ETV Bharat / city

Corona Update: 16 ଦିନରେ 7 ହଜାର ପାର ସଂକ୍ରମଣ - ଓଡିଶାରେ 16 ଦିନର ସଂକ୍ରମଣ

ରାଜ୍ୟରେ କୋରୋନା ତୃତୀୟ ଲହରରେ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଜାନୁଆରୀ ମାସ ପହିଲାରୁ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିଛି । ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ 16 ଦିନ ମଧ୍ୟରେ 7841 ଜଣ ଶିଶୁ ଆକ୍ରାନ୍ତ ହେଲେଣି । ଅଧିକ ପଢନ୍ତୁ

Corona Update: 16 ଦିନରେ 7 ହଜାର ପାର ସଂକ୍ରମଣ

author img

By

Published : Jan 16, 2022, 10:32 PM IST

ଭୁବନେଶ୍ବର: ରାଜ୍ୟରେ ବେକାବୁ କରୋନା ସଂକ୍ରମଣ । ଟେଷ୍ଟ ଟ୍ରାକିଂ ସର୍ଭିଲାନ୍ସ ପରେ ବି ସଂକ୍ରମଣ କମିବାର ନାଁ ନେଉନାହିଁ । ଦୈନିକ ସଂକ୍ରମଣ ପ୍ରତ୍ୟେକ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜାନୁଆରୀ ପହିଲାରୁ କରୋନା ଗ୍ରାଫ ଉପରମୁହାଁ ରହୁଛି । ନବଜାତଙ୍କ ଠାରୁ 18 ବର୍ଷର ଶିଶୁଙ୍କୁ ଦୈନିକ ସଂକ୍ରମଣ ଏବେ ହଜାରେ ଟପିଲାଣି । ଜାନୁଆରୀ 1 ତାରିଖ ଠାରୁ 16 ତାରିଖ ମଧ୍ୟରେ ସରକାରୀ ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା 7841 ଜଣ ଶିଶୁ ଆକ୍ରାନ୍ତ ହେଲେଣି । ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ସଂକ୍ରମଣ ଆରମ୍ଭ ଦିନ ଠାରୁ 0 ରୁ 18 ବର୍ଷ ବୟସର ପିଲାମାନେ 98 ହଜାର 736 ଜଣ ଆକ୍ରାନ୍ତ ହେଲେଣି ।

ଦୈନିକ ଶିଶୁ ଆକ୍ରାନ୍ତ ତଥ୍ୟ...

- ଜାନୁଆରୀ 1 ତାରିଖରେ ଦୈନିକ ଆକ୍ରାନ୍ତ 298 ମଧ୍ୟରୁ ଶିଶୁଙ୍କ ଆକ୍ରାନ୍ତ 33
- ଜାନୁଆରୀ 2 ତାରିଖରେ ଦୈନିକ ଆକ୍ରାନ୍ତ 424 ମଧ୍ୟରୁ ଶିଶୁଙ୍କ ଆକ୍ରାନ୍ତ 67
- ଜାନୁଆରୀ 3 ତାରିଖରେ ଦୈନିକ ଆକ୍ରାନ୍ତ 424 ମଧ୍ୟରୁ ଶିଶୁଙ୍କ ଆକ୍ରାନ୍ତ 47
- ଜାନୁଆରୀ 4 ତାରିଖରେ ଦୈନିକ ଆକ୍ରାନ୍ତ 680 ମଧ୍ୟରୁ ଶିଶୁଙ୍କ ଆକ୍ରାନ୍ତ 119
- ଜାନୁଆରୀ 5 ତାରିଖରେ ଦୈନିକ ଆକ୍ରାନ୍ତ 1216 ମଧ୍ୟରୁ ଶିଶୁଙ୍କ ଆକ୍ରାନ୍ତ 187
- ଜାନୁଆରୀ 6 ତାରିଖରେ ଦୈନିକ ଆକ୍ରାନ୍ତ 1897 ମଧ୍ୟରୁ ଶିଶୁଙ୍କ ଆକ୍ରାନ୍ତ 258
- ଜାନୁଆରୀ 7 ତାରିଖରେ ଦୈନିକ ଆକ୍ରାନ୍ତ 2703 ମଧ୍ୟରୁ ଶିଶୁଙ୍କ ଆକ୍ରାନ୍ତ 409
- ଜାନୁଆରୀ 8 ତାରିଖରେ ଦୈନିକ ଆକ୍ରାନ୍ତ 3679 ମଧ୍ୟରୁ ଶିଶୁଙ୍କ ଆକ୍ରାନ୍ତ 384
- ଜାନୁଆରୀ 9 ତାରିଖରେ ଦୈନିକ ଆକ୍ରାନ୍ତ 4714 ମଧ୍ୟରୁ ଶିଶୁଙ୍କ ଆକ୍ରାନ୍ତ 416
- ଜାନୁଆରୀ 10 ତାରିଖରେ ଦୈନିକ ଆକ୍ରାନ୍ତ 4829 ମଧ୍ୟରୁ ଶିଶୁଙ୍କ ଆକ୍ରାନ୍ତ 448
- ଜାନୁଆରୀ 11 ତାରିଖରେ ଦୈନିକ ଆକ୍ରାନ୍ତ 7071 ମଧ୍ୟରୁ ଶିଶୁଙ୍କ ଆକ୍ରାନ୍ତ 707
- ଜାନୁଆରୀ 12 ତାରିଖରେ ଦୈନିକ ଆକ୍ରାନ୍ତ 8778 ମଧ୍ୟରୁ ଶିଶୁଙ୍କ ଆକ୍ରାନ୍ତ 792
- ଜାନୁଆରୀ 13 ତାରିଖରେ ଦୈନିକ ଆକ୍ରାନ୍ତ 10059 ମଧ୍ୟରୁ ଶିଶୁଙ୍କ ଆକ୍ରାନ୍ତ 872
- ଜାନୁଆରୀ 14 ତାରିଖରେ ଦୈନିକ ଆକ୍ରାନ୍ତ 10273 ମଧ୍ୟରୁ ଶିଶୁଙ୍କ ଆକ୍ରାନ୍ତ 1065
- ଜାନୁଆରୀ 15 ତାରିଖରେ ଦୈନିକ ଆକ୍ରାନ୍ତ 10856 ମଧ୍ୟରୁ ଶିଶୁଙ୍କ ଆକ୍ରାନ୍ତ 1021
- ଜାନୁଆରୀ 16 ତାରିଖରେ ଦୈନିକ ଆକ୍ରାନ୍ତ 11177 ମଧ୍ୟରୁ ଶିଶୁଙ୍କ ଆକ୍ରାନ୍ତ 1016

ରାଜ୍ୟରେ ଏବେ ଆକ୍ଟିଭ କେଶରେ 4ଟି ଜିଲ୍ଲା ରେଡ଼ ଜୋନରେ ରହିଛି । ସେହି ଜିଲ୍ଲା ଗୁଡିକ ହେଉଛି ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଏବଂ ସମ୍ବଲପୁର । ସେହିପରି ୟୋଲୋ ଜୋନରେ ରହିଛନ୍ତି ମୟୂରଭଞ୍ଜ, ବାଲେଶ୍ଵର, ଯାଜପୁର, ପୁରୀ, ବଲାଙ୍ଗୀର, ଝାରସୁଗୁଡା ଏବଂ କୋରାପୁଟ । ବାକି ଅନ୍ୟ ସମସ୍ତ ଜିଲ୍ଲା ଗ୍ରୀନ ଜୋନରେ ରହିଛନ୍ତି । ରାଜ୍ୟରେ ବର୍ତ୍ତମାନ ଟିପିଆର 14.49 ପ୍ରତିଶତ ରହିଛି । ଏଥିରେ ଖୋର୍ଦ୍ଧାରେ ରହିଛି 27.7 ପ୍ରତିଶତ ଟିପିଆର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.