ETV Bharat / city

କୋରୋନା ଛଡ଼ାଇନେଲା ଜୀବିକା, ନିରାଶାଙ୍କ ଆଶା ପାଲଟିଛି 'ଅନ୍ନମ କାଫେ' - bhubaneswar news

ବିଶ୍ବବ୍ୟାପୀ ନିଆଁ ଭଳି କାୟା ବିସ୍ତାର କରିଛି ମହାମାରୀ କୋରୋନା । ତା ସାଙ୍ଗକୁ ଛଡାଇ ନେଇଛି ଅନେକଙ୍କ ଜୀବନ ଓ ଜୀବିକା । ଏଭଳି ଦୟନୀୟ ସ୍ଥିତିରେ ନିଯୁକ୍ତି ହରାଇ ଘର ବାହୁଡା ଖଟିଖିଆ । ଆଉ ଖଟିଖିଆଙ୍କ ଏହି ଶୋଚନୀୟ ସ୍ଥିତିକୁ ବୁଝିପାରି ଜୀବିକାର ଆଶା ଦେଇଛି ଅନ୍ନମ କାଫେ ସଂସ୍ଥା । ଅଧିକ ପଢନ୍ତୁ...

କୋରୋନା ଛଡ଼ାଇନେଲା ଜୀବିକା, ନିରାଶାଙ୍କ ଆଶା ପାଲଟିଲା 'ଅନ୍ନମ କାଫେ'

author img

By

Published : Oct 14, 2020, 7:26 PM IST

ଭୁବନେଶ୍ବର: ବିଶ୍ବବ୍ୟାପୀ ନିଆଁ ଭଳି କାୟା ବିସ୍ତାର କରିଛି ମହାମାରୀ କୋରୋନା । ତା ସାଙ୍ଗକୁ ଛଡାଇ ନେଇଛି ଅନେକଙ୍କ ଜୀବନ ଓ ଜୀବିକା । ଏଭଳି ଦୟନୀୟ ସ୍ଥିତିରେ ନିଯୁକ୍ତି ହରାଇ ଘର ବାହୁଡା ଖଟିଖିଆ । ଆଉ ଖଟିଖିଆଙ୍କ ଏହି ଶୋଚନୀୟ ସ୍ଥିତିକୁ ବୁଝିପାରି ଜୀବିକାର ଆଶା ଦେଇଛି ଅନ୍ନମ କାଫେ ସଂସ୍ଥା । ଏହି ସଂସ୍ଥା ଖାଦ୍ୟ ଡେଲଭରୀ କରିଥାଏ । କମ ଦାମରେ 5 ଷ୍ଟାର, 7 ଷ୍ଟାର ଭଳି ହାଇଜେନିକ ଓ ସ୍ବାଦିଷ୍ଟ ଖାଦ୍ୟ ଯୋଗାଇ ଦେଇଥାଏ । ବିଗତ କିଛି ଦିନ ହେବ ଆରମ୍ଭ ହୋଇଥିବା ଏହି ସଂସ୍ଥାରେ 90 ଜଣ କାମ କରୁଛନ୍ତି । ଦୁବାଇ, ସିଙ୍ଗାପୁର, ବମ୍ବେ, ଦିଲ୍ଲୀ, ବାଙ୍ଗାଲୁରୁ ଭଳି ବଡ ବଡ ସହରର ହୋଟେଲରେ କାମ କରୁଥିବା ସେଫ୍ ଏଠାରେ କାର୍ଯ୍ୟରତ । ଲକକଡାଉନ ସମୟରେ ଏମାନେ ଜୀବିକା ହରାଇ ବେକାର ବସିଥିବା ବେଳେ ଅନ୍ନମର ନିଯୁକ୍ତି କେମିତି ଏମାନଙ୍କୁ ରୋଜଗାରର ନୂଆ ଆଶା ଦେଇଥିଲା ତାହା ବୟାନ କରିଛନ୍ତି ।

କୋରୋନା ଛଡ଼ାଇନେଲା ଜୀବିକା, ନିରାଶାଙ୍କ ଆଶା ପାଲଟିଲା 'ଅନ୍ନମ କାଫେ

ଦୁବାଇରୁ ଚାକିରୀ ହରାଇଥିବା ରୋନକ ଜମିର କୁହନ୍ତି ଯେ ଦୁବାଇରେ 6 ବର୍ଷ ଧରି ରୋଷେୟା ଭାବରେ ଏକ 7 ତାରକା ହୋଟେଲରେ କାମ କରି ଆସୁଥିଲେ । ଲକଡାଉନ ପାଇଁ ହୋଟେଲ ବନ୍ଦ ହୋଇଯାଇଥିବା ବେଳେ 6 ମାସ ହେଲା ଘରେ ରହୁଥିଲୁ । କିନ୍ତୁ ଏହି ସମୟରେ ଅନ୍ନମ ସଂସ୍ଥା ଏକ ଆଶା ଦେଇଥିଲା । ଏହି ସମୟରେ ଆର୍ଥିକ ସମସ୍ୟା ଦେଖାଯାଉଥିବାରୁ କିଛି ଅର୍ଥ ଉପାର୍ଜନ କରିବା ପାଇଁ ଆଶା ଦେଇଥିଲା ଅନ୍ନମ । ଏଠାରେ ତାରକା ହୋଟେଲ ଭଳି ହାଇଜେନିକ ଭାବରେ କାର୍ଯ୍ୟ କରାଯାଉଛି ।

ସେହିପରି ବେଙ୍ଗାଲୁରୁର ଏକ ତାରକା ହୋଟେଲରୁ ଲକଡାଉନ ସମୟରେ ଜୀବିକା ହରାଇଥିବା ଚିନ୍ମୟ ଦାସ କୁହନ୍ତି ଯେ ସବୁଠି କୋରୋନା ଲକଡାଉନ ସମୟରେ ହୋଟେଲ ବନ୍ଦ ହୋଇଯାଇଥିବା ବେଳେ ଜୀବିକା ହରାଇବାକୁ ପଡିଲା । ଏବେ ଚିନ୍ମୟ ବହୁତ ଖୁସି ଅଛନ୍ତି, ଯାହାକି ଏହି ବିପଦ ସମୟରେ ଜୀବିକାର ଆଶା ଦେଖାଇଥିବାରୁ ଧନ୍ୟବାଦ ଦେଇଛନ୍ତି ଅନ୍ନମକୁ ।

ସେପଟେ ଅନଲକ ପର୍ଯ୍ୟାୟରେ ସମସ୍ତ ବ୍ୟବସାୟ ମାନ୍ଦା ଚାଲିଥିବା ବେଳେ ଅନ୍ନମ ଭଳି ଏକ ଖାଦ୍ୟ ଡେଲିଭରୀ ସଂସ୍ଥା ଆରମ୍ଭ କରିବା ଚିନ୍ତାଧାରା ସମ୍ପର୍କରେ ଜାଣିବାକୁ ଆମେ ମାଲିକ ତାପସ ରଞ୍ଜନ ମହାନ୍ତି ସହ କଥା ହୋଇଥିଲୁ । ସେ କୁହନ୍ତି ଯେ ଯେତେବେଳେ ଦୁନିଆରେ ଅନେକ ସେଫଙ୍କ ଚାକିରୀ ଚାଲିଯାଇଥିଲା ସେହି ସମୟରେ ଚାକିରୀ ଦେଇଥିଲୁ। ଏହି ସମୟରେ ଖାଦ୍ୟକୁ ନେଇ ସମସ୍ତେ ଭଲ ପାଉଥିବା ବେଳେ ଖାଦ୍ୟ ସବୁବେଳେ ବ୍ୟବସାୟ ହେବ। ସେଥିପାଇଁ ଆଗକୁ ଲକ୍ଷ ରଖି ଏଭଳି ନିଯୁକ୍ତି କରିଛନ୍ତି ଅନ୍ନମ। ଓ ଅନ୍ୟପଟେ ଅନ୍ନମରେ ଖାଦ୍ୟ ଟେଷ୍ଟି ରହିଥିବା ବେଳେ 15 ଦିନ ମଧ୍ୟରେ 5 ହଜାର ଲୋକମାନେ ଅର୍ଡର ନେଲେଣି ।

ତେବେ ଅନଲକ ସମୟରେ ଜୀବିକା ହରାଇଥିବା ସେଫମାନଙ୍କୁ ରୋଜଗାର ଦେଇଛି ଅନ୍ନମ । ଆଗକୁ ମଧ୍ୟ ଏହି ସଂସ୍ଥାକୁ ବଡ କରି ଅନେକ ସେଫଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.