ଭୁବନେଶ୍ବର: କୋରୋନା ଯୁଦ୍ଧରେ ଆଗ ଧାଡିରେ ଅଛନ୍ତି ପୋଲିସ କର୍ମଚାରୀ । ଲୋକଙ୍କୁ ସତର୍କ କରାଇବାକୁ ଆପଣାଉଛନ୍ତି ବିଭିନ୍ନ ପନ୍ଥା । ଏତିକି ବେଳେ କମିଶନରେଟ ପୋଲିସ ଗୀତ ଗାଇ ଲୋକଙ୍କୁ ସଚେତନ କରିଛି । ସଚେତନ ରହିବା କୋରୋନାକୁ ଭଗେଇବା ପରି ଗୀତ ଗାଇ ଲୋକମାନଙ୍କୁ ସଚେତନ କରିବା ଆରମ୍ଭ କରିଛି ପୋଲିସ ।
କୋରୋନାକୁ ନେଇ ବିଶ୍ୱବ୍ୟାପି ଭୟର ଆତଙ୍କ ଖେଳିଥିବା ବେଳେ କମିଶନରେଟ ପୋଲିସ ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନତା କରିବାର ଦେଖିବାକୁ ମିଳିଛି । ରେଡ଼କ୍ରସ ଭବନ ନିକଟରେ ମଝି ରାସ୍ତାରେ ଏସିପି , ଖାରବେଳ ଥାନା ଅଧିକାରୀ ଓ ଅନ୍ୟ ପୋଲିସ କର୍ମଚାରୀମାନେ ଗୀତ ଗାଇବା ସହ ସଚେତନ କରିଛନ୍ତି । କୋରୋନା ମହାମାରୀ ପାଇଁ ମୁହଁରେ ମାସ୍କ ସାବୁନରେ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କଲେ କୋରୋନା ଦୁରେଇଯିବ। ଆଦି ଗୀତ ମାଧ୍ୟମରେ ଲୋକମାନଙ୍କୁ ଜଣାଇଛନ୍ତି ।
ରାଜ୍ୟରେ କୋରୋନାର ପ୍ରଭାବ କମ ପଡ଼ିଥିବା ବେଳେ ତଥାପି ରାଜ୍ୟ ସରକାର ପୋଲିସ ଅଧିକାରୀମାନେ କୋରୋନାକୁ ନେଇ ସଚେତନ କରୁଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ