ETV Bharat / city

ରାଜ୍ୟରେ ବଢୁଛି ଶୀତ ଲହରୀ, ଝାରସୁଗୁଡା ସବୁଠୁ ଥଣ୍ଡା ସହର

ସମୟ ବଢିବା ସହ ଓଡିଶାରେ ବଢୁଛି ଥଣ୍ଡାର ପ୍ରକୋପ । ଧିରେ ଧିରେ ରାଜ୍ୟର ସମସ୍ତ ଜିଲ୍ଲାରେ ଅନୁଭୁତ ହେବାରେ ଲାଗିଛି ଥଣ୍ଡାର ପ୍ରକୋପ । ଅଧିକ ପଢନ୍ତୁ...

author img

By

Published : Dec 19, 2020, 12:39 PM IST

ରାଜ୍ୟରେ ବଢୁଛି ଶୀତ ଲହରୀ, ସବୁଠୁ ଥଣ୍ଡା ସହର ଭାବେ ରହିଛି ଝାରସୁଗୁଡା

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଖସୁଛି ପାରଦ । ଥଣ୍ଡାରେ ଥରୁଛନ୍ତି ରାଜ୍ୟବାସୀ । ଏହି ସମୟରେ ଶୀତ ଦାଉରୁ ରକ୍ଷା ପାଇବାକୁ କିଏ ଗରମ ବସ୍ତ୍ରର ସାହାରା ନେଉଛି ତ ଆଉ କିଏ ନିଆଁ ଆଗରେ ବସି ସେକି ହେଉଛି। ଆଉ ସକାଳ ସନ୍ଧ୍ୟା ସମୟରେ ଚା' ଦୋକାନ ଆଗରେ ଲାଗୁଛି ଲୋକଙ୍କ ଭିଡ।

ତେବେ ୧୩ ଡିଗ୍ରୀ ତଳେ ୧୦ ସହରର ତାପମାତ୍ରା। ୮.୨ ଡିଗ୍ରୀ ସହ ଝାରସୁଗୁଡା ଓଡିଶାର ସବୁଠୁ ଅଧିକ ଥଣ୍ଡା ସହର ଭାବେ ବର୍ତ୍ତମାନ ରହିଛି। ଫୁଲବାଣୀରେ ୯.୫, ଅନୁଗୁଳରେ ୧୦, ଦାରିଙ୍ଗବାଡିରେ ୧୦, ବାରିପଦାରେ ୧୦.୫, କୋରାପୁଟରେ୧୧, କେନ୍ଦୁଝରରେ ୧୧.୭, ସୁନ୍ଦରଗଡରେ ୧୨, ବଲାଙ୍ଗୀରରେ ୧୨.୪, ବୌଦ୍ଧରେ ୧୨.୫ ଡିଗ୍ରୀ ସହ କଟକରେ ୧୩.୮ଡ଼ିଗ୍ରୀ ଏବଂ ଭୁବନେଶ୍ବରରେ ୧୬.୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ତେବେ ଆଗକୁ ପାରଦ ୪ ରୁ ୬ ଡିଗ୍ରୀ ତଳକୁ ଖସିବା ସହ ରାଜ୍ୟରେ ପ୍ରବଳ ଶୀତ ଅନୁଭବ ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.