ETV Bharat / city

ଧରାପଡିଲେ ଲୁଟେରା ଗ୍ୟାଙ୍ଗ: ଲେଡିଜ ହଷ୍ଟେଲ ଦେଖି ପଶୁଥିଲେ, ମୁକ-ବଧିର ଆକ୍ଟିଂ କରି ଖସି ଯାଉଥିଲେ

author img

By

Published : Apr 27, 2022, 6:02 PM IST

ରାଜଧାନୀରୁ ଧରାପଡିଲା ତାମିଲନାଡୁ ଗ୍ୟାଙ୍ଗ । ଧରାପଡିବା ପରେ ମୁକ ବଧିର ଅଭିନୟ କରି ଦେଉଥିଲେ ଚକମା । ଅଧିକ ପଢନ୍ତୁ

ଧରାପଡିଲେ ଲୁଟେରା ଗ୍ୟାଙ୍ଗ: ଲେଡିଜ ହଷ୍ଟେଲ ଦେଖି ପଶୁଥିଲେ, ମୁକ-ବଧିର ଆକ୍ଟିଂ କରି ଖସି ଯାଉଥିଲେ
ଧରାପଡିଲେ ଲୁଟେରା ଗ୍ୟାଙ୍ଗ: ଲେଡିଜ ହଷ୍ଟେଲ ଦେଖି ପଶୁଥିଲେ, ମୁକ-ବଧିର ଆକ୍ଟିଂ କରି ଖସି ଯାଉଥିଲେ

ଭୁବନେଶ୍ବର: ରାଜଧାନୀରୁ ଧରାପଡିଲା ତାମିଲନାଡୁ ଲୁଟେରା ଗ୍ୟାଙ୍ଗ । ଭୋର ସମୟରେ ଘରେ ପଶି କରୁଥିଲେ ଲୁଟପାଟ । ମୋବାଇଲ ଫୋନ ସହ ଲାପ୍‌ଟପ୍‌ ଓ ପର୍ସ ଚୋରି କରୁଥିଲେ । ଟାର୍ଗେଟରେ ଥିଲା ଲେଡିଜ ହଷ୍ଟେଲ ଓ ମେସ । ଏକୁଟିଆ ଥିବା ମହିଳା ଓ ଛାତ୍ରୀଙ୍କ ଘରେ ପଶୁଥିଲେ । ସକାଳ ସମୟରେ ଅଧା ନିଦରେ ଥିବା ଲୋକଙ୍କ ଘରର କବାଟ ବା ଗ୍ରିଲ ଖୋଲାର ସୁଯୋଗ ଦେଖି ପଶୁଥିଲେ ।

ହଷ୍ଟେଲରେ ସକାଳର କାମ କରିବା ଆଳରେ ଯାଇ, ଲୁଟପାଟ ପରେ ଚମ୍ପଟ ମାରୁଥିଲେ । ଏନେଇ ଖଣ୍ଡଗିରି ଅଞ୍ଚଳରେ ଏକ କେସର ତଦନ୍ତ ସମୟରେ ଧରାପଡିଥିଲା ଏହି ଗ୍ୟାଙ୍ଗ । ଏହି ଗ୍ୟାଙ୍ଗର ଅଭିଯୁକ୍ତମାନେ ଧରାପଡିବା ପରେ ମୁକ କିମ୍ବା ବଧିର ଅଭିନୟ କରି ସେଠାରୁ ଖସି ଖସିଯାଉଥିଲେ । ଏହିଭଳି ଢଙ୍ଗରେ ରାଜଧାନୀରୁ ଲୁଟପାଟ କରୁଥିବା ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୋଲିସ ।

ସେମାନଙ୍କ ଠାରୁ ୨୦ରୁ ଊର୍ଦ୍ଧ୍ବ ମୋବାଇଲ ଫୋନ ସମେତ ଗୋଟିଏ ଲାପ୍‌ଟପ୍‌ ଜବତ କରିଛି କମିଶନରେଟ ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ତାମିଲନାଡୁ ଭେଲୋର ଅଞ୍ଚଳର ବୋଲି ଜଣାପଡିଛି । ପୋଲିସ ଗ୍ଯାଙ୍ଗର ଅନ୍ୟ କେଉଁମାନେ ଜଡିତ ଅଛନ୍ତି ତା'ର ତଦନ୍ତ ଆରମ୍ଭ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.