ETV Bharat / city

ଖସୁଛି ସଂକ୍ରମଣ, ନୂଆ 79 ଆକ୍ରାନ୍ତ ଚିହ୍ନଟ

author img

By

Published : Feb 1, 2021, 3:30 PM IST

ରାଜ୍ୟରେ କମୁଛି କୋରୋନା ସଂକ୍ରମଣ । ସୋମବାର ରାଜ୍ୟରେ 79ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

କମୁଛି କୋରୋନା ସଂକ୍ରମଣ
କମୁଛି କୋରୋନା ସଂକ୍ରମଣ

ଭୁବନେଶ୍ବର: ଦୀର୍ଘ ମାସର ପରେ ରାଜ୍ୟରେ କମୁଛି କୋରୋନା ସଂକ୍ରମଣ । ସୋମବାର ରାଜ୍ୟରେ 79ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଦିନକୁ ପ୍ରାୟ 1500ରୁ 2000 କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ । ହେଲେ ଏ କିଛି ଦିନ ହେବ ସଂକ୍ରମଣରେ ହ୍ରାସ ଘଟିଛି । ତେବେ ସୋମବାର ସମୁଦାୟ 79 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 47ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ 32ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ଭିତରୁ ସୁନ୍ଦରଗଡରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି ।

ଆଜିର ସଂକ୍ରମଣଙ୍କ ମଧ୍ୟରେ ଅନୁଗୋଳରୁ 4ଜଣ ଆକ୍ରାନ୍ତ ଥିବାବେଳେ ବାଲେଶ୍ବରରୁ 7,ବରଗଡରୁ 5,ବଲାଙ୍ଗୀରରୁ 2, ବୌଦ୍ଧରୁ 1,ନୂଆପଡାରୁ 3,ପୁରୀରୁ 3, ସମ୍ବଲପୁରରୁ 4,ସୋନପୁରରୁ 1, ସୁନ୍ଦରଗଡରୁ 10, କଟକରୁ 4, ଗଜପତିରୁ 2,ଯାଜପୁରରୁ 4ଜଣ ,ଝାରସୁଗୁଡାରୁ 3, କଳାହାଣ୍ଡିରୁ 1,କେନ୍ଦ୍ରାପଡାରୁ 1,ଖୋର୍ଦ୍ଧାରୁ 14,ମୟୂରଭଞ୍ଜରୁ 2, ପୁରୀରୁ 4,ରାୟଗଡାରୁ 1 ଟେଷ୍ଟ ପୋଲରୁ 3ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ମୋଟ 3 ଲକ୍ଷ 35 ହଜାର 151ଜଣ ସଂକ୍ରମିତ ହୋଇଥିବା ବେଳେ ସୁସ୍ଥ ହେଇଛନ୍ତି 3 ଲକ୍ଷ 32ହଜାର 103 ଜଣ । ଏବେ ଯାଏଁ ରାଜ୍ୟରେ 1ହଜାର 89ଟି ସକ୍ରିୟ ମାମଲା ରହିଛି । ତେବେ ରାଜ୍ୟରେ ମୋଟ 7731759 ଜଣଙ୍କ କୋଭିଡ ପରୀକ୍ଷା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.