ETV Bharat / city

CORONA BOOSTER DOSE: ଆସନ୍ତା ୧୦ରେ ଆରମ୍ଭ, ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରାଥମିକତା

author img

By

Published : Jan 7, 2022, 12:53 PM IST

ରାଜ୍ୟରେ ଦ୍ରୁତ ଗତିରେ ବ୍ୟାପୁଛି କୋରୋନା ସଂକ୍ରମଣ । ନୂଆ ଭାଇରସ ଓମିକ୍ରନଠାରୁ ବର୍ତ୍ତିବା ପାଇଁ ରାଜ୍ୟରେ ବୁଷ୍ଟର ଡୋଜ ଟୀକାକରଣ ଆରମ୍ଭ ହେବାକୁ ଯାଉଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

CORONA BOOSTER DOSE: ଆସନ୍ତା ୧୦ରେ ହେବ ଆରମ୍ଭ, ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରାଥମିକତା

ଭୁବନେଶ୍ବର: ରାଜ୍ୟରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ସଂକ୍ରମଣ । ନୂଆ ଭାଇରସ ଓମିକ୍ରନ ଦ୍ବାରା ଲୋକେ ସଂକ୍ରମିତ ହେଉଥିବାରୁ ଏଥିରୁ ବର୍ତ୍ତିବା ପାଇଁ ସରକାର ଆରମ୍ଭ କରିବାକୁ ଯାଉଛନ୍ତି କୋରୋନା ପ୍ରିକସନ୍‌ ବା ବୁଷ୍ଟର ଡୋଜ । ଦ୍ବିତୀୟ ଡୋଜର 9 ମାସ ପରେ ଅର୍ଥାତ୍‌ 39 ସପ୍ତାହ ପରେ ଏହି ବୁଷ୍ଟର ଡୋଜ ଦିଆଯିବ। ଯେଉଁମାନେ ଯେଉଁ ଟିକା ନେଇଥିବେ ସେମାନେ ସେହି ଟିକା ନେବେ। କୋଭିଡ କାର୍ଯ୍ୟରେ ନିୟୋଜିତ ଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରାଥମିକତା ଦିଆଯିବ ବୋଲି ଜଣାପଡ଼ିଛି ।

ଆସନ୍ତା ୧୦ରେ ଆରମ୍ଭ, ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରାଥମିକତା

ସମ୍ମୁଖ ଯୋଦ୍ଧା ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଦିଆଯିବ ଏହି ଡୋଜ। ଯେଉଁମାନେ ଉଭୟ ଡୋଜ ନେଇଥିବେ ସେମାନଙ୍କୁ ଏହି ବୁଷ୍ଟର ଡୋଜ ଦିଆଯିବ। ଯେଉଁ ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରମାନେ କୋଭିଡ଼ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ସେମାନଙ୍କୁ ପ୍ରାଥମିକ ଭାବରେ ଅଗ୍ରାଧିକାର ଭିତ୍ତିରେ ଦିଆଯିବ ବୁଷ୍ଟର ଡୋଜ ।

ଏହା ବି ପଢନ୍ତୁ: Odisha Corona Report: ଦିନକରେ ୨୭୦୩ ପଜିଟିଭ ଚିହ୍ନଟ

ଚାରିଆଡେ କୋରୋନା ସଂକ୍ରମଣ ବଢୁଛି । ସମସ୍ତେ କୋଭିଡ ନିୟମ ମାନି ଚାଲିବାକୁ ପରାମର୍ଶ ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ରାଜ୍ୟରେ ଏପର୍ଯ୍ୟନ୍ତ 15ରୁ 18 ବର୍ଷର ପିଲାଙ୍କୁ 3 ଲକ୍ଷ 42 ହଜାର 232 ଜଣ ପିଲାଙ୍କୁ ଟିକା ଦିଆଯାଇଛି । ରାଜ୍ୟରେ ମୋଟ 5 କୋଟି 16 ଲକ୍ଷ ଡୋଜ ଟୀକାକରଣ ହୋଇଛି । ପ୍ରଥମ ଡୋଜ ଟିକା 91 ପ୍ରତିଶତ ଦିଆଯାଇଛି ।

3453 କେନ୍ଦ୍ରରେ ଟୀକାକାରଣ କରାଯାଉଥିବା ବେଳେ 1191 କେନ୍ଦ୍ରରେ କେବଳ 15ରୁ 18 ବର୍ଷ ପିଲାଙ୍କ ଟୀକାକରଣ ପାଇଁ ଉଦ୍ଦିଷ୍ଟ ହୋଇଛି । ସେଥିମଧ୍ୟରୁ ଦ୍ଵିତୀୟ ଡୋଜ ନେବା ପାଇଁ ସମୟ ହୋଇଥିବା ଲୋକଙ୍କ ମଧ୍ୟରୁ 90 ପ୍ରତିଶତ ଲୋକ ଟିକା ନେଇସାରିଥିବା କହିଛନ୍ତି ପାଣିଗ୍ରାହୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.