ETV Bharat / city

‘ନେତା କର୍ମୀଙ୍କ ବିଶୃଙ୍ଖଳାକୁ ପ୍ରଶୟ ଦବନି କଂଗ୍ରେସ’ - କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲ

ପ୍ରଦେଶ କଂଗ୍ରେସରେ କୌଣସି ଆପତ୍ତି ଜନକ ମନ୍ତବ୍ୟ କିମ୍ବା ବିଶୃଙ୍ଖଳିତ ଆଚରଣ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ନବଗଠିତ ପିସିସି ଶୃଙ୍ଖଳା କମିଟିର ଅଧ୍ୟକ୍ଷ କିଶୋର ଚନ୍ଦ୍ର ପଟେଲ । ଅଧିକ ପଢ଼ନ୍ତୁ...

ନେତା କର୍ମୀଙ୍କ ବିଶୃଙ୍ଖଳାକୁ ପ୍ରସୟ ଦେବନି କଂଗ୍ରେସ

author img

By

Published : Nov 4, 2021, 8:29 PM IST

Updated : Nov 5, 2021, 9:29 AM IST

ଭୁବନେଶ୍ବର: କଂଗ୍ରେସ ଦଳର ସାମ୍ପ୍ରତିକ ପରିସ୍ଥିତିରେ ଶୃଙ୍ଖଳାର ଅଧିକ ଆବଶ୍ୟକତା ରହିଛି । ସୋନିଆ ଗାନ୍ଧୀ ବର୍ତ୍ତମାନ କର୍ମକର୍ତ୍ତାଙ୍କ ଶୃଙ୍ଖଳା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ବିଧାୟକଙ୍କ ଠାରୁ ଆରମ୍ଭ କରି ସାଧାରଣ କର୍ମୀ ଯାଏଁ, ଯେ କେହି ବି ବିଶୃଙ୍ଖଳିତ ହେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । କଂଗ୍ରେସ ଦଳ ଖରାପ ପରିସ୍ଥିତି ଦେଇ ଗତି କରୁଛି । କଂଗ୍ରେସ ନାଁରେ ବିଶୃଙ୍ଖଳିତ ଆଚରଣ ପାଇଁ ଅପବାଦ ରହିଛି । ଏହି ଅପବାଦକୁ ହଟେଇବା ପ୍ରଧାନ ଦାୟିତ୍ୱ । ଓଡ଼ିଶା ପ୍ରଭାରୀ ମଧ୍ୟ ଏହାକୁ ନେଇ ସମସ୍ତ କର୍ମକର୍ତ୍ତା ଓ ନେତାଙ୍କୁ ଚେତାବନୀ ଦେଇଛନ୍ତି । ନବଗଠିତ ପିସିସି ଶୃଙ୍ଖଳା କମିଟିର ଅଧ୍ୟକ୍ଷ କିଶୋର ଚନ୍ଦ୍ର ପଟେଲ ଏନେଇ ସୂଚନା ଦେଇଛନ୍ତି ।

‘ନେତା କର୍ମୀଙ୍କ ବିଶୃଙ୍ଖଳାକୁ ପ୍ରଶୟ ଦବନି କଂଗ୍ରେସ’
ସେପଟେ ଦଳରେ ଶୃଙ୍ଖଳାକୁ ଗୁରୁତ୍ବ ପରେ ଏହାକୁ ସ୍ୱାଗତ କରିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ । ସେ କହିଛନ୍ତି ଯେ, ନିଜର ଦକ୍ଷତାର ପରିଚୟ ଦିଅନ୍ତୁ କିଶୋର । ଦଳ ଭିତରେ କଡ଼ା ଅନୁଶାସନ ସହ ନକରାତ୍ମକ ମନ୍ତବ୍ୟ ନଦେବାକୁ କଡା ନିୟମ କରାଯାଉ ।

ଗତକାଲି(ବୁଧବାର) ସର୍ବଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶା ପିସିସି 7 ଜଣିଆ ଶୃଙ୍ଖଳା କମିଟି ଗଠନ କରିଛି । ପୂର୍ବତନ ବାଚସ୍ପତି ତଥା ବରିଷ୍ଠ କଂଗ୍ରେସ ନେତା କିଶୋର ଚନ୍ଦ୍ର ପଟେଲଙ୍କୁ ଏହି କମିଟିର ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Nov 5, 2021, 9:29 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.