ETV Bharat / city

ପରୀ ମୃତ୍ୟୁ ମାମଲା: ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କଲା କଂଗ୍ରେସ - congress pressmeet

ପରୀ ପାଇଁ ନ୍ୟାୟ ମାଗିଛି କଂଗ୍ରେସ । ଯୁବ କଂଗ୍ରେସ ପକ୍ଷରୁ ରାଜରାସ୍ତାରେ ଆନ୍ଦୋଳନ କରାଯାଇଥିବା ବେଳେ ରାଜ୍ୟ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି । ଅଧିକ ପଢନ୍ତୁ...

ପରୀ ମୃତ୍ୟୁ ମାମଲା: ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କଲା କଂଗ୍ରେସ

author img

By

Published : Nov 27, 2020, 6:38 PM IST

ଭୁବନେଶ୍ବର: ପରୀକୁ ନ୍ୟାୟ ଦାବିରେ ଗର୍ଜିଲା କଂଗ୍ରେସ । ଗୋଟେ ପଟେ ରାଜ୍ୟ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିବାବେଳେ ଅନ୍ୟପଟେ ଆଜି ଯୁବ କଂଗ୍ରେସ ରାଜରାସ୍ତାରେ ଗର୍ଜିଛି ।

ପରୀ ହତ୍ୟା ମାମଲାରେ ଦୀର୍ଘ ୪ ମାସ ବିତିଯାଇଥିଲେ ବି ତା ପରିବାରକୁ ନ୍ୟାୟ ମିଳିଲାନି। ଏପରିକି ପୋଲିସ ପକ୍ଷରୁ ଚାର୍ଜସିଟ ଦାଖଲ ମଧ୍ୟ ହୋଇନାହିଁ। ନୟାଗଡ଼ ଜିଲ୍ଲାର ଜଣେ ସରପଞ୍ଚଙ୍କ ସହ ବାର୍ତ୍ତାଲାପର ଅଡିଓ ସ୍ପଷ୍ଟ ପ୍ରମାଣିତ କରୁଛି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି, ତଦନ୍ତରେ ସ୍ବଚ୍ଛତା ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳରରୁ ଅରୁଣ ସାହୁଙ୍କ ବରଖାସ୍ତ ଦାବି କରି ରାଜରାସ୍ତାକୁ ଓହ୍ଲାଇଥିଲା ଯୁବ କଂଗ୍ରେସ। ଆଗକୁ ଏହି ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା କହିଛନ୍ତି ।

ପରୀ ମୃତ୍ୟୁ ମାମଲା: ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କଲା କଂଗ୍ରେସ

ସେପଟେ ସମାନ ଘଟଣାକୁ ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏହି ଘଟଣାରେ ରାଜ୍ୟ ସରକାରଙ୍କ ଉପରେ କଂଗ୍ରେସ ଜୋରଦାର ବର୍ଷିଛି । ଦଳ ପକ୍ଷରୁ କୁହାଯାଇଛି କି, ଜୁଲାଇ ୨୪ ରେ ନୟାଗଡ ଜିଲ୍ଲାର ଯଦୁପୁର ଗାଁରେ ଶିଶୁ କନ୍ୟା ପରି ଅପହରଣ ଓ ହତ୍ୟା, ସାରା ରାଜ୍ୟକୁ ଦୋହଲାଇ ଦେଇଛି। ପରୀ ପରିବାର ଲୋକଙ୍କ ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ ଘଟଣା ଓ ନ୍ୟାୟ ପାଇଁ ଦାବି ପରେ ମନ୍ତ୍ରୀ ଯୋଉ ପ୍ରସଙ୍ଗ ଉପରେ ବକ୍ତବ୍ୟ ରଖିବା କଥା ମନ୍ତ୍ରୀ ରଖିଲେ ନାହିଁ।

ଉଚ୍ଚଶିକ୍ଷା ମନ୍ତ୍ରୀ ମଧ୍ୟ ପରିକୁ ନ୍ୟାୟ ମିଳୁ ବୋଲି ବିବୃତି ଦେଲେ। ହେଲେ ୬ ମାସ ଯାଏଁ ମନ୍ତ୍ରୀ କଣ କରୁଥିଲେ। କ୍ରାଇମବ୍ରାଞ୍ଚ ତଦନ୍ତକୁ ଆମେ ସନ୍ଦେହ ଦେଖୁ। ଆମେ ଦାବି କରିଥିଲୁ ରାଜ୍ୟ ସରକାର ହାଇକୋର୍ଟଙ୍କ ଅଧୀନରେ ଏସଆଇଟି ଗଠନ କରୁ । କିନ୍ତୁ ତଦନ୍ତ ଗ୍ରାଉଣ୍ଡ ଜିରୋରେ ହେବ । ନୟାଗଡ଼ ସଦର ପୋଲିସ କଣ କରିଛି। କଣ କର୍ଯ୍ୟନୁଷ୍ଠାନ ହୋଇଛି ସେମାନଙ୍କ ବିରୁଦ୍ଧରେ ? ବାବୁଲି ନାୟକ ମନ୍ତ୍ରୀଙ୍କ ଲୋକ ଫୌଜଦାରୀ ବିଧି କର୍ଯ୍ୟନୁଷ୍ଠାନ ହେଉ। କିନ୍ତୁ ମନ୍ତ୍ରୀ ପଦବୀରେ ଥିବା ପର୍ଯ୍ୟନ୍ତ ତଦନ୍ତ ନିରପେକ୍ଷ ହେବନି।

ତେଣୁ ମନ୍ତ୍ରୀଙ୍କୁ ତୁରନ୍ତ ପଦରୁ ହଟାଇ ବାକୁ ଦାବି କରିବା ସହ ରାଜ୍ୟ କଂଗ୍ରେସ ନୟାଗଡ ଏସପି ଓ ନୟାଗଡ ସଦର ଆଇଆଇସିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରୁଛି କଂଗ୍ରେସ।

ପରୀ ହତ୍ୟାକାଣ୍ଡ ମାମଲାରେ ବିଭିନ୍ନ ଦଳରୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ଜୋର ଧରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏସଆଇଟି ତଦନ୍ତ ଘୋଷଣା କରିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.