ETV Bharat / city

ବିଲ୍ଡର ଘରେ ପଶିବାକୁ ଡରିଲା ପୋଲିସ ! ଗଲା ନାଲିବାତିରେ ଫେରିଲା ଖାଲି ହାତରେ

ଯୌତୁକ ସମ୍ପତ୍ତି ସିଜ କରିବାକୁ ଯାଇ ବିଲ୍ଡର ଘର ବାହାରୁ ଫେରିଲା କମିଶନରେଟ ପୋଲିସ । ଯାହାକୁ ନେଇ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

ବିଲ୍ଡର ଘରେ ପଶିବାକୁ ଡରିଲା ପୋଲିସ, ଗଲା ନାଲିବାତିରେ ଫେରିଲା ଖାଲି ହାତରେ

author img

By

Published : Jun 30, 2022, 1:59 PM IST

ଭୁବନେଶ୍ବର: ଯୌତୁକ ସମ୍ପତ୍ତି ସିଜ କରିବାକୁ ଯାଇ ଡରିଗଲା ପୋଲିସ ! କ୍ୟାପିଟାଲ ଥାନା ସୂର୍ଯ୍ୟନଗର ସ୍ଥିତ ବିଲ୍ଡର ସୁବ୍ରତ ମିଶ୍ର ଘରକୁ ନଯାଇ ଅଭିଯୋଗକାରୀ ସହ ଖାଲି ହାତରେ ଫେରିଲା କମିଶନରେଟ ପୋଲିସ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ବିଲ୍ଡର ଘରେ ପଶିବାକୁ ଡରିଲା ପୋଲିସ, ଗଲା ନାଲିବାତିରେ ଫେରିଲା ଖାଲି ହାତରେ

ସୂଚନା ଅନୁଯାୟୀ, ଗତ ବର୍ଷ ଏପ୍ରିଲ ମାସରେ ବିଲ୍ଡର ସୁବ୍ରତ ମିଶ୍ରଙ୍କ ପୁଅ ପ୍ରିୟବ୍ରତ ମିଶ୍ରଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା । ଜଣେ ମହିଳା ଯୌତୁକ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ସେ ବିବାହିତ ହୋଇ ମଧ୍ୟ ଅଭିଯୋଗ କରିଥିବା ମହିଳାଙ୍କୁ ବିବାହ କରି ତାଙ୍କ ଠାରୁ 21ଲକ୍ଷ ଟଙ୍କାର ସମେତ ଦାମି ଗାଡି ଓ ସୁନା ଗହଣା ଯୌତୁକ ନେଇଥିଲେ । ଯାହାକୁ ନେଇ ଗତ ଅଗଷ୍ଟ ମାସରେ ପ୍ରିୟବ୍ରତ ମିଶ୍ରଙ୍କୁ ପୋଲିସ ଗିରଫ କରିଥିଲା । ତେବେ କୋର୍ଟ ଏହି ଘଟଣାରେ ମହିଳାଙ୍କ ଯୌତୁକ ସାମଗ୍ରୀକୁ ଫେରାଇବାକୁ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ।

ଗତକାଲି ଯୌତୁକ ସମ୍ପତ୍ତି ଫେରାଇ ଆଣିବାକୁ ପୋଲିସ ପ୍ରିୟବ୍ରତଙ୍କ ଘରକୁ ଯାଇଥିବା ବେଳେ ଘର ସାମ୍ନାରୁ ଫେରି ଆସିଥିଲା । ତେବେ ଯାହାକୁ ନେଇ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାହା ଚାପରେ ଚେପା ହୋଇ ବିଲ୍ଡର ଜଣଙ୍କ ଘର ଭିତରକୁ ପ୍ରବେଶ କଲା ନାହିଁ ପୋଲିସ, ବିଲ୍ଡର ବାବୁଙ୍କ ଘର ଦେଖି ପୋଲିସ ଆଉ ଡରିଗଲାନି ତ ,ଏମିତି ଅନେକ ପ୍ରଶ୍ନ ନେଇ ଏବେ ପୋଲିସ ଉପରକୁ ଆଙ୍ଗୁଠି ଉଠିଛି । ଅନ୍ୟପଟେ ମହିଳା ଜଣଙ୍କ ତାଙ୍କ ଯୌତୁକ ଫେରି ପାଇବେ ନା ଏଥିରୁ ବଞ୍ଚିତ ହେବେ ସେନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.