ETV Bharat / city

କୋରୋନା ମୁକାବିଲା ନେଇ ସ୍ଵାସ୍ଥ୍ୟ ବିଭାଗର ରେଗୁଲସନ: ଅପପ୍ରଚାର କଲେ ମିଳିବ ଦଣ୍ଡ - corona effect in odisha

କୋରୋନା ମୁକାବିଲା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତତ୍ପର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ରେଗୁଲେସନ ଜାରି କରାଯାଇଛି । ସମ୍ପୂର୍ଣ୍ଣ ଖବର ପଢନ୍ତୁ...

aa
କୋରୋନା ମୁକାବିଲା ନେଇ ସ୍ଵାସ୍ଥ୍ୟ ବିଭାଗର ରେଗୁଲସନ ଜାରି
author img

By

Published : Mar 13, 2020, 5:12 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଛି ଏକ ରେଗୁଲେସନ । ଦିନକୁ ଦିନ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି କୋରୋନା । ଏପରି ସ୍ଥିତିରେ ଏହାକୁ ନେଇ କୌଣସି ଗୁଜବ ପ୍ରଚାର କଲେ ତାହା ଅପରାଧ ବିବେଚିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ରେଗୁଲେସନରେ ଏହା ଉଲ୍ଲେଖ ରହିଛି।

aa
କୋରୋନା ମୁକାବିଲା ନେଇ ସ୍ଵାସ୍ଥ୍ୟ ବିଭାଗର ରେଗୁଲସନ ଜାରି

ରେଗୁଲେସନ ଅନୁଯାୟୀ, ସବୁ ସରକାରୀ, ଘରୋଇ ହସ୍ପିଟାଲରେ ସନ୍ଦିଗ୍ଧଙ୍କ ପାଇଁ ବ୍ୟବସ୍ଥା ରହିବ। ସମସ୍ତ ସନ୍ଦିଗ୍ଧଙ୍କ ସବୁ ପ୍ରକାର ତଥ୍ୟ ହସ୍ପିଟାଲ ରଖିବ। କୌଣସି ଘରୋଇ ଲ୍ୟାବ୍‌ରେ କୋରୋନା ପରୀକ୍ଷାକୁ ଅନୁମତି ନାହିଁ। କୋଣସି ବ୍ୟକ୍ତି କୋରୋନା ଆକ୍ରାନ୍ତ ଦେଶକୁ ଗସ୍ତ କରିଥିଲେ ସେ ସମ୍ପର୍କରେ ନିଜେ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏସମ୍ପର୍କରେ ସମ୍ପୃକ୍ତ ବ୍ୟକ୍ତି ମେଡିକାଲ କର୍ତ୍ତୃପକ୍ଷ ସ୍ଥାନୀୟ ଅଧିକାରୀଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶନାମା ତତ୍କାଳ ଲାଗୁ ହୋଇଥିବା ବେଳେ ୧ ବର୍ଷ ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଏହାସହ ସବୁ ଡାକ୍ତରଖାନାରେ କୋରୋନା ସନ୍ଦିଗ୍ଧଙ୍କ ସ୍କ୍ରିନିଂ ବ୍ୟବସ୍ଥା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକୃତ ଅଫିସର ନିର୍ଦ୍ଦିଷ୍ଟ ଅଞ୍ଚଳ ପାଇଁ ପ୍ରତିଷେଧକ ବ୍ୟବସ୍ଥା କରିପାରିବେ। କୋରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ସ୍ଥାନରେ କଟକଣା ଜାରି କରିପାରିବେ । ଏପରିକି ସଂକ୍ରମିତ ଅଞ୍ଚଳକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲଗାଯିବ। ସେହିଭଳି କୋରୋନା ସନ୍ଦିଗ୍ଧଙ୍କ ଉପରେ କଡା ନଜର ରଖିପାରିବେ ଅଧିକୃତ ଅଫିସର ।

କୌଣସି ସରକାରୀ କୋଠାକୁ ସନ୍ଦିଗ୍ଧଙ୍କ ରହଣିସ୍ଥଳ ଘୋଷଣା କରିପାରିବେ। ସନ୍ଦିଗ୍ଧଙ୍କୁ ଏକୁଟିଆ ରଖିବାକୁ ବାଧ୍ୟ କରିପାରିବେ ଅଧିକୃତ ଅଫିସର । ନିର୍ଦ୍ଦେଶ ଅମାନ୍ୟ କଲେ ଆଇପିସି ଧାରା - ୧୮୮ ରେ ଦଣ୍ଡନୀୟ ବ୍ୟବସ୍ଥା କରାଯାଇଛି । ଏହାସହ କୋରୋନା ରୋଗୀଙ୍କ ପରିଚୟ ପ୍ରଘଟ କଲେ କଡ଼ା କାର୍ଯାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି । ସୋସିଆଲ ମିଡିଆରେ ଅପପ୍ରଚାର କଲେ ମଧ୍ୟ ଦଣ୍ଡନୀୟ ବୋଲି ରେଗୁଲେସନରେ କୁହାଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.