ETV Bharat / city

ସତ ହେଲା ଆକଳନ, ରାଜ୍ୟରେ କମିଛି ସଂକ୍ରମଣ

ରାଜ୍ୟରେ ସଂକ୍ରମଣ ଗ୍ରାଫ ତଳମୁହାଁ । ଯାହା ଆକଳନ କରାଯାଇଥିଲା ସେହି ଅନୁଯାୟୀ ସଂକ୍ରମିତଙ୍କ ସଂଖ୍ୟା କମୁଛି ବୋଲି କହିଛନ୍ତି ନିରଞ୍ଜନ ମିଶ୍ର । ଅଧିକ ପଢନ୍ତୁ..

author img

By

Published : Jul 19, 2021, 2:27 PM IST

ସତ ହେଲା ଆକଳନ,  ରାଜ୍ୟରେ ସଂକ୍ରମଣ କମିଛି: ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ କୋରୋନା ସଂକ୍ରମଣର ଗ୍ରାଫ ତଳମୁହାଁ ହୋଇଛି । ଆମେ ଯାହା ଆକଳନ କରିଥିଲୁ ସେହି ଅନୁଯାୟୀ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଏବେ କୋରୋନା ସଂକ୍ରମଣ କମିଛି । ରାଜ୍ୟର କିଛି ଜିଲ୍ଲାରେ ଏବେ ସଂକ୍ରମଣ ସ୍ଥିତି ପ୍ଲାଟୋ ଷ୍ଟେଜରେ ରହୁଛି । ଏଥିପାଇଁ ଆତଙ୍କିତ ହେବାର କିଛି ନାହିଁ । ଥାର୍ଡ ୱେଭ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏବେ ଟେଷ୍ଟିଂ, ଟ୍ରାକିଂ, ଟ୍ରେସିଂ ଓ ଟୀକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହା ବାଦ ଆମେ ଟେଷ୍ଟିଂ ପାଇଁ ମଧ୍ୟ ଲାବ୍ରୋଟ୍ରେରି ସଂଖ୍ୟା ବୃଦ୍ଧି କରୁଛୁ । ସ୍ୱାସ୍ଥ୍ୟ ଭିତ୍ତିଭୂମି ଯାହା ରହିଛି ତାକୁ ଆମେ ତ୍ୱରାନ୍ୱିତ କରି ତୃତୀୟ ଲହରକୁ ସାମ୍ନା କରିବୁ । ଓଡ଼ିଶାରେ କରୋନାର ସ୍ଥିତି ଥିକଟେଲ ଫେନୋମେନନ ଅବସ୍ଥାରେ ରହିଛି। ଅର୍ଥାତ ସଂକ୍ରମଣ କମିକି ସ୍ଥିର ଅବସ୍ଥାରେ ରହିଛି। ଗତ କିଛି ଦିନ ଧରି ଏହି ଟ୍ରେଣ୍ଡ ଲାଗିରହିଛି। ଆଶା ଅଛି ଆଗକୁ ସଂକ୍ରମଣ କମିବ। ଏଥିପାଇଁ ସମସ୍ତଙ୍କୁ କୋଭିଡ଼ ନିୟମ ମାନିବାକୁ ପଡ଼ିବ।

ଅନ୍ୟପଟେ କୋରୋନାର ତୃତୀୟ ଲହରକୁ ନେଇ ଆକଳନ କରାଯାଇଛି କିନ୍ତୁ ଆସିନାହିଁ। ଆମେ ବର୍ତ୍ତମାନ ସେକେଣ୍ଡ ୱେଭରେ ଅଛୁ। ମାଡ଼୍ରାସ ଇନଷ୍ଟିଚ୍ୟୁଟ ଯେଉଁ ଆର ଭ୍ୟାଲୁ କଥା କହୁଛି ତାହା ଗ୍ରାଉଣ୍ଡରେ ପ୍ରତିଫଳିତ ହେଉନାହିଁ। ସଂକ୍ରମଣ କମିଥିବାରୁ କେମିତି ଆର ଭ୍ୟାଲୁ ଅଛି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି।

ଭୁବନେଶ୍ବରରୁ ବିକାଶ ଦାସ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.