ETV Bharat / city

ସୋସିଆଲ ମିଡିଆ ସେଲ୍‌ ଶକ୍ତି ବୃଦ୍ଧି କରିବ କଂଗ୍ରେସ - ଓଡିଶା କଂଗ୍ରେସ ସୋସିଆଲ ମିଡିଆ

ନୂଆଦିଲ୍ଲୀରେ କଂଗ୍ରେସ ସୋସିଆଲ ମିଡ଼ିଆ ସେଲ୍‌ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ । ଯୋଗଦେଲେ ଓଡ଼ିଶା କଂଗ୍ରେସ ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ । ଅଧିକ ପଢନ୍ତୁ

Congress social media department metting at New Delhi
ସୋସିଆଲ ମିଡିଆ ସେଲ୍‌ ଶକ୍ତି ବୃଦ୍ଧି କରିବ କଂଗ୍ରେସ
author img

By

Published : Jan 4, 2022, 10:14 PM IST

ନୂଆଦିଲ୍ଲୀ: ସୋସିଆଲ ମିଡିଆ ସେଲ୍‌ ଶକ୍ତି ବୃଦ୍ଧି କରିବ ରାଜ୍ୟ କଂଗ୍ରେସ । ନୂଆଦିଲ୍ଲୀରୁ ରାଜ୍ୟ କଂଗ୍ରେସକୁ କେନ୍ଦ୍ରୀୟ ନେତୃତ୍ବଙ୍କ ଠାରୁ ମିଳିଲା ଏହି ଗୁରୁମନ୍ତ୍ର । ବର୍ତ୍ତମାନର ଡିଜିଟାଲ ଯୁଗରେ ରାଜନୈତିକ ଦଳମାନେ ସୋସିଆଲ ମିଡିଆକୁ ପ୍ରମୁଖ ଅସ୍ତ୍ର ଭାବେ ଗ୍ରହଣ କରୁଛନ୍ତି । ନିଜ ଦଳର ପ୍ରଚାର ପ୍ରସାର ସହ ବିରୋଧିଙ୍କୁ ଟାର୍ଗେଟ କରିବାକୁ ଏହା ପ୍ରମୁଖ ମାଧ୍ୟମ ପାଲଟିଛି ।

  • Had a fruitful interaction with the office bearers of @INCIndia Social Media Department from across the country.

    Assessed the activities of state social media depts & discussed the future course of actions. pic.twitter.com/jHmAqERGPR

    — K C Venugopal (@kcvenugopalmp) January 4, 2022 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ: Panchayat Election: ଆସନ୍ତା 10ରେ ସର୍ବଦଳୀୟ ବୈଠକ ଡାକିଲେ EC

ଏହି କ୍ରମରେ ନୂଆଦିଲ୍ଲୀରେ କଂଗ୍ରେସ ସୋସିଆଲ ମିଡ଼ିଆ ସେଲ୍‌ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶା କଂଗ୍ରେସ ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ଯୋଗ ଦେଇଥିଲେ । ଏହି ଅବସରରେ ଦିଲ୍ଲୀରେ ସଂଗଠନ ଦାୟିତ୍ବରେ ଥିବା AICC ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଳ ଏବଂ କଂଗ୍ରେସ ସୋସିଆଲ ମିଡ଼ିଆ ସେଲ୍‌ର ଜାତୀୟ ଅଧ୍ୟକ୍ଷ ରୋହନ ଗୁପ୍ତାଙ୍କୁ ଭେଟିଛନ୍ତି ଅଭିଷେକ ।

ଓଡ଼ିଶା ସମ୍ପର୍କୀୟ ସୋସିଆଲ ମିଡ଼ିଆ ବିଭାଗ ସହିତ ସାଂଗଠନିକ ଆଲୋଚନା କରିଥିଲେ ଭେନୁଗୋପାଳ। ସୋସିଆଲ ମିଡିଆ ବିଭାଗ ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ ହୋଇଥିବାରୁ, ଏହାକୁ ଅଧିକ ମଜବୁତ୍‌ କରିବାକୁ ପରାମର୍ଶ ଦେବା ସହ ରାଜ୍ୟର ପ୍ରତି ବୁଥ୍‌ ସ୍ଥରକୁ ସୋସିଆଲ ମିଡିଆ ବିଭାଗକୁ ପହଞ୍ଚାଇବାକୁ ଭେନୁ ଗୋପାଳ କହିଛନ୍ତି ।

ରାଜ୍ୟ କଂଗ୍ରେସର ସୋସିଆଲ ମିଡିଆ ବିଭାଗର ସାଧାରଣ ସମ୍ପାଦକ ଚନ୍ଦନ ରାୟ ଏବଂ ସୁବାସ ଚନ୍ଦ୍ର ନାୟକ ମଧ୍ୟ ଏଥିରେ ଯୋଗ ଦେଇଥିଲେ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.