ETV Bharat / city

କଂଗ୍ରେସ ଶୃଙ୍ଖଳା କମିଟିର କଡା ଆଭିମୁଖ୍ୟ, ଗଣ୍ଡଗୋଳକାରୀଙ୍କୁ ଦିଆଯିବ କଡ଼ା ଜବାବ - କଂଗ୍ରେସ

କଂଗ୍ରେସ ଶୃଙ୍ଖଳା କମିଟିର କଡା ଆଭିମୁଖ୍ୟ। କଂଗ୍ରେସ ଭବନରେ ଗଣ୍ଡଗୋଳ କରିଥିବା ନେତା ଓ କର୍ମୀଙ୍କ ଚିହ୍ନଟ ସରିଛି । ଆଜି ବୈଠକରେ ଗଣ୍ଡଗୋଳ ସଂକ୍ରାନ୍ତରେ ବିଷଦ ଆଲୋଚନା ହୋଇଛି । ଅଧିକ ପଢନ୍ତୁ..

congress-disciplinary-committee-fire
congress-disciplinary-committee-fire
author img

By

Published : Jun 29, 2020, 7:29 PM IST

ଭୁବନେଶ୍ବର: ଗଣ୍ଡଗୋଳକାରୀଙ୍କୁ କଡା ଜବାବ ଦେବ ରାଜ୍ୟ କଂଗ୍ରେସ । ଆଉ ବରଦାସ୍ତ କରାଯିବନି, କି ମିଳିବନି ତ୍ରାହି । ଏଣିକି ହେବ କଡା କାର୍ଯ୍ୟାନୁଷ୍ଠାନ। ସୋମବାର ଭୁବନେଶ୍ୱର କଂଗ୍ରେସ ଭବନରେ କଂଗ୍ରେସ ଶୃଙ୍ଖଳା କମିଟିର ବୈଠକ ପରେ ଏଭଳି ଚରମ ବାଣୀ ଶୁଣାଇଛନ୍ତି ଶୃଙ୍ଖଳା କମିଟି ଅଧ୍ୟକ୍ଷ ରଞ୍ଜୀବ ବିଶ୍ୱାଳ।

କଂଗ୍ରେସ ଶୃଙ୍ଖଳା କମିଟିର କଡା ଆଭିମୁଖ୍ୟ, ଗଣ୍ଡଗୋଳକାରୀଙ୍କୁ ଦିଆଯିବ କଡ଼ା ଜବାବ
କଂଗ୍ରେସ ଶୃଙ୍ଖଳା କମିଟିର କଡା ଆଭିମୁଖ୍ୟ। କଂଗ୍ରେସ ଭବନରେ ଗଣ୍ଡଗୋଳ କରିଥିବା ନେତା ଓ କର୍ମୀଙ୍କ ଚିହ୍ନଟ ସରିଛି । ଆଜି ବୈଠକରେ ଗଣ୍ଡଗୋଳ ସଂକ୍ରାନ୍ତରେ ବିଷଦ ଆଲୋଚନା ହୋଇଛି । ଖୁବ ଶୀଘ୍ର ରିପୋର୍ଟ ପ୍ରସ୍ତୁତ କରି ଏଆଇସିସିକୁ ପଠାଯିବ । ଯିଏ କଂଗ୍ରେସ ପାଇଁ କାର୍ଯ୍ୟ କରିବ, କଂଗ୍ରେସ ଭବନ ଗେଟ ଭିତରକୁ ଆସ ନଚେତ ଗେଟ ବାହାରେ ରୁହ । ଏପରି ଗଣ୍ଡଗୋଳ ଓ ବିଶୃଙ୍ଖଳିତ ଆଚରଣକୁ ବରଦାସ୍ତ କରାଯିବନି । ଏପରି ଗଣ୍ଡଗୋଳ ଦ୍ୱାରା ଗାଁ ଗହଳିକୁ ଭଲ ବାର୍ତ୍ତା ଯାଉନାହିଁ । ଗଣ୍ଡଗୋଳରେ ସମ୍ପୃକ୍ତ ୫ ରୁ ୬ ଜଣ ଯୁବ ନେତାଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି ବୋଲି ଶୃଙ୍ଖଳା କମିଟି ର ଅଧ୍ୟକ୍ଷ ରଞ୍ଜୀବ ବିଶ୍ୱାଳ ସୂଚନା ଦେଇଛନ୍ତି।

ତେବେ ଗତ ସପ୍ତାହରେ ଯୁବ କଂଗ୍ରେସ ସଭାପତି ଦାଇତ୍ୱ ଗ୍ରହଣ ଦିନ କଂଗ୍ରେସ ଭବନରେ ବିଭିନ୍ନ ଯୁବ ଗୋଷ୍ଠିଙ୍କ ମଧ୍ୟରେ ତୁମୁଳ କାଣ୍ଡ ଘଟିଥିଲା । ଖଣ୍ଡା ବୁଲେଇ ଧମକ ଚମକ ଦିଆଯାଇଥିଲା । ପରିସ୍ଥିତି ଏପରି ହେଲା ଯେ ପୋଲିସକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିଥିଲା । ପରେ ପିସିସି ସଭାପତି ଏନେଇ ଶୃଙ୍ଖଳା କମିଟି ଗଠନ କରି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.