ETV Bharat / city

ଓଡିଶାରେ ପହଞ୍ଚିଲା କୋରୋନା ମେଡିସିନ - Corona medicine Remdesivir arrives in odisha

ରାଜ୍ୟରେ ପହଞ୍ଚିଲା କୋରୋନା ଔଷଧ । ଭୁବନେଶ୍ବରରେ ଔଷଧ ପହଞ୍ଚିଥିବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।

ଓଡିଶାରେ ପହଞ୍ଚିଲା କୋରୋନା ମେଡିସିନ
ଓଡିଶାରେ ପହଞ୍ଚିଲା କୋରୋନା ମେଡିସିନ
author img

By

Published : Jun 29, 2020, 1:36 PM IST

ଭୁବନେଶ୍ବର: କୋରୋନା ଆକ୍ରାନ୍ତଙ୍କ ପାଇଁ ଖୁସି ଖବର । ଓଡିଶାରେ ପହଞ୍ଚିଲା ଆଣ୍ଟି ଭାଇରାଲ କୋରୋନା ଔଷଧ ରେମଡେସିଭିର । ଏହି ଔଷଧ କେବଳ ଗୁରୁରତ ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ହେବ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ସେହିପରି ଆସନ୍ତାକାଲି(ମଙ୍ଗଳବାର) ରାଜ୍ୟରେ ପହଞ୍ଚିବ‘ଫାବି ଫ୍ଲୁ’ ।

ୟୁରୋପୀୟ ମେଡିସିନ ଏଜେନ୍ସି କୋରୋନା ଚିକିତ୍ସା ପାଇଁ ପ୍ରଥମ ଔଷଧ ଭାବରେ ରେମଡେସିଭିରକୁ ଅନୁମୋଦନ କରିଥିଲା । ପରୀକ୍ଷା ସମୟରେ ମେଡିକାଲରେ ଭର୍ତ୍ତି ଥିବା ଆକ୍ରାନ୍ତ ଏହି ଔଷଧ ମାଧ୍ୟମରେ ଶୀଘ୍ର ସୁସ୍ଥ ହୋଇଥିଲେ । ତେଣୁ ଗୁରୁତର କୋରୋନା ଆକ୍ରାନ୍ତଙ୍କୁ ସର୍ତ୍ତମୂଳକ ଭାବେ ଏହି ଔଷଧ ଦେବା ପାଇଁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ( ଡିସିଜିଆଇ) ଅନୁମତି ଦେଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ଏହି ଔଷଧ 5ଟି ରାଜ୍ୟକୁ ପଠାଯାଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ଓଡିଶାରେ ପହଞ୍ଚିଛି ରେମଡେସିଭିର ।

ଅନ୍ୟପଟେ ପୁରୀରେ ଆରମ୍ଭ ହୋଇଛି ସେରୋଲୋଜିକାଲ ସର୍ଭେ । ଆସନ୍ତା 1 ତାରିଖରୁ ଗଞ୍ଜାମ, ଗଜପତି ଓ କଟକରେ ହେବ ଟେଷ୍ଟ । ICMR ଗାଇଡ଼ ଲାଇନ ଅନୁସାରେ ହେଉଛି ଟେଷ୍ଟ । ଅଧିକ ଜନସଂଖ୍ୟା, ଆବଦ୍ଧ ଅଞ୍ଚଳରେ ଏହି ଟେଷ୍ଟ କରାଯିବ । ଖୁବଶିଘ୍ର କଟକଣା ସମ୍ପର୍କରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.