ETV Bharat / city

ରାଜଧାନୀରେ ମହାମାରୀ ରୋକିବାକୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

author img

By

Published : Aug 1, 2020, 8:31 PM IST

ରାଜଧାନୀରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀବାସୀଙ୍କୁ ସଚେତନ କରିବା ଜରୁରୀ ହୋଇ ପଡିଛି । ଏମିତିରେ ସଂକ୍ରମଣକୁ ରୋକିବା ପାଇଁ ଚେଷ୍ଟା ଆରମ୍ଭ କରିଛି ବିଏମସି ।

bmc, corona situation in bhubaneswar, corona update in bhubaneswar, bhubaneswar latest news, covid awareness meeting in bhubaneswar, ବିଏମସି, ଭୁବନେଶ୍ବରରେ କୋରୋନା ସ୍ଥିତି, ଭୁବନେଶ୍ବରରେ କୋରୋନା ଅପଡେଟ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ରାଜଧାନୀରେ କୋଭିଡ ସଚେତନତା ବୈଠକ
ରାଜଧାନୀରେ ମହାମାରୀ ରୋକିବାକୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ବର: ରାଜଧାନୀରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀବାସୀଙ୍କୁ ସଚେତନ କରିବା ଜରୁରୀ ହୋଇ ପଡିଛି । ଏମିତିରେ ସଂକ୍ରମଣକୁ ରୋକିବା ପାଇଁ ଚେଷ୍ଟା ଆରମ୍ଭ କରିଛି ବିଏମସି । ଏନେଇ ଶନିବାର ବିଏମସି ପକ୍ଷରୁ ଭୁବରନେଶ୍ବର 29ନଂ ୱାର୍ଡରେ 5ଟି ବସ୍ତି କମିଟି, ନୀଳାଦ୍ରିସ୍ଥିତ ବସ୍ତି ଓ ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ବିଭିନ୍ନ ଏନଜିଓ ସଂସ୍ଥା ଓ ପିଅର ଲିଡରଙ୍କୁ ସଚେତନ କରାଯାଇଛି ।

ସ୍ବତନ୍ତ୍ର ଭାବେ ବିଏମସି ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରି ସମ୍ପୃକ୍ତ ଅଞ୍ଚଳରେ ନାଗରିକଙ୍କୁ ସଚେତନ କରିବା ପାଇଁ ଚେଷ୍ଟା ଆରମ୍ଭ କରିଛି । ଏଥିରେ କୋରୋନା ପ୍ରତିରୋଧ କରିବା, ସୁସ୍ଥ ଓ ସୁରକ୍ଷିତ ରହିବା ଏବଂ ସର୍ବୋପରି କୋରୋନା ସଂକ୍ରମଣକୁ ମାତ ଦେବା ପାଇଁ ସବୁ ବର୍ଗର ସାହାଯ୍ୟ ଲୋଡିଛନ୍ତି ବିଏମସି କର୍ତ୍ତୃପକ୍ଷ । ଜନ ସଚେତନତା ଏବଂ ଆତ୍ମନିର୍ଭରଶୀଳତାକୁ ଆପଣେଇ କୋରୋନାକୁ ହରାଇ ରାଜଧାନୀରେ କିଭଳି କୋରୋନା ସଂକ୍ରମଣକୁ ରୋକାଯାଇ ପାରିବ ସେନେଇ ବିଏମସି ଉଦ୍ୟମ ଜାରି ରଖିଛି ।

ଏଥିପାଇଁ ନୂଆ ଅଭ୍ୟାସକୁ ଆପଣାଇବା ସହ ସବୁବେଳେ 2 ମିଟରର ସାମାଜିକ ଦୂରତା ରକ୍ଷା କରିବା, ହାତ ଧୋଇବା, ବାହାରକୁ ବାହାରିଲେ ମାସ୍କ ବ୍ୟବହାର କରିବା, ମୁଁହ ଘୋଡେଇବା ଆଦିକୁ କଡାକଡି ଭାବେ ମାନିବା ପାଇଁ ବିଏମସି ପରାମର୍ଶ ଦେଇଛି । ତେବେ ଏଭଳି ସଚେତନତା କାର୍ଯ୍ୟକ୍ରମ ପ୍ରତି ୱାର୍ଡରେ ଚାଲୁ ରହିଥିବା ଜଣା ପଡିଛି । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.