ଭୁବନେଶ୍ବର: ରାଜ୍ୟରେ କଂଗ୍ରେସର ଭୋଟ ହାର କମିଛି । ରାଜ୍ୟରେ କଂଗ୍ରେସର ବିପର୍ଯ୍ୟୟ ହୋଇଛି । ତେଣୁ ଏ ସବୁ ଉପରୁ ନଜର ହଟାଇବା ପାଇଁ କଂଗ୍ରେସ ବନ୍ଦ ପାଳନ କରୁଛି ।କଂଗ୍ରେସର ବନ୍ଦ ପାଳନ ଉପରେ ଏଭଳି ଜବାବ ରଖି ଏପରି ଭାବେ ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିହାଂର ।
ଏହାସହ ଲେଖାଶ୍ରୀ କହିଛନ୍ତି, ତେଲ ଦର ଵୃଦ୍ଧି ପରିବହନ ଓ ବିଶୋଧନ ଉପର ନିର୍ଭର କରେ । ଏ ସବୁର ଖର୍ଚ୍ଚ ବଢ଼ିଛି । ଯେଉଁ ପଇସା କେନ୍ଦ୍ର ପାଖରେ କମୁଛି, ତାହା ଜନ କଲ୍ୟାଣ କାର୍ଯ୍ୟରେ ଲାଗୁଛି । ସୁଇସ ବ୍ୟାଙ୍କକୁ ଯାଉନାହିଁ । ତାହାର ହିସାବ ଆମେ ଲୋକ ଲୋଚନକୁ ଆଣିବା ପାଇଁ ଚାହୁଁଛୁ । ଆହୁରି ମଧ୍ୟ ସେ କହିଛନ୍ତି ଆଗରୁ ଭାଟ୍ ମଧ୍ୟ କମ ଥିଲା ଯାହାକି ଏବେ ବଢ଼ି ଯାଇଛି ।
କଂଗ୍ରସର ବନ୍ଦ ଡାକରାରେ ରାଜ୍ୟ ସରକାର ପରୋକ୍ଷରେ ସମର୍ଥନ କରିଥିବା ମଧ୍ୟ ଲେଖାଶ୍ରୀ ଅଭିଯୋଗ କରିଛନ୍ତି । ଏହି ପ୍ରସଙ୍ଗରେ ରାଜ୍ୟ ସରକାର 2 ପ୍ରକାର ରାଜନୀତି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।ରାଜ୍ୟ ସରକାର ଭାଟ ବଢ଼େଇ ଚାଲିଛନ୍ତି । ସ୍କୁଲ କଲେଜ ବନ୍ଦ ରଖି ଦର୍ଶଉଛନ୍ତି ଯେ ବନ୍ଦକୁ ସମର୍ଥନ ରହିଛି । ଯଦି ସମର୍ଥନ ନଥାନ୍ତା ତେବେ ଅଧିକ ସୁରକ୍ଷା ଦେଇ ସବୁ ଖୋଲି ପାରିଥାନ୍ତେ ବୋଲି କହିଛନ୍ତି ଲେଖାଶ୍ରୀ ସାମନ୍ତସିହାଂର ।
ଭୁବନେଶ୍ବରରୁ ତପନ କୁମାର ଦାସ , ଇଟିଭି ଭାରତ