ETV Bharat / city

ମିଶ୍ରଣ କାର୍ଯ୍ୟକ୍ରମରେ ପ୍ରମିଳାଙ୍କ ଚ୍ୟାଲେଞ୍ଜ, ଉତ୍ତର ରଖିଲେ ସୁର

author img

By

Published : Apr 3, 2022, 7:23 PM IST

ରାଜଧାନୀର ଯୁବ ବିଜେଡି କାର୍ଯ୍ୟାଳୟରେ ଏକ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଜଟଣୀ ପୌର ପରିଷଦର ୩ ଜଣ କାଉନ୍‌ସିଲର ବିଜେଡିରେ ମିଶିଛନ୍ତି । ଅଧିକ ପଢ଼ନ୍ତୁ

ମିଶ୍ରମ କାର୍ଯ୍ୟକ୍ରମରେ ପ୍ରମିଳାଙ୍କ ଚ୍ୟାଲେଞ୍ଜ, ଉତ୍ତର ରଖିଲେ ସୁର

ଭୁବନେଶ୍ବର: ରାଜଧାନୀର ଯୁବ ବିଜେଡି କାର୍ଯ୍ୟାଳୟରେ ଏକ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଜଟଣୀ ପୌର ପରିଷଦର ୩ ଜଣ କାଉନ୍‌ସିଲର ବିଜେଡିରେ ମିଶିଛନ୍ତି । ଏହି ତିନି ଜଣ କାଉନସିଲର୍‌ ସ୍ୱାଧୀନ ଭାବେ ନିର୍ବାଚନରେ ବିଜୟୀ ହୋଇଛନ୍ତି । ଏହି ଅବସରରେ ଏକ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ବିଜେଡି ମହିଳା ଉପ ସଭାନେତ୍ରୀ ପ୍ରମିଳା ମଲ୍ଲିକ । ୨୦୨୪ ସାଧାରଣ ନିର୍ବାଚନରେ ଜଟଣୀକୁ କଂଗ୍ରେସ ମୁକ୍ତ କରି ବିଜେଡି ୫୦ ହଜାର ଭୋଟରେ ବିଜୟୀ ହେବ ବୋଲି କହିଛନ୍ତି ।

ରବିବାର ଆୟୋଜିତ ଏହି ମିଶ୍ରଣ ପର୍ବରେ ଜଟଣୀ ୪ ନମ୍ବର ୱାର୍ଡର କାଉନସିଲର, ୬ ନମ୍ବର ୱାର୍ଡର କାଉନସିଲର ଓ ୧୨ ନମ୍ବର ୱାର୍ଡର କାଉନସିଲର ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡି ପର୍ଯ୍ୟବେକ୍ଷକ ମୁନା ଖାଁ ଓ ବିଜେଡି ଉପସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କ ନେତୃତ୍ବରେ ନୀଳିମା ସ୍ୱାଇଁ, ବିଷ୍ଣୁ ସାହୁ ଓ ଫେମିନା ବେଗମ ବିଧିବଦ୍ଧ ଭାବରେ ବିଜେଡିରେ ଯୋଗ ଦେଇଛନ୍ତି ।

ଯେକୌଣସି ଦଳର ପ୍ରାର୍ଥୀ ନେତାଙ୍କ ପାଇଁ ବିଜେଡିର ଦ୍ବାର ଖୋଲା ବୋଲି କହିଛନ୍ତି ବିଜେଡି ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ । ଆଗାମୀ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ, ଯେତେବେଳେ ଯେଉଁ ନିର୍ବାଚନ ଆସିବ ବିଜେଡି ଜିତିବ ବୋଲି ଦୃଢ଼ୋକ୍ତି ଦେଇଛନ୍ତି ନେତାଏ । ସେପଟେ ଏହାକୁ ନେଇ ଉତ୍ତର ରଖିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । କଂଗ୍ରେସ ବିଧାୟକ କହିଛନ୍ତି ଯେ, "ବିଜେଡି ଅର୍ଥର ଲୋଭ ଦେଖାଇ ଏଭଳି କରୁଛି । ବିଭିନ୍ନ ଯୋଜନାରେ ଅର୍ଥ ଲୋଭ ଦେଖାଇ ଭୋଟ ହାତେଇଛନ୍ତି । ବିଜେଡିର ଗୋଟିଏ ବେଳା ପଡ଼ିଛି ।"

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.