ETV Bharat / city

ମେ ପ୍ରଥମ ସପ୍ତାହରୁ ରବିଧାନ ସଂଗ୍ରହ; ବିଭାଗ ଜାରି କଲା ବିସ୍ତୃତ ମାର୍ଗଦର୍ଶିକା

ରାଜ୍ୟରେ ଆସନ୍ତା ମେ ମାସ ପ୍ରଥମ ସପ୍ତାହରୁ ସଂଗ୍ରହ ହେବ ରବି ଧାନ । କରୋନା ସଂକ୍ରମଣ ଯୋଗୁଁ ଧାନ ସଂଗ୍ରହରେ ଯେପରି ବ୍ୟାଘାତ ନହୁଏ, ସେ ନେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଅଧିକ ପଢନ୍ତୁ...

author img

By

Published : Apr 20, 2021, 9:59 PM IST

ମେ ପ୍ରଥମ ସପ୍ତାହରୁ ରବିଧାନ ସଂଗ୍ରହ; ବିଭାଗ ଜାରି କଲା ବିସ୍ତୃତ ମାର୍ଗଦର୍ଶିକା
ମେ ପ୍ରଥମ ସପ୍ତାହରୁ ରବିଧାନ ସଂଗ୍ରହ; ବିଭାଗ ଜାରି କଲା ବିସ୍ତୃତ ମାର୍ଗଦର୍ଶିକା

ଭୁବନେଶ୍ବର: ଆସନ୍ତା ମେ ପ୍ରଥମ ସପ୍ତାହରୁ ରାଜ୍ୟରେ ରବି ଧାନ ସଂଗ୍ରହ ହେବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଧାନ ସଂଗ୍ରହ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ଲାଗି ବିଭାଗ ପକ୍ଷରୁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି । ଧାନ ସଂଗ୍ରହରେ ଯେପରି ବ୍ୟାଘାତ ନହୁଏ, ଏ ନେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇ ସଂପୃକ୍ତ ଜିଲ୍ଲାପାଳମାନଙ୍କ ନିକଟକୁ ପଠାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଗତ ଖରିଫ ଧାନସଂଗ୍ରହ ସମୟରେ କରୋନା କଟକଣାକୁ ଅନୁପାଳନ କରାଯାଇ ସଂଗଠିତ ଉପାୟରେ ଧାନସଂଗ୍ରହ କରାଯାଇଥିଲା । ସେ ଦୃଷ୍ଟିରୁ ଚଳିତ ରବିଧାନ ସଂଗ୍ରହ ମଧ୍ୟ ସୁରୁଖୁରୁରେ ସଂପନ୍ନ କରାଯାଇପାରିବ ବୋଲି ମନ୍ତ୍ରୀ କହିଛନ୍ତି । ଏଥି ସହିତ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ମନ୍ତ୍ରୀ କହିଛନ୍ତି । ଧାନସଂଗ୍ରହ କେନ୍ଦ୍ରରେ ସୋସାଇଟି କର୍ମକର୍ତ୍ତା, ମିଲର କିମ୍ବା ସେମାନଙ୍କ ପ୍ରତିନିଧି ଏବଂ ଚାଷୀଙ୍କ ନିମନ୍ତେ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି ।

ଭିଡ଼ ଏଡ଼ାଇବା ପାଇଁ ଗୋଟିଏ କେନ୍ଦ୍ରରେ ଦିନକୁ ୩୦ରୁ ୩୫ ପର୍ଯ୍ୟନ୍ତ ଚାଷୀଙ୍କଠାରୁ ଧାନସଂଗ୍ରହ କରାଯିବ । ୧୦ ରୁ ୧୨ ଜଣ ଚାଷୀଙ୍କୁ ନିର୍ଦ୍ଦିଷ୍ଟ ସମୟରେ ଧାନ ବିକ୍ରି କରିବା ପାଇଁ ସୂଚନା ଦିଆଯିବ । ଆବଶ୍ୟକ ପଡ଼ିଲେ ଭିଡ଼ ଏଡ଼ାଇବା ପାଇଁ ଅଧିକ ସଂଖ୍ୟକ ଧାନ ସଂଗ୍ରହ କେନ୍ଦ୍ର ଖୋଲାଯିବ । ସଂପୃକ୍ତ ଜିଲ୍ଲାପାଳମାନେ ଏଥି ନିମନ୍ତେ ତୁରନ୍ତ ପ୍ରସ୍ତାବ ଦେବା ପାଇଁ କୁହାଯାଇଛି । କେନ୍ଦ୍ରଗୁଡ଼ିକରେ ଚାଷୀ ଏବଂ ଶ୍ରମିକ ଓ ଅନ୍ୟ କର୍ମକର୍ତ୍ତାମାନଙ୍କ ପାଇଁ ସାନିଟାଇଜରର ବ୍ୟବସ୍ଥା କରାଯିବ । କେନ୍ଦ୍ରର ପ୍ରବେଶ ପଥରେ ସାନିଟାଇଜର ରଖାଯିବ ଯେପରି ଏହା ସମସ୍ତଙ୍କର ଦୃଷ୍ଟିଗୋଚର ହେଇଥିବ । ପ୍ରତ୍ୟେକ କେନ୍ଦ୍ରରେ ପର୍ଯ୍ୟାପ୍ତ ସଂଖ୍ୟାକ ସାନିଟାଇଜର ମହଜୁଦ ଅଛି କି ନାହିଁ, ସେ ସଂପର୍କରେ ନିବନ୍ଧକ, ସମବାୟ ସମିତି ସମୂହ ପକ୍ଷରୁ ନିଶ୍ଚିତ କରାଯିବ ।

ସେହିପରି ମିଶନ ଶକ୍ତିର ନିର୍ଦ୍ଦେଶକ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀରେ ସାନିଟାଇଜର ଉପଲବ୍ଧ କରାଇବେ । ଯେଉଁସବୁ କେନ୍ଦ୍ର ଭିଡ଼ ଏଡ଼ାଇବା ଦିଗରେ ବିଫଳ ହେବେ ସେମାନଙ୍କୁ ଧାନସଂଗ୍ରହ କରିବା ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ । ପ୍ରତିଦିନ ସକାଳ ୭ ଘଟିକାଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଧାନିସଂଗ୍ରହ କରାଯିବ । ଅପରାହ୍ନରେ କଷ୍ଟମ ମିଲରମାନଙ୍କ ଦ୍ଵାରା ଧାନ ଉଠାଣ କାର୍ଯ୍ୟ କରାଯିବ । ଚାଷୀ ଚିହ୍ନଟ ନିମନ୍ତେ ଆଇଡିସ୍ ସ୍କାନରକୁ ପ୍ରତିଥର ବ୍ୟବହାର ପୂର୍ବରୁ ସାନିଟାଇଜ୍ କରାଯିବ ।

ଆଇରିସ୍‌ ସ୍କାନରକୁ ଗୋଟିଏ ଷ୍ଟାଣ୍ଡରେ ରଖାଯିବ । ଧନସଂଗ୍ରହ କେନ୍ଦ୍ରକୁ କେବଳ ସୋସାଇଟିର କର୍ମକର୍ତ୍ତା, ମିଲରଙ୍କ ପ୍ରତିନିଧି, ଶ୍ରମିକ, ସେହିଦିନ ଧାନ ବିକିବା ନିମନ୍ତେ ନିର୍ଦ୍ଧାରିତ ଚାଷୀ ଏବଂ ଗାଡ଼ିର ଡ୍ରାଇଭର ଓ ହେକ୍ଟର ବ୍ୟତୀତ ଆଉ କାହାକୁ ପ୍ରବେଶର ଅନୁମତି ଦିଆଯିବ ନାହିଁ । ବାହାରର କୌଣସି ଲୋକ ମଣ୍ଡି ଭିତରକୁ ପ୍ରବେଶ କଲେ ତୁରନ୍ତ ଜିଲ୍ଲା ପ୍ରଶାସନଙ୍କୁ ଖବର ଦିଆଯିବ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି । ଭିନ୍ନ ଭିନ୍ନ କାର୍ଯ୍ୟ ସଂପାଦନ ନିମନ୍ତେ ମଣ୍ଡିକୁ ବିଭିନ୍ନ ଭାଗରେ ବିଭକ୍ତ କରାଯିବ । ଏଗୁଡ଼ିକ ମଧ୍ୟରେ ଅନୁନ୍ୟ ୩ ମିଟର ବ୍ୟବଧାନ ରହିବ ।

କେନ୍ଦ୍ରରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଚାଷୀମାନଙ୍କୁ ସେମାନଙ୍କ ଧାନ ବିକିବା ପାଳି ଓ ସମୟ ସଂପର୍କରେ ସୂଚିତ କରାଯିବ । କେନ୍ଦ୍ରରେ କୌଣସି ପ୍ରକାର ଧୂମପାନ କିମ୍ବା ଛେପ ପକାଇବା ପାଇଁ ନିଷେଧ କରାଯାଇଛି । ସେହିପରି କେନ୍ଦ୍ରରେ କାହାରିକୁ ଜ୍ଵର କିମ୍ବା ଥଣ୍ଡା ହୋଇଥିବା ଲକ୍ଷ୍ୟ କରାଗଲେ ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯିବ । ଧାନସଂଗ୍ରହରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ହାତରେ ନନ୍‌ସର୍ଜିକାଲ ଷ୍ଟୋବସ୍ତ୍ର ପିନ୍ଧିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ସରକାରଙ୍କ ପକ୍ଷରୁ ଜାରୀ କରାଯାଇଥିବା ସମସ୍ତ ପ୍ରକାରର କୋଭିଡ୍‌ କଟକଣାକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

ଏଥି ସହିତ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ଯେପରି ପଡ଼ୋଶୀ ରାଜ୍ୟର ଧାନ ଓଡ଼ିଶା ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ । ଚଳିତ ରବି ଧାନସଂଗ୍ରହ କାର୍ଯ୍ୟ ରାଜ୍ୟର ୧୭ଟି ଜିଲ୍ଲାରେ କରାଯିବ । ଏଥି ନିମନ୍ତେ ମୋଟ ୨ ଲକ୍ଷ ୨୩ ହଜାର ୨୨୨ ଜଣ ଚାଷୀ ପଂଜୀକରଣ କରିଛନ୍ତି । ବିଭାଗ ପକ୍ଷରୁ ସେମାନଙ୍କର ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି ।

ଭୁବନେଶ୍ବରରୁ ଭବାନି ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.