ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ଧୀରେ ଧୀରେ କମୁଥିବା ବେଳେ ମୃ୍ତ୍ୟୁହାରରେ ରୋକ ଲାଗୁନାହିଁ । ପୁଣି ରାଜ୍ୟରେ କୋରୋନାରେ ଆକ୍ରାନ୍ତ ହୋଇ 14 ଜଣଙ୍କର ମୃତ୍ୟୁ ଘଟିଛି ।
ରବିବାର କୋରୋନା ଜନିତ ମୃତ୍ୟୁ ହୋଇଥିବା 14 ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ 1671 ଜଣଙ୍କର ମୃତ୍ୟୁ ଘଟିଛି । ଅନୁଗୁଳରେ 28 ବର୍ଷର ପୁରୁଷ, ଭୁବନେଶ୍ବରରେ 34 ବର୍ଷର ମହିଳା, କଟକରେ ଓ ଜଗତସିଂହପୁରରେ 62 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଥିବା ବେଳେ ନୂଆପଡାରେ 70 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଛି ।
ସେହିପରି ରାୟଗଡାରେ 73 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଥିବା ବେଳେ ସମ୍ବଲପୁରରେ 55 ବର୍ଷ 37 ବର୍ଷର ଓ 69 ବର୍ଷର ପୁରୁଷ, ସୁନ୍ଦରଗଡରେ 45 ବର୍ଷ, 60 ବର୍ଷ, 70 ବର୍ଷ, 65 ବର୍ଷର ଓ 31 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ