ETV Bharat / city

ଡାବୁଗାଁ ବିଜେଡି ବିଧାୟକ ମନୋହର ରନ୍ଧାରୀଙ୍କ ନାମରେ ଦୁର୍ନୀତି ଅଭିଯୋଗ - ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି

ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ସାମ୍ବାଦିକ ସମ୍ମିଳନୀ କରି ନନ୍ଦାହାଣ୍ଡି ଦୁର୍ନୀତି ପେଡି ଖୋଲିଛି । ବିଧାୟକ ମନୋହର ରନ୍ଧାରୀଙ୍କୁ ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ଟାର୍ଗେଟ । ଅଧିକ ପଢନ୍ତୁ

ବିଜେପି ସାମ୍ବାଦିକ ସମ୍ମିଳନୀ
ବିଜେପି ସାମ୍ବାଦିକ ସମ୍ମିଳନୀ
author img

By

Published : Apr 29, 2022, 8:06 PM IST

ଭୁବନେଶ୍ବର: ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା BJP । ସାମ୍ବାଦିକ ସମ୍ମିଳନୀ କରି ନନ୍ଦାହାଣ୍ଡି ଦୁର୍ନୀତି ପେଡି ଖୋଲିଛି । ବିଧାୟକ ମନହୋର ରନ୍ଧାରୀଙ୍କୁ ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ଟାର୍ଗେଟ କରିଛନ୍ତି । 2006ରୁ 2008 ମଧ୍ୟରେ ନନ୍ଦାହାଣ୍ଡି ବ୍ଳକ ସିନିଅର କ୍ଲର୍କ ତଥା ଷ୍ଟୋର ଇନଚାର୍ଜ ଥିବାବେଳେ 11ଲକ୍ଷ ଟଙ୍କାର ଦୁର୍ନୀତି ହୋଇଛି ବୋଲି କହିଛନ୍ତି ବିଜେପି ଉପସଭାପତି ବଳଭଦ୍ର ମାଝୀ । ସରକାରୀ ଟଙ୍କା ହଡପ ସହିତ ଅନେକ ଅନିୟମିତତା ହୋଇଥିବା ସଙ୍ଗୀନ ଅଭିଯୋଗ ହୋଇଛି ।

ବିଜେପି ସାମ୍ବାଦିକ ସମ୍ମିଳନୀ

ପଞ୍ଚାୟତିରାଜ ବିଭାଗ ଦ୍ଵାରା ହୋଇଥିବା ସ୍ପେସାଲ୍‌ ଅଡିଟରୁ ଜଣାପଡ଼ିଥିଲା ବ୍ଳକରେ 1 କୋଟି 4 ଲକ୍ଷ ଟଙ୍କାର ଦୁର୍ନୀତି ହୋଇଛି । ମନହୋର ରନ୍ଧାରୀଙ୍କ ଠାରୁ ଏହି ଟଙ୍କା ପୈଠ ପାଇଁ ବି ଲେଖା ହୋଇଥିଲା । ସେ 2022ରେ ମାତ୍ର 6 ଲକ୍ଷ 29 ହଜାର ଟଙ୍କା ଡିପୋଜିଟ କରିଛନ୍ତି । 2009ରେ ଇସ୍ତଫାକୁ ଗ୍ରହଣ କରି ତାଙ୍କ ବିରୋଧରେ କୌଣସି ରିକୋଭରି ନଥିବା ବିଡିଓ ଦେଇଥିବା ରିପୋର୍ଟ ଉପରେ ପ୍ରଶ୍ନ କରିଛି ବିଜେପି ।

ଭିଜିଲାନ୍ସ ତଦନ୍ତ ଚାଲୁଥିଲେ ମଧ୍ୟ କୌଣସି ମାମଲା ନଥିବା ନିଜ ଆପିଡେଭିଟରେ କହିଛନ୍ତି ବିଧାୟକ । ବିଜେଡ଼ି ଏମିତି ଦୁର୍ନୀତିଖୋର ଲୋକଙ୍କୁ ଟିକେଟ୍ ଦେଇ ବାରମ୍ବାର ବିଧାୟକ କରୁଛନ୍ତି କେବଳ ନିର୍ମଳ ଭାବମୂର୍ତ୍ତି କଥା କହୁଛନ୍ତି । ଏ ପର୍ଯ୍ୟନ୍ତ ତଦନ୍ତ ସରିନାହିଁ । ମନୋହର ରନ୍ଧାରୀ କେତେ ଟଙ୍କା ଫେରାଇଛନ୍ତି ସେ କଥା ସ୍ପଷ୍ଟ କରନ୍ତୁ ବୋଲି କହି ବର୍ଷିଛନ୍ତି ବଳଭଦ୍ର ମାଝୀ । ଏହା ସହ ବ୍ଳକରେ ବେନାମୀ ନାଁରେ ପରବର୍ତ୍ତୀ ସମୟରେ ଲକ୍ଷ ଲକ୍ଷ ଟଙ୍କା କିଏ ଡିପୋଜିଟ କରୁଛି ତାହା ସ୍ପଷ୍ଟ କରନ୍ତୁ ବୋଲି ପ୍ରଶ୍ନ କରିଛି ବିଜେପି । ନବରଙ୍ଗପୁର ଜିଲ୍ଲାରୁ ମନୋହର ରନ୍ଧାରୀ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଦୁର୍ନୀତି ଅଭିଯୋଗ ତାଙ୍କର ଅଡୁଆ ବଢାଇବା ସମ୍ଭାବନା ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.