ETV Bharat / city

ଆସନ୍ତା 16 ଯାଏଁ ଜାରି ରହିବ ପ୍ରବଳ ଶୀତ

ପ୍ରବଳ ଶୀତ ନେଇ ଦୁଇ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ଝାରସୁଗୁଡା ଓ ସୁନ୍ଦରଗଡ଼ ଜିଲ୍ଲାରେ ଅତ୍ୟଧିକ ଥଣ୍ଡା ନେଇ ସତର୍କ କଲା ପାଣିପାଗ କେନ୍ଦ୍ର । ଅଧିକ ପଢନ୍ତୁ..

author img

By

Published : Jan 14, 2021, 8:06 PM IST

ଆସନ୍ତା 16 ଯାଏଁ ଜାରି ରହିବ ପ୍ରବଳ ଶୀତ
ଆସନ୍ତା 16 ଯାଏଁ ଜାରି ରହିବ ପ୍ରବଳ ଶୀତ

ଭୁବନେଶ୍ବର : ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହରୀ ଜାରି ରହିବ। ଆସନ୍ତା ୨୪ ଘଣ୍ଟା ଅର୍ଥାତ ଶୁକ୍ରବାର ମଧ୍ୟରେ ଝାରସୁଗୁଡା ଓ ସୁନ୍ଦରଗଡ଼ ଜିଲ୍ଲାରେ ଅତ୍ୟଧିକ ଥଣ୍ଡା ନେଇ ସତର୍କ କଲା ପାଣିପାଗ କେନ୍ଦ୍ର। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦୁଇ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ପ୍ରବଳ ଜାଡ ପ୍ରଭାବରେ ଥଣ୍ଡା ଜନିତ ରୋଗ ବୃଦ୍ଧି ପାଇବ । ଏଥିସହ ସୁରକ୍ଷା ଦୃଷ୍ଟିରୁ ରାତ୍ରି ସମୟରେ ଘରୁ ନବାହାରିବା ,ରାତ୍ରି ସମୟରେ ଦୁଇ ଚକିଆ ଯାନ ନ ଚଳେଇବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର। ଉପକୂଳରେ ୨ ରୁ ୩ ଡିଗ୍ରୀ ଏବଂ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ୩ ରୁ ୫ ଡିଗ୍ରୀ ତାପମାତ୍ରା ଖସିବ।

ଆସନ୍ତା 16 ଯାଏଁ ଜାରି ରହିବ ପ୍ରବଳ ଶୀତ

ସେହିପରି ଅନୁଗୁଳ,ବୌଦ୍ଧ,ନୟାଗଡ଼,କଟକ,ଖୋର୍ଦ୍ଧା,ପୁରୀ,କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ଦେଖାଦେବ। ଗତ ୨୪ ଘଣ୍ଟାରେ ୧୨ ଟି ସ୍ଥାନରେ ୧୫ ଡିଗ୍ରୀ ତଳେ ତାପମାତ୍ରା ରହିଛି। ଦୁଇଟି ଷ୍ଟେସନରେ ୧୦ ରୁ କମ ତାପମାତ୍ରା ରେକର୍ଡ ହୋଇଛି। ସୁନ୍ଦରଗଡରେ ସର୍ବନିମ୍ନ ତାପମାତ୍ରା ୧୧.୬ ,ଦାରିଙ୍ଗିବାଡିରେ ୧୧, ବଲାଙ୍ଗୀରରେ ୧୨,ସମ୍ବଲପୁରରେ ୧୩.୨,କୋରାପୁଟରେ ୧୩.୨,ସୋନପୁରରେ ୧୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଆସନ୍ତା 16 ଯାଏଁ ଜାରି ରହିବ ପ୍ରବଳ ଶୀତ
ଆସନ୍ତା 16 ଯାଏଁ ଜାରି ରହିବ ପ୍ରବଳ ଶୀତ

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.