରହିଥିଲେ । ସେହିପରି ୦ରୁ 17 ବର୍ଷ ମଧ୍ୟରେ 11.6% , 6ରୁ 9 ବର୍ଷ ମଧ୍ୟରେ 12.96%, ୦ରୁ 5 ବର୍ଷ ମଧ୍ୟରେ 9.07 ସଂକ୍ରମିତ ଥିଲେ ।

ଅନୁସନ୍ଧାନରୁ ଜଣାପଡିଛି ଯେ ଗତ ୨ଟି ଲହର ସମୟରେ ପିଲାମାନଙ୍କ ମଧ୍ୟରେ ସଂକ୍ରମଣ ହାର ବୟସ୍କଙ୍କ ତୁଳନାରେ କମ୍ ଥିଲା । ପ୍ରଥମ ଏବଂ ଦ୍ଵିତୀୟ ଲହରରେ ଓଡିଶାରେ 0ରୁ 17 ବର୍ଷ ବୟସରେ ମୃତ୍ୟୁ ହାର ଯଥାକ୍ରମେ 0.05% ଏବଂ 0.03% ଥିଲା । ଯାହା ସାମଗ୍ରିକ ମୃତ୍ୟୁର 0.75% ଠାରୁ ବହୁତ କମ୍ ଥିଲା । 2021 ମସିହାରେ 0ରୁ 6 ବର୍ଷ ବୟସରେ 4ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ 6ରୁ 14 ବର୍ଷ ବୟସରେ 11 ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଭାବରେ 15ରୁ 18 ବର୍ଷ ବୟସ ମଧ୍ୟରେ 8 ଜଣଙ୍କର ମୃତ୍ୟୁ ଘଟିଛି ।

ତୃତୀୟ ଲହରର ଆକଳନ ଅନୁସାରେ ଅଧିକ ମାତ୍ରାରେ ଶିଶୁ ବର୍ଗ ସଂକ୍ରମିତ ହେବେ । ଫଳରେ ଶିଶୁ ବର୍ଗଙ୍କ ପ୍ରତି ବଡ଼ ବିପଦ ଘନେଇବ ବୋଲି ବିଶେଷଜ୍ଞମାନେ ଆକଳନ କରିଥିଲେ । ଏହି ଆକଳନକୁ ନେଇ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ଅଭିଭାବକମାନେ ଚିନ୍ତାରେ ରହିଥିଲେ । ହେଲେ ବାସ୍ତବରେ ସଂକ୍ରମଣ ଶିଶୁଙ୍କ ପତି କେତେ ମାତ୍ରାରେ ପ୍ରଭାବିତ କରୁଛି, ଆଉ ସଂକ୍ରମଣରେ ଶିଶୁ ବର୍ଗ କେତେ ମାତ୍ରାରେ ସୁରକ୍ଷିତ ଅଛନ୍ତି, ତାହାକୁ ନେଇ RMRC ଭୁବନେଶ୍ବର ପକ୍ଷରୁ ଏକ ସର୍ଭେ କରାଯାଇଥିଲା ।

କୋରେନାରେ ଅନ୍ୟ ବର୍ଗ ଅପେକ୍ଷା ଶିଶୁ ବର୍ଗ ଅଧିକ ସଂକ୍ରମିତ ହେଉଛନ୍ତି ବୋଲି ଯେଉଁ ଆକଳନ କରାଯାଉଥିଲା, ତାହା ଭୁଲ ପ୍ରମାଣିତ ହୋଇଛି । ଏହି ସର୍ଭେ ଜଣାପଡ଼ିଛି ଯେ କୋରୋନା ସଂକ୍ରମଣରେ ଅନ୍ୟ ବର୍ଗର ଲୋକମାନେ ସେତେ ମାତ୍ରାରେ ସଂକ୍ରମିତ ହେଉଛନ୍ତି, ଠିକ ସମାନ ଭାବରେ ଶିଶୁ ବର୍ଗ ମଧ୍ୟ ସଂକ୍ରମିତ ହେଉଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.