ETV Bharat / city

'କେନ୍ଦ୍ର ସରକାର ତୁରନ୍ତ ଜାତିଭିତ୍ତିକ ଗଣନା ଆରମ୍ଭ କରନ୍ତୁ'

author img

By

Published : Jul 29, 2021, 7:57 PM IST

କେନ୍ଦ୍ର ସରକାର ତୁରନ୍ତ ଜାତିଭିତ୍ତିକ ଗଣନା ଆରମ୍ଭ କରନ୍ତୁ ବୋଲି ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢନ୍ତୁ...

'କେନ୍ଦ୍ର ସରକାର ତୁରନ୍ତ ଜାତିଭିତ୍ତିକ ଗଣନା ଆରମ୍ଭ କରନ୍ତୁ'
'କେନ୍ଦ୍ର ସରକାର ତୁରନ୍ତ ଜାତିଭିତ୍ତିକ ଗଣନା ଆରମ୍ଭ କରନ୍ତୁ'

ଭୁବନେଶ୍ବର: କେନ୍ଦ୍ର ସରକାର ତୁରନ୍ତ ଜାତିଭିତ୍ତିକ ଗଣନା ଆରମ୍ଭ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ ବରିଷ୍ଠ ବିଧାୟକ ସୁର ରାଉତରାୟ । ସରକାର କେବଳ ଓବିସି କମିଶନ ଗଠନ କରି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ତୁରନ୍ତ ସରକାର ଏହି ଗଣନା ଆରମ୍ଭ କରନ୍ତୁ ବୋଲି ସେ ଦାବି କରିଛନ୍ତି ।

କେନ୍ଦ୍ର ସରକାର ଧୂଆଁବାଣ କରୁଛନ୍ତି, ମୋଦି ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନିଅନ୍ତୁ । ଯଦି ଆଇନ ନାହିଁ ଗଣନା କରି ପାରିବେନି ତାହେଲେ କାହିଁକି ଓବିସି କମିଶନ ଗଠନ କରିଥିଲେ ସରକାର । ସରକାର ଏତେ ପ୍ରହସନ କାହିଁକି କରୁଛନ୍ତି ବୋଲି କହିଛନ୍ତି ସୁର।

ପଛୁଆ ବର୍ଗ କଣ ମଣିଷ ନୁହେଁ, କାହିଁକି ଲୋକଙ୍କ ସହ ଖେଳୁଛ ବୋଲି ସରକାରଙ୍କୁ ସେ ପ୍ରଶ୍ନ କରିଛନ୍ତି । ରାଜ୍ୟରେ ପ୍ରାୟ ୪୬ ପ୍ରତିଶତ ପଛୁଆବର୍ଗ ଲୋକ ଅଛନ୍ତି । ଉଭୟ ସରକାର ପଛୁଆ ବର୍ଗଙ୍କୁ ଅବହେଳା କରୁଛନ୍ତି। ଆଗକୁ ଏ ସବୁ ସହ୍ୟ କରାଯିବନି। ତୁରନ୍ତ ଠିକ ଗଣନା କରି ଲୋକଙ୍କୁ ନ୍ୟାୟ ଦିଅ ବୋଲି ସୁର ଦାବି କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.