ଭୁବନେଶ୍ବର: ରାଜ୍ୟରେ ତଳ ମୁହାଁ କୋରୋନା ଗ୍ରାଫ୍ । ଗତ 24 ଘଣ୍ଟା ମଧ୍ୟରେ 1385 ନୂଆଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ 798 ଜଣ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ 587 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରେ ସର୍ବାଧିକ 159 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରେ 109, ଅନୁଗୁଳରୁ 88, ବାଲେଶ୍ବରରେ 36, ବରଗଡରେ 55, ଭଦ୍ରକରେ 31, ବଲାଙ୍ଗୀରରେ 77, ବୌଦ୍ଧରେ 4, ଢେଙ୍କାନଲରେ 33, ଗଂଜାମରେ 23, ଗଜପତିରେ 3, ଦେଓଗଡରେ 8, ଜଗତସିଂହପୁରରେ 50, ଯାଜପୁରରେ 23, ଝରସୁଗୁଡ଼ାରେ 29, କଳାହାଣ୍ଡିରେ 50, କନ୍ଧମାଳରେ 11, କେନ୍ଦ୍ରାପଡାରେ 42, କେନ୍ଦୁଝରରେ 57 ଚିହ୍ନଟ ହୋଇଛନ୍ତି ।
ସେହିପରି କୋରାପୁଟରେ 28, ମାଲକାନଗିରିରରେ 23, ମୟୁରଭଞ୍ଜରେ 103, ନବରଙ୍ଗପୁରରେ 21, ନୟାଗଡରେ 32 , ନୂଆପଡାରେ 88, ପୁରୀରେ 35, ରାୟଗଡାରେ 10, ସମ୍ବଲପୁରରେ 30, ସୋନପୁରରେ 5, ସୁନ୍ଦରଗଡରେ 91, ଷ୍ଟେଟ ପୋଲ 31 ଜଣ ରହିଛନ୍ତି । ଆଜିବି ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ।
ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 2,97,274ରେ ପହଞ୍ଚିଥିବାବେଳେ ସେଥିମଧ୍ୟରୁ 2,80,553 ଜଣ ସୁସ୍ଥ ହୋଇଛନ୍ତି ଏବଂ 13,919ଟି ସକ୍ରିୟ ମାମଲା ରହିଛି । ସେପଟେ କୋରୋନାରେ 1364 ଜଣଙ୍କର ମୃତ୍ୟୁ ହୋଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ