ଭୁବନେଶ୍ବର: ସହିଦନଗର ପୋଲିସ ପଞ୍ଝାରେ ଆନ୍ତଃରାଜ୍ୟ କାର ଲୁଟେରା । ଦୁଇଟି କାର ଜବତ ହେବା ସହ ଛତିଶଗଡ଼ର ଲୁଟେରାକୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ଫାଇନାନ୍ସରୁ ସ୍କର୍ପିଓ ଗାଡି କିଣି ଗ୍ରାହକଙ୍କୁ ବିକ୍ରି କରୁଥିଲେ । ମଧ୍ୟପ୍ରଦେଶ ବିଦିଶା ଥାନାର ସୂଚନା ପରେ ଭୁବନେଶ୍ବରରୁ ସହିଦନଗର ଥାନା ପୋଲିସ ହାତରେ କାବୁ ହୋଇଛି ଲୁଟେରା ଅବଦୁଲ । ଫାଇନାନ୍ସ କମ୍ପାନୀରୁ ସ୍କର୍ପିଓ ଗାଡି କିଣି ସେହି ଗାଡିର ରେଜିଷ୍ଟ୍ରସନ ନମ୍ବରକୁ ଚୋରା ଗାଡ଼ିରେ ଲଗାଇ ଗ୍ରାହକଙ୍କୁ ବିକ୍ରି କରୁଥିଲା ।
ଏଭଳି ଏକ ଛତିଶଗଡ଼ର ଚତୁର କାର ଲୁଟେରା ଅବଦୁଲ ସକୁର ଜାନ କବିରକୁ ଭୁବନେଶ୍ବରରୁ ଗିରଫ କରିଛି ପୋଲିସ । ତା’ ନିକଟରୁ ଜବତ ହୋଇଛି ଦୁଇଟି ଚୋରା ଗାଡି । ଗୋଟିଏ ସ୍ବିଫ୍ଟ ଗାଡି ମଧ୍ୟପ୍ର୍ରଦେଶର ଓ ଅନ୍ୟଟି ପଶ୍ଚିମବଙ୍ଗର । ମଧ୍ୟପ୍ରଦେଶର ବିଦିଶା ଥାନାରୁ ଖବର ପାଇ କମିଶନରେଟ ପୋଲିସ ଅବଦୁଲର ପତ୍ତା ଲଗାଇଥିଲା ।
ସେହିପରି ବିଦିଶା ଥାନାରେ ଏକ ସ୍ବିଫ୍ଟ ଗାଡି ଚୋରି ହୋଇଥିଲା ଯାହାକୁ ନେଇ ମଧ୍ୟପ୍ରଦେଶର ଅନେକ ଚୋରି ଗାଡି ଓଡ଼ିଶାରେ ବିକ୍ରି ହେଉଥିବା ନେଇ ମଧ୍ୟପ୍ରଦେଶ ପୋଲିସ ଜାଣିବାକୁ ପାଇଥିଲା । ରାଇପୁରର ଗୋଟିଏ କାର ଲୁଟେରା ଅବଦୁଲ ଏହିସବୁ କାର ଲୁଟ ମାମଲାରେ ସମ୍ପୃକ୍ତ ରହିଛି । ଅବଦୁଲ ଭୁବନେଶ୍ବରର ଗୋଠପଟଣାରେ ରହୁଛି ହେଲେ ଛତିଶଗଡ଼ ରାଇପୁରର ତାର ନିଜ ଘର । ଲୁଟେରାଙ୍କ ମାଷ୍ଟର ମାଇଣ୍ଡ ମଧ୍ୟପ୍ରଦେଶରେ ରହି ଚଲାଉଛନ୍ତି କଣ୍ଟ୍ରୋଲ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ