ETV Bharat / city

ପୁଣି ପଦାରେ ପଡିଲା କଂଗ୍ରେସ କନ୍ଦଳ; ଭିତରେ ବୈଠକ ବାହାରେ ବିରୋଧ - PCC president news

କଂଗ୍ରେସ ସଙ୍ଗଠନକୁ ସୁଦୃଢ଼ କରିବା ନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ୪ ଦିନ ହେବ ଓଡିଶାରେ ଡେରା ପକାଇଛନ୍ତି। ଜିଲ୍ଲାସ୍ତରୀୟ କର୍ମୀ, ନେତା ଓ ଦଳୀୟ ସଦସ୍ୟଙ୍କ ସହ ଜିଲ୍ଲାୱାରି ମାରାଥନ ବୈଠକ ଚାଲିଛି। କଂଗ୍ରେସ ଭବନ ବାହାରେ ପିସିସି ସଭାପତି ପରିବର୍ତ୍ତନ ଓ ଛାତ୍ର କଂଗ୍ରେସ ସଭାପତିଙ୍କ ନିଲମ୍ବନ ନେଇ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

Change PCC president
କଂଗ୍ରେସ କନ୍ଦଳ
author img

By

Published : Jan 17, 2020, 3:18 PM IST

ଭୁବନେଶ୍ବର: କଂଗ୍ରେସରେ ଗୋଡଟଣା ରାଜନୀତି ଥମିବାର ନାଁ ନେଉନାହିଁ। ଉଗ୍ରରୂପ ନେଉଛି ଅନ୍ତଃକନ୍ଦଳ। ରାଜ୍ୟ କଂଗ୍ରେସ ଭବନ ଭିତରେ ଦଳକୁ ସୁଦୃଢ କରିବାକୁ ଚାଲିଛି ମାରାଥନ ବୈଠକ।

କଂଗ୍ରେସ ସଙ୍ଗଠନକୁ ସୁଦୃଢ଼ କରିବା ନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ୪ଦିନ ହେବ ଓଡିଶାରେ ଡେରା ପକାଇଛନ୍ତି। ଜିଲ୍ଲାସ୍ତରୀୟ କର୍ମୀ, ନେତା ଓ ଦଳୀୟ ସଦସ୍ୟଙ୍କ ସହ ଜିଲ୍ଲାୱାରି ମାରାଥନ ବୈଠକ ଚାଲିଛି। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉପସ୍ଥିତ ଅଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଅନ୍ୟପଟେ କଂଗ୍ରେସ ଭବନ ବାହରେ କିଛି ଅଲଗା ଦୃଶ୍ୟ ଦେଖବାକୁ ମିଳିଛି। ‘ନିରଞ୍ଜନ ହଟାଓ’ ନାରାରେ କମ୍ପୁଛି ପୁରା ପରିବେଶ । ଯେତେ ଲୁଚାଇଲେ ମଧ୍ୟ କଂଗ୍ରେସର ଏହି ଅନଃକନ୍ଦଳ ହାଟରେ ପଡି ଦାଣ୍ଡରେ ଗଡୁଛି। ଛାତ୍ର କଂଗ୍ରସ ସଭାପତି ପଦରୁ ଇତିଶ ପ୍ରଧାନଙ୍କ ନିଲମ୍ବନ ନେଇ ନାରାବାଜି କରିଛନ୍ତି ତାଙ୍କର ସମର୍ଥକ। ପିସିସି ପରିବର୍ତ୍ତନ ନେଇ ଦାବି କରିଛନ୍ତି ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଆସିଥିବା ନେତା ଓ କର୍ମୀ। ଏପରି ସ୍ଥିତିରେ ରାଜ୍ୟ କଂଗ୍ରେସ କିପରି ଆଗକୁ ବଢୁଛି ତା ଉପରେ ରହିଛି ନଜର।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ପଦାରେ ପଡିଲା କଂଗ୍ରେସ କନ୍ଦଳ।

Body:ବିଭିନ୍ନ ଜିଲ୍ଲାର ନେତା ଓ କର୍ମୀଙ୍କ ନିରଞ୍ଜନ ହଟାଅ ସ୍ଲୋଗାନ ରେ କମ୍ପୁଛି କଂଗ୍ରେସ ଭବନ।ରାଜ୍ୟ କଂଗ୍ରେସର ଗୋଷ୍ଠି କନ୍ଦଳ ପଦାରେ ପଡିଲା।ଲୁଚିଛି ନା ଗୋଡ ଦୁଇଟା ଦିଶୁଛି।ଏହି କ୍ରମରେ କଂଗ୍ରେସ ସଂଗଠନ କୁ ସୁଦୃଢ଼ କରିବା ନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ୪ଦିନ ହେବ ରାଜ୍ୟରେ ଡେରା ପକାଇଛନ୍ତି।ଜିଲ୍ଲା ସ୍ତରୀୟ କର୍ମୀ, ନେତା ଓ ଦଳୀୟ ସଦସ୍ୟଙ୍କ ସହ ଜିଲ୍ଲାୱାରି ମାରାଥନ ବୈଠକ କରୁଛନ୍ତି।ଚତୁର୍ଥ ଦିନରେ ଜିତେନ୍ଦ୍ର ସିଂଙ୍କ ନେତୃତ୍ୱରେ ଭୁବନେଶ୍ୱର କଂଗ୍ରେସ ଭବନରେ ଘନ ଘନ ବୈଠକ ଚାଲିଛି ବାହାରେ ଛାତ୍ର କଂଗ୍ରେସ ପୂର୍ବତନ ସଭାପତି ଇତିଶ ପ୍ରଧାନ ସମର୍ଥକଙ୍କ ସହ ଧାରଣାରେ ବସିଛନ୍ତି।ପିସିସି ପରିବର୍ତ୍ତନ ନେଇ ଦାବି କରିଛନ୍ତି ବିଭିନ୍ନ ନେତା।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.