ETV Bharat / city

'ଆମେ କହୁଛୁ ମମିତା ହତ୍ୟାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଛି, ସେ କହୁଛନ୍ତି ମୁଁ ହତ୍ୟା କରିନି' - କଂଗ୍ରେସ ସାମ୍ବାଦିକ ସମ୍ମିଳନୀ

ମମିତା ମେହେର ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ପ୍ରଶ୍ନ ସହ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କଲା କଂଗ୍ରେସ । ୧୦ ଦିନ ମଧ୍ୟରେ ଇସ୍ତଫା ନ ଦେଲେ ଓଡିଶା ବନ୍ଦ କରିବ କଂଗ୍ରେସ । ଅଧିକ ପଢନ୍ତୁ...

'ଆମେ କହୁଛୁ ମମିତା ହତ୍ୟାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଛି, ସେ କହୁଛନ୍ତି ମୁଁ ହତ୍ୟା କରିନି'

author img

By

Published : Nov 2, 2021, 9:30 PM IST

ଭୁବନେଶ୍ବର: ମମିତା ମେହେର ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ପ୍ରଶ୍ନ ସହ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ପୁଣି ବିଜେଡିକୁ ଟାର୍ଗେଟ କଲେ ସତ୍ୟ ପ୍ରକାଶ ନାୟକ । ସେ କହିଛନ୍ତି ଯେ, ପ୍ରମାଣ ଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜେଡି କହିଛି । ଅଦାଲତର ଦ୍ବାରସ୍ଥ ହୁଅନ୍ତୁ । ଯଦି ଅଦାଲତ ତଦନ୍ତ କରିବ ତେବେ ପୋଲିସ କଣ କରିବ ବୋଲି ପ୍ରଶ୍ନ କରିଛନ୍ତି ସତ୍ୟ ।

'ଆମେ କହୁଛୁ ମମିତା ହତ୍ୟାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଛି, ସେ କହୁଛନ୍ତି ମୁଁ ହତ୍ୟା କରିନି'

ସତ୍ୟ ପ୍ରକାଶ କହିଛନ୍ତି ଯେ, 'ମନ୍ତ୍ରୀ ଗଣମାଧ୍ୟମରେ ହାଲକା ବିବୃତ୍ତି ଦେଇ ଖସିପାରିବେ ନାହିଁ । ସମ୍ପୃକ୍ତି ଅଛି କି ନାହିଁ ମନ୍ତ୍ରୀ ହଁ ନାଁରେ ଉତ୍ତର ଦିଅନ୍ତୁ । ପୋଲିସ ଦିବ୍ୟଶଙ୍କର ମିଶ୍ରଙ୍କୁ କାହିଁକି ଜେରା କରୁନି କି ତଦନ୍ତ ପରିସରକୁ ନେଉ ନାହିଁ । ମନ୍ତ୍ରୀ ହତ୍ୟା କରିଛନ୍ତି ବୋଲି ଆମେ ଅଭିଯୋଗ କରୁନୁ, ଆମେ ଅଭିଯୋଗ କରୁଛୁ ତାଙ୍କର ସମ୍ପୃକ୍ତି ଅଛି । ହେଲେ ସେ କହୁଛନ୍ତି ମୁଁ ହତ୍ୟା କରିନି ଅର୍ଥାତ ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି ।'

ରାୟପୁରରେ ବୈଠକ ସମ୍ବନ୍ଧରେ କାହିଁକି ସିଡିଆର୍ ଯାଞ୍ଚ ହେଉନି କି ପୋଲିସ ସ୍ପଷ୍ଟ କରୁନି ଯେ, ମନ୍ତ୍ରୀ ସେଠାକୁ ଯାଇ ନାହାନ୍ତି । ଦୁର୍ବଳ ଓ ଅପରାଧୀ ପ୍ରବୃତ୍ତି ଲୋକମାନେ ଆକ୍ରମଣ କରନ୍ତି । ଆଉ ସେମିତି ଆପଣ ମାମଲାର ଡର ଦେଖାଉଛନ୍ତି ଗଣମାଧ୍ୟମକୁ । ଯଦି ଦିବ୍ୟଶଙ୍କରଙ୍କ ରକ୍ତରେ ଫର୍ଜିର ନୁହଁ ଫୌଜିର ରକ୍ତ ଅଛି ତେବେ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ । 10 ଦିନ ମଧ୍ୟରେ ଇସ୍ତଫା ନଦେଲେ ଓଡ଼ିଶା ବନ୍ଦ କରିବ କଂଗ୍ରେସ । 12 ତାରିଖ ଦିନ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.