ETV Bharat / city

କଂଗ୍ରେସ ଅବନୀତି ପଛରେ କଂଗ୍ରେସ ନେତା: ତାରା ପ୍ରସାଦ ବାହିନୀପତି

author img

By

Published : Mar 10, 2022, 8:45 PM IST

ରାଜ୍ୟରେ କଂଗ୍ରେସର ସ୍ଥିତି ଦିନକୁ ଦିନ ଅତି ଦୁର୍ବଳ ହେବାରେ ଲାଗିଛି । ଏମିତି ଅବସ୍ଥା ହୋଇଛି ଯେ, ଟିକେଟ ନେଇ ପ୍ରାର୍ଥୀ ହେବାକୁ ନେତାଙ୍କ ଅଭାବ ଦେଖିବାକୁ ମିଳିଛି । ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କଂଗ୍ରେସର ବିଧାୟକ ତାରା ପ୍ରସାଦ ବାହିନୀପତି । ଅଧିକ ପଢନ୍ତୁ

କଂଗ୍ରେସ ଅବନୀତି ପଛରେ କଂଗ୍ରେସ ନେତା: ତାରା ପ୍ରସାଦ ବାହିନୀପତି
କଂଗ୍ରେସ ଅବନୀତି ପଛରେ କଂଗ୍ରେସ ନେତା: ତାରା ପ୍ରସାଦ ବାହିନୀପତି

ଭୁବନେଶ୍ବର: ରାଜ୍ୟରେ କଂଗ୍ରେସର ସ୍ଥିତି ଦିନକୁ ଦିନ ଅତି ଦୁର୍ବଳ ହେବାରେ ଲାଗିଛି । ଏମିତି ଅବସ୍ଥା ହୋଇଛି ଯେ, ଟିକେଟ ନେଇ ପ୍ରାର୍ଥୀ ହେବାକୁ ନେତାଙ୍କ ଅଭାବ ଦେଖିବାକୁ ମିଳିଛି । ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କଂଗ୍ରେସର ବିଧାୟକ ତାରା ପ୍ରସାଦ ବାହିନୀପତି । ତେବେ ଅଲ ଇଣ୍ଡିଆ କଂଗ୍ରେସ କମିଟି୍ (AICC) ତୁରନ୍ତ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ନେବାକୁ ତାରା ଦାବି କରିଛନ୍ତି ।

ସେହିପରି ପୌର ନିର୍ବାଚନରେ ବିଏମସି ଅଞ୍ଚଳରେ 67 ପ୍ରାର୍ଥୀ ଦେବାକୁ ଦଳ ସକ୍ଷମ ହୋଇନାହିଁ । ପ୍ରାୟ 20 ୱାର୍ଡରେ କଂଗ୍ରେସର ପ୍ରାର୍ଥୀ ନାହାନ୍ତି । ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ସମାନ ଅବସ୍ଥା ଦେଖିବାକୁ ମିଳୁଛି ।

ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି । ତାରା କହିଛନ୍ତି ଯେ, ପୌର ନିର୍ବାଚନରେ ଯେଉଁ ନେତା ପ୍ରାର୍ଥୀ ଦେଇ ପାରି ନାହାନ୍ତି, ତାଙ୍କୁ କଂଗ୍ରେସ ନେତା ବୋଲି ମାନିବା ଉଚିତ ନୁହେଁ ବୋଲି ତାରା କହିଛନ୍ତି । ଏହା କଂଗ୍ରେସ ପାଇଁ କ୍ଷତିକାରକ ବୋଲି ସେ କହିଛନ୍ତି ।

ଏହାକୁ ତର୍ଜମା କରି ଏହି ସବୁ ନେତାଙ୍କ ବିରୋଧରେ ରାହୁଲ ଗାନ୍ଧୀ କୈଫତ ମାଗିବା ଦରକାର । ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଦଳରୁ ବିଦା କରିବାର ଆବଶ୍ୟକତା ରହିଛି ବୋଲି ତାରା ପ୍ରତିକ୍ରିୟାରେ କହିଛନ୍ତି । ଦଳର ଏପରି ଅବସ୍ଥା ପାଇଁ ରାଜ୍ୟସ୍ତରୀୟ, ଜିଲ୍ଲାସ୍ତରୀୟ ନେତା ଦାୟୀ ।

ସେହିପରି ପିସିସି ସଭାପତି କଣ କରିବେ ? ଏଆଇସିସି(AICC) ସମ୍ପାଦକ ଜାଣି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ତୁରନ୍ତ ବିଦା କରିବା ଦରକାର । କଂଗ୍ରେସକୁ ନୂଆ ପିଢ଼ି ଆସିବା ଦରକାର ସହ ଜିତିବା ସ୍ଥାନରେ ବେଇମାନଙ୍କୁ ଦାୟିତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.