ଭୁବନେଶ୍ବର: ଭିନ୍ନକ୍ଷମଙ୍କୁ ଯୌନ ଶୋଷଣ ଘଟଣାରେ କଂଗ୍ରେସର ହାଲ୍ଲାବୋଲ। ଭିନ୍ନକ୍ଷମ କଲ୍ୟାଣ ମହାସଙ୍ଘକୁ ଧସେଇ ପସିବାକୁ ଉଦ୍ୟମ କରିଛି କଂଗ୍ରେସ। ତୁରନ୍ତ କାର୍ଯାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛନ୍ତି ।
ରାଜଧାନୀରେ କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ରଙ୍କ ନେତୃତ୍ବରେ ପ୍ରତିନିଧି ଦଳ ଭିନ୍ନକ୍ଷମଙ୍କୁ ଭେଟିବାକୁ ଉଦ୍ୟମ କରିଛନ୍ତି । ଅନ୍ତେବାସୀ ଅସୁରକ୍ଷିତ ନେଇ ସେମାନଙ୍କ ହାଲଚାଲ ବୁଝିବାକୁ ଉଦ୍ୟମ କରୁଥିବା କଂଗ୍ରେସ ନେତ୍ରୀ କହିଛନ୍ତି। ଏହି ଘଟଣା ଘଟିଥିବା ସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଠୁ ବିଭାଗୀୟ ମନ୍ତ୍ରୀ ୫୦୦ମିଟର ଦୂର ହୋଇଛି । ଏପରି ଘଟଣାକୁ ଚାପିବା ପାଇଁ ଉଦ୍ୟମ ହେଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ତୁରନ୍ତ କାର୍ଯାନୁଷ୍ଠାନ ନିଅନ୍ତୁ ନଚେତ ମହିଳା ସୁରକ୍ଷା ଆଳରେ ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କୁ ଭିନ୍ନକ୍ଷମଙ୍କ ଅଭିଶାପ ଲାଗିବ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ