ଭୁବନେଶ୍ବର : ନିକଟରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଏକ ଭିଡିଓ ଭାଇରଲ ହେଉଛି । ଯେଉଁଥିରେ ଏକ ଜନଗହଳି ସ୍ଥାନରେ ଯେଉଁଠି କି ଅନେକ ମହିଳା ଉପସ୍ଥିତ ଥିଲେ । ସେଠାରେ ମନ୍ତ୍ରୀ ରୁଚିହୀନ ମନ୍ତବ୍ୟ ଦେଇଥିଲେ । ଆଉ ମନ୍ତ୍ରୀଙ୍କ ଏହି ମନ୍ତବ୍ଯକୁ ନିନ୍ଦା କରିଛି କଂଗ୍ରେସ ।
କାରଣ ବିଜେଡି ଶାସନରେ ମନ୍ତ୍ରୀମାନେ ଦୀର୍ଘଦିନ କ୍ଷମତାରେ ରହିବା ଯୋଗୁ କ୍ଷମତାର ଅପବ୍ୟହାର କରୁଛନ୍ତି । ଏପରିକି ବିଜେଡି ଏକଛତ୍ରବାଦୀ ଶାସନ କରୁଥିବା କହିଛି କଂଗ୍ରେସ। ତେଣୁ ସେ କୋଉଠି କେଉଁ କଥା କହିବେ ତାର ହିତାହିତ ଜ୍ଞାନ ଭୁଲିଯାଉଛନ୍ତି । ନିଜ ତୁଣ୍ଡକୁ ସଞ୍ଜତ କରିବାକୁ ଭୁଲିଯାଉଛନ୍ତି । ରୁଚିହୀନ ମନ୍ତବ୍ୟ ଦେଉଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ ।
ଯାହାକୁ କଂଗ୍ରେସ କି ସାଧାରଣ ଲାକ କେବେ କ୍ଷମା ଦେବେନି । ଖାଲି ସେତିକି ନୁହେଁ ମନ୍ତ୍ରୀମାନଙ୍କ ଏହି ମନ୍ତବ୍ୟକୁ ନେଇ ସ୍ବଚ୍ଛଶାସନର ପ୍ରତୀକ ସାଜିଥିବା ମୁଖ୍ୟମନ୍ତ୍ରୀ କାହିଁକି ଚୁପ ରହିଛନ୍ତି । ଏହାକୁ ନେଇ ମଧ୍ୟ କଂଗ୍ରେସ ପ୍ରଶ୍ନ କରିଛି। ଖାଲି ସେତିକି ନୁହେଁ ଏଭଳି ମନ୍ତବ୍ୟ ଦେଉଥିବା ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ କଂଗ୍ରେସ ରାଜ୍ୟପାଳଙ୍କ ନିକଟରେ ମଧ୍ୟ ଫେରାଦ ହୋଇଛି ।
ଆଉ ଏହା ବିରୋଧରେ ଦଳର ମୁଖିଆ କାର୍ଯ୍ୟନୁଷ୍ଠାନ ନେଉ ନଥିବାରୁ ସେମାନେ ସେହି ଭୁଲକୁ ବାରମ୍ବାର ଦୋହରାଉଛନ୍ତି । ଯାହା ସଂସ୍କୃତି ସମ୍ପନ୍ନ ରାଜ୍ୟ ପାଇଁ ବିପତ୍ତି । ତେଣୁ ଏଭଳି ମନ୍ତ୍ରୀଙ୍କ ମୁହଁରେ ତୁଣ୍ଡି ବାନ୍ଧନ୍ତୁ ବା ସେମାନଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ନ ହେଲେ ଏମାନଙ୍କୁ ବିରୋଧ କରି କଂଗ୍ରେସ ଆଗାମୀ ଦିନରେ ଆନ୍ଦୋଳନଙ୍କୁ ଓହାଇବା ବୋଲି ଚେତାବନୀ ଦେଇଛି ଦଳ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ