ଭୁବନେଶ୍ବର: କୋରନା ମହାମାରୀ ସମୟରେ ଦିନକୁ ଦିନ ପେଟ୍ରୋଲ ଦର ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ କଂଗ୍ରେସ ବିରୋଧ କରିଛି । ଏନେଇ ଆଜି ରାମ ମନ୍ଦିର ପାଖ ପେଟ୍ରୋଲ ଟାଙ୍କି ଠାରେ ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି।
ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏହି ମହାମାରୀ ସମୟରେ ସାଧାରଣ ଜନତାଙ୍କ ଠାରୁ ଦର ବୃଦ୍ଧି ମାଧ୍ୟମରେ ଅର୍ଥ ଲୁଟ କରୁଥିବା କଂଗ୍ରେସ ଅଭିଯୋଗ କରିଛି । ଏହି ଆନ୍ଦୋଳନରେ ମହିଳା କଂଗ୍ରେସ କର୍ମୀମାନେ ଦସ୍ତଖତ ଅଭିଯାନ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁର ରାଉତରାୟ, ପ୍ରଦୀପ ମାଝୀ, ସନ୍ତୋଷ ସିଂ ସାଲୁଜ ପ୍ରମୁଖ ନେତା ସାମିଲ ହୋଇ ଆନ୍ଦୋଳନକୁ ଜୋରଦାର କରିଥିଲେ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ